Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସାବଧାନ ଚୀନ ! ପ୍ରହାର କରିବାକୁ ଆସୁଛି ଶତ୍ରୁକୁ ନିମିଷକେ ଧ୍ଵଂସ କରୁଥିବା ଏହି ଲଢୁଆ ବିମାନ

29/06/2020 at 4:51 PM

ନୂଆଦିଲ୍ଲୀ ୨୯।୦୬: ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଉଭୟ ପକ୍ଷରୁ ଏଲଏସିରେ ସୈନିକ, ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଠୁଳ କରାଯାଉଛି। ଏହା ମଧ୍ୟରେ ଫ୍ରାନ୍ସ ଭାରତକୁ ଶୀଘ୍ର ରାଫେଲ ବିମାନ ଦେବାକୁ ଯାଉଛି। ଭାରତୀୟ  ବାୟୁସେନାର ବିଶେଷ ନିବେଦନ ପରେ ଫ୍ରାନ୍ସ ଏହି ବିମାନକୁ ନିର୍ଦ୍ଧାରିତ ସମୟ  ପୂର୍ବରୁ ଭାରତ ପଠାଇବାକୁ ବ୍ୟବସ୍ଥା କରୁଛି। ସରକାରୀ ସୂତ୍ରରୁ ଏହା ପ୍ରକାଶ।

ଜୈନକ ଅଧିକାରୀ କହିଛନ୍ତି, ଅମ୍ଵାଲା ଏୟାରବେସରେ ଜୁଲାଇ ୨୭ରେ ପ୍ରଥମ ଦଫାରେ ୬ଟି ରାଫେଲ ଲଢୁବା ବିମାନ ପହଞ୍ଚିଯିବ। ପ୍ରଥମେ ପ୍ରଥମ ଦଫାରେ ୪ଟି ରାଫେଲ ଆସିବାର ଥିଲା। ହେଲେ ଏବେ ୬ଟି ରାଫେଲ ବିମାନ ଭାରତରେ ପହଞ୍ଚିବାକୁ ଯାଉଛି।

ଭାରତ ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସହିତ ୩୬ଟି ରାଫେଲ ବିମାନ ପାଇଁ ରାଜିନାମା କରିଥିଲା। ଦୁଇ ଦେଶ ମଧ୍ୟରେ ପ୍ରାୟ  ୫୯ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହି ବିମାନ ଜରିଆରେ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତି ମିଳିବ। ଭାରତର ସାମରିକ ଶକ୍ତି ଅନେକ ଗୁଣ ବଢିଯିବ।

ଜୈନକ ଅଧିକାରୀ କହିଛନ୍ତି, ପ୍ରାୟ ୧୦ ରାଫେଲ ଲଢୁଆ ବିମାନ ଡସାଲ୍ଟ ଏଭିଏସନ ଦ୍ଵାରା ପ୍ରସ୍ତୁତ। ବିମାନ ଫ୍ରାନ୍ସରୁ ଉଡାଣ ଭରି ମଝିରେ ୟୁଏଇରେ ଆବୁଧାବି ନିକଟରେ ଅଲ ଢକରା ବିମାନ ବିମାନ ବନ୍ଦରରେ ଅରତରଣ କରିବ। ସେଠାରୁ  ପୁଣି ଥରେ ଉଡାଣ ଭରି ଭାରତରେ ପହଞ୍ଚିବାର ବ୍ୟବସ୍ଥା କରାଯାଉଛି। ଏହି ସବୁ ବିମାନକୁ ଭାରତୀୟ ପାଇଲଟ୍‌ ହିଁ ଉଡାଇ ଦେଶକୁ ଆଣିବେ।

ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ରାଫେଲ ଲଢୁଆ ବିମାନର ଡେଲିଭରି ଶୀଘ୍ର ହେବା ବହୁତ ଭଲ କଥା। ଏବେ ପ୍ରଥମ ଦଫାରେ ବିମାନ ଆସିବା ପରେ ବାକିର ଡେଲିଭରି ମଧ୍ୟ ଶୀଘ୍ର ହେବାର ସମ୍ଭାବନା ରହିଛି।

ପୂର୍ବରୁ ନିର୍ଦ୍ଧାରିତ ଡେଲିଭରି ସମୟ ଅନୁଯାୟୀ, ପ୍ରଥମେ ୧୮ଟି ଲଢୁଆ ବିମାନ ୨୦୨୧ ଫେବୃଆରୀରେ ଭାରତୀୟ ବାୟସେନାକୁ ଦିଆଯିବାର ଥିଲା। ଏହା ପରେ ୨୦୨୨ ଏପ୍ରିଲ-ମେରେ ବାକି ବିମାନର ଡେଲିଭରି ହେବାର ଥିଲା। ଉଲ୍ଲେଖନୀୟ ଫ୍ରାନ୍ସ ପୂର୍ବରୁ ୨୦୧୯ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ଭାରତକୁ ପ୍ରଦାନ କରିଥିଲା।

   Related Posts