Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

LACରେ ଥମୁଛି ଉତ୍ତେଜନା : ଗାଲଭାନ୍ ଘାଟିରେ ୨କି.ମି. ପଛକୁ ହଟିଲା ଚୀନ୍ ସେନା, ୧କି.ମି. ଫେରିଲା ଭାରତୀୟ ସେନା

4/06/2020 at 9:42 AM

ନୂଆଦିଲ୍ଲୀ ୪।୬: ଲଦାଖର ଗାଲଭାନ୍ ଘାଟିରେ ଭାରତ ଏବଂ ଚୀନ୍‌ର ସେନା ପଛକୁ ହଟିଛନ୍ତି । ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ୨ କି.ମି. ପଛକୁ ଫେରିଛି ଏବଂ ଭାରତୀୟ ସେନା ନିଜ ସ୍ଥାନଠାରୁ ୧ କି.ମି. ପଛକୁ ଫେରିଛି । ଏଠାରେ ଥିବା ଫିଙ୍ଗର ଫୋର୍ ଅଞ୍ଚଳରେ ଉଭୟ ଦେଶର ସେନା କିଛି ସପ୍ତାହ ଧରି ପରସ୍ପରର ବିରୋଧୀ ହୋଇ ଠିଆ ହୋଇଥିଲେ ।

ପୋଙ୍ଗଙ୍ଗ ହ୍ରଦ ନିକଟରେ ଥିବା ଫୋର ଫିଙ୍ଗର ଅଞ୍ଚଳରେ ଭାରତ ଏବଂ ଚୀନ୍ ସେନାବାହିନୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପୋଙ୍ଗଙ୍ଗ ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦେବାର ସମ୍ଭାବନା ରହିଛି । ଚୀନ୍ ସେନା କିଛି ସପ୍ତାହ ଧରି ଫିଙ୍ଗର ଫୋର୍ ଅଞ୍ଚଳରେ ରହିଆସିଛି ଯାହା ଭାରତ ନିୟନ୍ତ୍ରଣରେ ରହିଛି ।

ସୂଚନାଯୋଗ୍ୟ ଯେ, ଲଦାଖର ସୀମାନ୍ତ ଅଞ୍ଚଳରେ ଚୀନ୍ ସେନା ନିଜର ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି । ଭାରତୀୟ ସେନା ମଧ୍ୟ ସେମାନଙ୍କ ସମ୍ମୁଖରେ ଠିଆ ହୋଇରହିଛି । ଉଭୟ ପାର୍ଶ୍ବରୁ ମଧ୍ୟ ଆଲୋଚନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକଳାପ ଶେଷ ହୋଇନାହିଁ । ଏବେ ପୁଣି ଥରେ ଦୁଇ ଦେଶର ସେନା ବୁଝାମଣା କରିବାକୁ ଯାଉଛନ୍ତି । ଏହି ବୈଠକ ଜୁନ୍ ୬ରେ ଅନୁଷ୍ଠିତ ହେବ ।

ବୈଠକରେ ଉଭୟ ଦେଶର ସେନା ବାହିନୀର ଲେଫ୍ଟନାଣ୍ଟ ଜେନେରାଲ ର୍ୟାଙ୍କ ଅଧିକାରୀମାନେ ସାମିଲ୍ ହେବେ । ଏହି ବୈଠକ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ବୈଠକରେ ଭାରତ ପକ୍ଷରୁ ଲେହରେ ଅବସ୍ଥିତ ୧୪ଟି କର୍ପସ କମାଣ୍ଡରଙ୍କ ପ୍ରତିନିଧିତ୍ବ କରିବ । ସୀମାରେ ଥିବା ସଙ୍କଟକୁ ଦୂର କରିବା ପାଇଁ ଏହି ଉଚ୍ଚ ସ୍ତରୀୟ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ପୂର୍ବ ଲଦାଖରେ ମେ’ ମାସ ଆରମ୍ଭରୁ ଏହି ବିବାଦ ଜାରି ରହିଛି । ଲଦାଖ ଭାରତ ପକ୍ଷରୁ LACରେ ସଡକ ନିର୍ମାଣ କାର୍ଯ୍ୟ କରିଥିଲା ​​ଯାହାକୁ ଚୀନ୍ ବିରୋଧ କରିଥିଲା । ଏହାପରେ ଉଭୟ ଦେଶର ସୈନିକମାନେ ମେ’ ୫ ରେ ପୋଙ୍ଗଙ୍ଗ ହ୍ରଦ ନିକଟରେ ସଂଘର୍ଷ କରିଥିଲେ । ଏହି ସଂଘର୍ଷରେ ସୈନିକମାନେ ମଧ୍ୟ ଆହତ ହୋଇଥିଲେ।

ଏହାପରେ ଚୀନ୍ ଏହି ଅଞ୍ଚଳରେ ନିଜର ସକ୍ରିୟତା ବଢାଇଲା ଏବଂ ସୈନ୍ୟ ନିୟୋଜନ ସହିତ ତମ୍ବୁ ମଧ୍ୟ ସ୍ଥାପନ କଲା । LAC ଉପରେ ଚୀନ୍‌ର ଏହି କାର୍ଯ୍ୟକୁ ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛି ଏବଂ ସେମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ ।

   Related Posts