Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭାରତ-ଚୀନ ସୀମା ବିବାଦ : ଲଦାଖରେ ଉତ୍ତେଜନା କମ ହେଲା ଭଳି ଜଣାପଡୁନାହିଁ, LAC ରେ ଦେଖିବାକୁ ମିଳିଛି ଯୁଦ୍ଧ ଭଳି ପରିସ୍ଥିତି

27/06/2020 at 11:56 AM

ନୂଆଦିଲ୍ଲୀ ୨୭/୦୬ : ପୂର୍ବ ଲଦାଖରେ ଭାରତ ଚୀନ ସୀମାରେ ଉତ୍ତେଜନା ଲାଗିରହିଛି | ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଜାରି ରହିଛି | କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାଟ ବାହରିନାହିଁ | ଏଭଳି ସ୍ଥିତିରେ ଏଲଏସି (LAC) ରେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି | ଭାରତୀୟ ସେନା ପୂର୍ବରୁ ଆଲର୍ଟ ରହିଛି | ଏବେ ସୀମାରେ ସମସ୍ତ ଅସ୍ତ୍ରଶସ୍ତ୍ର ଓ ସେନା ଲଗାତାର ନିୟୋଜିତ କରାଯାଉଛି | ତେବେ ଭାରତ ଏବେ ମଧ୍ୟ ଚାହୁଁଚି କଥାବାର୍ତ୍ତା ହୋଇ ମାମଲା ସମାଧାନ କରିଦିଆଯାଉ | 

ଚଣ୍ଡୀଗଡ଼ରେ ଏୟାରବେଶରେ ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ଲଦାଖ ନେଇଯିବା ପାଇଁ କାର୍ଗୋ ଉଠାଉଛି | ଏଥିରେ ଟି-୯୦ ଟ୍ୟାଙ୍କ ଲୋଡ଼ କରାଯାଉଛି | ଏହାର ଓଜନ ପାଖାପାଖି ୪୬ ଟନ ରହିଛି | ଏହାକୁ ଏୟାରଲିଫ୍ଟ କରିବା ପାଇଁ ଗୋଟିଏ ପଟୁ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ | ଉତ୍ତର ଭାରତରେ ସେନା ଛାଉଣୀ ଏବଂ ଏୟାରବେଶରେ ଗତ ମାସେ ହେଲା ପ୍ରାୟ ସବୁ ଜାଗାରେ ଏହିଭଳି ନଜାରା ଦେଖିବାକୁ ମିଳିଛି | ଲଦାଖ ସୀମାରେ ଆର୍ଟିଲେରୀ ଗନ, ବିମାନ ଉପରେ ନଜର ରଖୁଥିବା ରାଡ଼ାର, ଫ୍ରଣ୍ଟଲାଇନ ଫିତର ଜେଟ ଏବଂ ହେଲିକେପ୍ଟର ପଠାଯାଉଛି | କୁହାଯାଉଛି ଯେ ଲଦାଖ ସୀମାରେ ପାଖାପାଖି ୪୫ ହଜାର ସେନାଙ୍କୁ ପ୍ରସ୍ତୁତ କରାଯାଉଛି |

ଲଦାଖରେ ୩ଟି ଏୟାରଷ୍ଟ୍ରିପ୍ ଦୌଲତ ବାଗ ଓ଼ଲ୍ଦୀ, ଫୁକଚେ ଓ ନୋୟମାକୁ ଆକ୍ଟିଭ କରିଦିଆଯାଇଛି | ଭାରତୀୟ ନୌସେନାର P-81 ମଧ୍ୟ ନିୟୋଜିତ କରାଯାଇଛି | ଏହା ଚୀନ ସେନା ଉପରେ ନଜର ରଖିଛି | ଲଦାଖରେ ଚୀନ ସହ ଲାଗିଥିବା ୧୫୯୭ କିମି ସୀମାରେ ୬୫ଟି ଜାଗାରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି ଏବଂ ସେନା ସଚେତନ ରହିଛନ୍ତି | କୁହାଯାଉଛି ଯେ ଏଲଏସିର ଗଲୱାନ ଘାଟି, ହଟ ସ୍ପ୍ରିଙ୍ଗ ଦେପସଙ୍ଗ, ପେଙ୍ଗଗୋଙ୍ଗ ଓ ସିକ୍କିମରେ ଉଭୟ ଦେଶର ସେନା ସମ୍ନାସାମ୍ନି ଛିଡା ହୋଇଛନ୍ତି |

ସେପଟେ ଚୀନ ସେନା ମଧ୍ୟ ଏଲଏସିରେ ନିଜର ସାମର୍ଥ୍ୟ ବଢ଼ୁଚି | ଚୀନ ମଧ୍ୟ ସେନା, ଟ୍ୟାଙ୍କ, ମିସାଇଲ ଓ ଯୁଦ୍ଧ ବିମାନ ନିୟୋଜିତ କରିଛି ବୋଲି କୁହାଯାଉଛି | ତାଛଡା ଚୀନ ଭାରତ ସୀମାରେ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରୁଛି | ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ ପେନସୋଙ୍ଗ ସୋ ରେ ଫିଙ୍ଗର ୪ ନିକଟରେ ହେଲିପ୍ୟାଡ଼ ମଧ୍ୟ ପ୍ରସ୍ତୁତ କରିଛି |

ସୁରକ୍ଷା ମନ୍ତ୍ରାଳୟ ତରଫରୁ ମିଳିଥିବା ସୂତ୍ର ଅନୁଯାୟୀ, ସେନାକୁ ଲମ୍ବା ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି | ଗଲୱାନ ଘାଟିରେ ହିଂସା ପରେ ପରିସ୍ଥିତି ବଦଳିଯାଇଛି | ସୀମାରେ ଚୀନ ଅନେକ ଅଞ୍ଚଳକୁ ନେଇ ନିଜ ଜିଦରେ ଅଡି ବସିଛି | ଚୀନର ମିଛ ଦାବିକୁ ଭାରତ ମଧ୍ୟ ଲଗାତାର ଖାରଜ କରିଚାଲିଛି | ସେଥିପାଇଁ ଏବେ ସୁଦ୍ଧା କଥାବାର୍ତ୍ତାର କୌଣସି ଫଳାଫଳ ବାହାରି ପାରିନାହିଁ | ତେବେ ଉଭୟ ଦେଶ ଏବେ ମଧ୍ୟ କଥାବାର୍ତ୍ତା ଜାରି ରଖିବାକୁ ପ୍ରସ୍ତୁତ ଅଛନ୍ତି | ଆଲୋଚନାର ଗୋଟିଏ ହିଁ ସର୍ତ୍ତ ରହିଛି ଯେ ଚୀନ ପୂର୍ବ ଭଳି ସ୍ଥିତି ଜାରି ରଖୁ |

   Related Posts