ଭାରତର ଜେମ୍ସ ବଣ୍ଡ, ଦେଶ ବାହାରେ ହେଉ କି ଭିତରେ ସବୁ ମୋର୍ଚ୍ଚାରେ ଶତ୍ରୁ ପକ୍ଷକୁ ଦେଇଛନ୍ତି ଚକ୍‌ମା

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଠୁ ବଡ ବିଶ୍ଵସନୀୟ ଅଜିତ୍ ଡୋଭାଲ ଦେଶ ଭିତରେ ଏବଂ ବାହାରେ ଏମିତି ଅନେକ ଅପରେସନକୁ ସଫଳ କରିଛନ୍ତି, ଯାହା ସଂପୂର୍ଣ୍ଣ ଅସମ୍ଭବ ଲାଗୁଥିଲା। ଯେମିତି ଲାଗୁଛି ଡୋଭାଲଙ୍କ ପାଇଁ କିଛି ଅସମ୍ଭବ ନୁହେଁ। ସଦ୍ୟତମ ମାମଲା ଚୀନ ସୀମା ବିବାଦ। ମେ ୫ ପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ଚରମରେ ରହିଥିଲା। ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିଲା। ଜୁନ ୧୫ ରାତିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ସୈନିକ ମରିଥିବା କୁହାଯାଉଛି। ବିବାଦର ସମାଧାନ ପାଇଁ ସମସ୍ତ ପ୍ରୟାସ ବିଫଳ  ହୋଇ ଚାଲିଥିଲା। ଶେଷରେ ମୋର୍ଚ୍ଚା ସମ୍ଭାଳିଛନ୍ତି ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ। ସେ ଗତ ରାତିରେ ଚୀନ ପ୍ରତିପକ୍ଷଙ୍କ ସହ ୨ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ଯାହା ପରେ ସ୍ଥିତିରେ କିଛିଟା ସୁଧାର ଆସିଛି।

ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ମୋର୍ଚ୍ଚାରେ ଲଗାଇଥିଲେ। ଡୋଭାଲ ରବିବାର ଚୀନ ପ୍ରତିପକ୍ଷଙ୍କ ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂରେ ଜରିଆରେ ବୈଠକ କରିଥିଲେ। ଭାରତର କଠୋର ଆଭିମୁଖ୍ୟ ପରେ ଚୀନକୁ ପଛଘୁଞ୍ଚା ଦେବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା। ଭାରତ ଡ୍ରାଗନକୁ ଚାରିଆଡୁ ଘେରି ନେଇଥିଲା। ୫୯ ଆପ୍ସ ନିଷିଦ୍ଧ ହେବା ପରେ ଚୀନ ସଂପୂର୍ଣ୍ଣ ଦୋହଲି ଯାଇଥିଲା।

ମୋଦୀଙ୍କ ସବୁଠୁ ଭରସାଯୋଗ୍ୟ ଡୋଭାଲ

{"id":296930,"sizeSlug":"large"}

୨୦୧୪ରେ ମୋଦୀ ସରକାରଙ୍କୁ ଆସିବା ପରେ ସର୍ବ ପ୍ରଥମେ ଅଜିତ୍ ଡୋଭାଲଙ୍କୁ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରେ ନିଯୁକ୍ତ କରାଯାଇଥିଲା। ଏଥିରେ ଏହା ପ୍ରମାଣିତ ହୋଇଥିଲା ଯେ, ମୋଦୀ ଡୋଭାଲଙ୍କୁ କେତେ ଭରସା କରନ୍ତି। ଦେଶ  ଭିତରେ ହେଉ କି  ବାହାରେ ଅପରେସନ କାମରେ ଡୋଭାଲଙ୍କ ବିଚକ୍ଷଣ ରଣନୀତି ପ୍ରତିପକ୍ଷଙ୍କୁ ସର୍ବଦା ମାତ୍‌ ଦେଇ ଆସିଛି। ସେ ପୂରା ରଣନୀତି ପ୍ରସ୍ତୁତ କରନ୍ତି ଏବଂ ଏହାକୁ ଯୋଜନା ଅନୁଯାୟୀ ରୂପରେଖ ଦିଅନ୍ତି। ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ହେଉ କି ଏୟାର ଷ୍ଟ୍ରାଇକ୍‌ ଡୋଭାଲଙ୍କ ଦାୟିତ୍ଵ ସବୁଠୁ ଗୁରୁତ୍ଵପୂର୍ଣ୍ଣ ରହି ଆସିଛି।

ଡୋଭାଲ ଜିତିଲେ କାଶ୍ମୀରଙ୍କ ବିଶ୍ଵାସ

{"id":296931,"sizeSlug":"large"}

ପାକିସ୍ତାନ ଲଗାତାର କାଶ୍ମୀରବାସୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଉସୁକାଇ ଆସିଥିଲା। ହେଲେ ଧାରା ୩୭୦ ଉଚ୍ଛେଦ ପରେ ଡୋଭାଲ ଖୋଦ୍ କାଶ୍ମୀରରେ ଡେରା ପକାଇ ସ୍ଥିତିର ସମୀକ୍ଷା କରିଥିଲେ। ସେ ସଡକକୁ ଓହ୍ଲାଇ ଲୋକଙ୍କ ବିଶ୍ଵାସ ଜିତିଥିଲେ। ଡୋଭାଲ ସର୍ବଦା ଆତଙ୍କବାଦୀଙ୍କ ନିଶାଣରେ ରହି ଆସିଛନ୍ତି। ମାତ୍ର ଏହାକୁ ତିଳେ ମାତ୍ର ଖାତିର ନକରି ସେ ବହୁ ସମୟ କାଶ୍ମୀରରେ ପରିଭ୍ରମଣ କରି ଲୋକଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି।

ରୋମାନିଆଇ ରାଷ୍ଟ୍ରଦୂତଙ୍କୁ ବଞ୍ଚାଇବାର ସଫଳ ଯୋଜନା

{"id":296933,"sizeSlug":"large"}

୧୯୯୧ରେ ଖାଲିସ୍ତାନ ଲିବେରେସନ ଫ୍ରଣ୍ଟ ଦ୍ଵାରା ଅପହୃତ ରୋମାନିଆଇ ରାଷ୍ଟ୍ରଦୂତ ଲିବିଉ ରାଡୁଙ୍କୁ ବଞ୍ଚାଇବା ପାଇଁ ସଫଳ ଯୋଜନା କରିଥିବା ବ୍ୟକ୍ତି ଆଉ  କେହି ନୁହେଁ ଅଜିତ୍ ଡୋଭାଲ ହିଁ ଥିଲେ। ଡୋଭାଲ ପାକିସ୍ତାନ ଓ ବ୍ରିଟେନ୍‌ରେ ରାଷ୍ଟ୍ରଦୂତ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି। ଗୋଟିଏ ଦଶନ୍ଧି ଧରି ସେ ଗୁଇନ୍ଦା ବ୍ୟୁରୋର ଅପରେସନ ଶାଖାର ନେତୃତ୍ଵ ନେଇଥିଲେ।

ଉତ୍ତର-ପୂର୍ବ, ଜାମ୍ମୁ କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଡୋଭାଲଙ୍କ ଅପରେସନ

ଅଜିତ୍ ଡୋଭାଲ ୩୩ ବର୍ଷ ପର୍ଯ୍ୟନ୍ତ ଉତ୍ତର-ପୂର୍ବ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବରେ ଗୁପ୍ତଚର ମଧ୍ୟ ରହିଥିଲେ। ସେ ୨୦୧୫ରେ ମଣିପୁରରେ ଆର୍ମି ସେନା ଗାଡି ଉପରେ ଆକ୍ରମଣ ପରେ ମିଆଁମାର ସୀମାରେ ପଶି ଉଗ୍ରବାଦୀଙ୍କ ନିପାତ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ଅପରେସନର ମୁଖ୍ୟ ବିନ୍ଧାଣୀ ଥିଲେ।

{"id":296932,"sizeSlug":"large"}

ଅପରେସନ ବ୍ଲୁ ଷ୍ଟାରରେ ନିଭାଇଥିଲେ ବଡ ଭୂମିକା

ଡୋଭାଲଙ୍କୁ ଗୁଇନ୍ଦାଗିରି ଓ ଗୁପ୍ତଚରର ୩୭ ବର୍ଷର ଅଭିଜ୍ଞତା ରହିଛି। ୨୦୧୪ରେ ମୋଦୀ ସରକାର ଆସିବା ପରେ ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇଥିଲା। ତାଙ୍କୁ ୨୦୧୪ ମେ ୩୧ରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦାୟିତ୍ଵ ଅର୍ପଣ କରାଯାଇଥିଲା। RAWର ଅଣ୍ଡର କଭର ଏଜେଣ୍ଟ ଭାବେ ଡୋଭାଲ ସାତ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନର ଲାହୋରରେ ଜଣେ ପାକିସ୍ତାନୀ ମୁସଲିମ ହୋଇ ରହିଥିଲେ। ୧୯୮୪ ଜୁନରେ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ହୋଇଥିବା ଆତଙ୍କୀ ଆକ୍ରମଣର କାଉଣ୍ଟର ଅପରେସନ ବ୍ଲୁ ଷ୍ଟାରର ବିଜୟରେ ସେ ନାୟକ ଥିଲେ। ଅଜିତ୍ ଡୋଭାଲ ରିକ୍ସାବାଲା ହୋଇ ମନ୍ଦିର ଭିତରକୁ ଯାଇଥିଲେ ଏବଂ ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ସେନାକୁ ଦେଇଥିଲେ। ଏହାରି ଆଧାରରେ ଅପରେସନରେ ଭାରତୀୟ ସେନାକୁ ସଫଳତା ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.