ସାମ୍ନାକୁ ଆସିଲା ଭାରତ-ଚୀନ ଭିଡିଓ : ଉଭୟ ଦେଶର ସେନା ପରସ୍ପରକୁ ଲାତ-ବିଧା ମାରି କରିଥିଲେ ହମଲା !

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯ : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଖାପାଖି ୪ ମାସ ହେଲା ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଛି | ଉଭୟ ଦେଶର ସେନା ପରସ୍ପର ମୁହାଁମୁହିଁ ଛିଡା ହୋଇଛନ୍ତି | ଉତ୍ତେଜନା କମ କରିବାକୁ କଥାବାର୍ତ୍ତା ଲଗାତାର ଜାରି ରହିଛି | କିନ୍ତୁ ଏବେ ସୁଦ୍ଧା କୌଣସି ସମାଧାନ ବାଟ ବାହରିନାହିଁ | ଯାହାଫଳରେ ସୀମାରେ ଯୁଦ୍ଧ ଭଳି ସ୍ଥିତି ରହିଛି | ଇତି ମଧ୍ୟରେ ଚୀନ ର ଏଜ ଗଣମାଧ୍ୟମ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଭାରତ ଓ ଚୀନ ସେନା ମଧ୍ୟରେ ଗଣ୍ଡଗୋଳ ହେଉଛି | ତେବେ ଏହି ଭିଡିଓ କେବର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ |

{"id":327985,"sizeSlug":"large"}

ଏହି ଭିଡିଓକୁ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ମିଡ଼ିଆ ଜାରି କରିଛି | ୧ ମିନିଟ ୫୯ ସେକେଣ୍ଡର ଏହି ଭିଡିଓ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଭିଡିଓ | ଉଭୟ ଦେଶର ସେନା ପରସ୍ପରକୁ ଲାତ-ବିଧା, ଲାଠି-ବାଡ଼ିରେ ହମଲା କରୁଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି | ଏହା ଗଲୱାନ ଘାଟି ଅଞ୍ଚଳର ବୋଲି ଦାବି କାରାଯାଇଛି | ଭିଡିଓରେ ଲେଖାଯାଇଛି ଭାରତର କିଛି ସେନାଙ୍କ ହାତରେ ରାଇଫଲ ଅଛି, କିନ୍ତୁ ସେମାନେ ରାଇଫଲରେ ହମଲା କରୁନାହାନ୍ତି | ଚୀନ ସୈନ୍ୟ ସୂତ୍ର ମଧ୍ୟ କହିଛି ଯେ ଭିଡିଓ କିଛି ମାସ ପୂର୍ବର | କିନ୍ତୁ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ |

wp:core-embed/twitter {"url":"https://twitter.com/SCMPNews/status/1304096043378724864","type":"rich","providerNameSlug":"twitter","className":""}
https://twitter.com/SCMPNews/status/1304096043378724864
/wp:core-embed/twitter

ସୂଚନାଯୋଗ୍ୟ ଯେ, ଜୁନ ଦ୍ୱିତୀୟ ସପ୍ତାହରେ ଭାରତ ଚୀନ ସେନା ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା | ଏହି ହମଲାର ଭାରତର ୨୦ ଯବାନ ଶହୀଦ ହୋଇଥିଲେ | ହମଲାର ଚୀନର ୫୦ରୁ ଅଧିକ ଯବାନ ନିହତ ହୋଇଥିବା ଦାବି ହୋଇଥିଲା | ଏହି ହିଂସା ଘଟଣା ଗଲୱାନ ନଦୀ ପାଖରେ ହୋଇଥିଲା | ନଦୀର ପାଣି ବହୁତ ଥଣ୍ଡା ଥିଲା | ସେଥିପାଇଁ ଥଣ୍ଡା ପାଣିରେ ବୁଡି ମଧ୍ୟ ଅନେକ ସୈନିକଙ୍କ ଜୀବନ ହାରିଥିଲେ ବୋଲି କୁହାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.