Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗଲଓ୍ବାନ ସଂଘର୍ଷରେ ୨୦ ଭାରତୀୟଙ୍କ ବୀରଗତି : ଦେଖିବା ଦେଶ ପାଇଁ ପ୍ରାଣବଳି ଦେଇଥିବା ସେହି ଶହୀଦ କିଏ?

17/06/2020 at 3:32 PM

ନୂଆଦିଲ୍ଲୀ ୧୭/୬: ଭାରତ ଏବଂ ଚୀନ ମଧ୍ୟରେ କିଛି ଦଶକ ପରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଲଦାଖ ନିକଟରେ ଗଲଓ୍ବାନ ଘାଟିରେ ଗତ ସୋମବାର ହୋଇଥିବା ହିସାପୂର୍ଣ୍ଣ ଯୁଦ୍ଧରେ ଭାରତର ୨୦ଯବାନ ଶହୀଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସର ମଧ୍ୟ ଅଛନ୍ତି। ସେନାଙ୍କ ତରଫରୁ ମଙ୍ଗଳବାର ସନ୍ଧ୍ୟାରେ ଏହା ସ୍ପଷ୍ଟ ହୋଇଥିଲା ଏବଂ ଏବେ ବୁଧବାର ସମସ୍ତ ଶହୀଦଙ୍କ ନାଁ ଜାରି କରି ଦିଆଯାଇଛି।

ଦେଶରେ ଏହି ଯବାନଙ୍କ ଶହୀଦ ହେବାକୁ ଅସନ୍ତୋଷ ସୃଷ୍ଟି ହୋଇଛି ଏବଂ ପ୍ରତ୍ୟେକ ବ୍ୟକ୍ତି ଚୀନଠୁ ପ୍ରତିଶୋଧ ନେବାକୁ କହୁଛି। ଏହି ଯବାନଙ୍କ ପରିବାର କହିଛି ଯେ ତାଙ୍କ ପରିବାରର ଜଣେ ସଦସ୍ୟ ଦେଶ ପାଇଁ ଜୀବନ ଦେଇଥିବାରୁ ସେମାନେ ଗର୍ବିତ।

ଶହୀଦଙ୍କ ତାଲିକା:

୧. କର୍ଣ୍ଣଲ୍ ସନ୍ତୋଷ ବାବୁ,ହାଇଦ୍ରାବାଦ

୨. ସବ୍. ନନ୍ଦୁରାମ ସୋରେନ,ମୟୁରଭଞ୍ଜ

୩. ସବ୍. ମନ୍ଦୀପ ସିଂହ,ପଟିୟାଲା

୪. ସବ୍ ସତନାମ ସିଂହ,ଗୁରଦାସପୁର

୫. ହାବିଲଦାର କେ.ପଲାନି,ମଦୁରାଇ

୬. ହାବିଲଦାର ସୁନିଲ କୁମାର,ପଟନା

୭. ହାବିଲଦାର ବିପୁଲ ରାୟ ,ମିରଟ

୮. ଦୀପକ କୁମାର,ରିଓ୍ବା

୯. ସିପାହୀ ରାଜେଶ ଓରଙ୍ଗ,ବୀରଭୂମ

୧୦. ସିପାହୀ କୁନ୍ଦନ କୁମାର,ସାହେବଗଞ୍ଜ

୧୧. ସିପାହୀ ଗଣେଶ ରାମ,କାଙ୍କେର

୧୨. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ,କନ୍ଧମାଳ

୧୩. ସିପାହୀ ଅଙ୍କୁଶ,ହମୀରପୁର

୧୪. ସିପାହୀ ଗୁରବିନ୍ଦର,ସଙ୍ଗରୁର

୧୫. ସିପାହୀ ଗୁରତେଜ ସିଂହ,ମନସା

୧୬. ସିପାହୀ ଚନ୍ଦନ କୁମାର,ଭୋଜପୁର

୧୭. ସିପାହୀ କୁନ୍ଦନ କୁମାର,ସହରସା

୧୮. ସିପାହୀ ଅମନ କୁମାର,ସମସ୍ତିପୁର

୧୯. ସିପାହୀ ଜୟକିଶୋର ସିଂହ,ବୈଶାଳୀ

୨୦. ସିପାହୀ ଗଣେଶ ହାଁସଦା,ପୂର୍ବ ସିଂହଭୂମି

ଶହୀଦଙ୍କ ତାଲିକାରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳର ଯବାନ ସାମିଲ ଅଛନ୍ତି। କେହି ହାଇଦ୍ରାବାଦର ତ କେହି ପଞ୍ଜାବର , ଏହା ବ୍ୟତୀତ ଉତ୍ତରପ୍ରଦେଶ,ବିହାର ଏବଂ ପଶ୍ଚିମ ବଙ୍ଗର ମଧ୍ୟ କେତେକ ଯବାନଙ୍କ ନାଁ ସାମିଲ ରହିଛି।

   Related Posts