ତିବ୍ବତର ନିର୍ବାସିତ ପ୍ରଧାନମନ୍ତ୍ରୀ କହିଲେ- ଲଦାଖ ଭାରତର ଅଙ୍ଗ, ଚୀନ କରୁଛି ମାନବାଧିକାର ଉଲ୍ଲଂଘନ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨।୦୬: ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି। ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶ ପକ୍ଷରୁ ବାସ୍ତବ ନିୟନ୍ତ୍ରଣ ରେଖାରେ ଅଧିକ ସଂଖ୍ୟାରେ ସୈନିକ ମୁତୟନ କରାଯାଇଛି। ଏହା ସବୁ ମଧ୍ୟରେ ତିବ୍ବତର ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଓ ତିବ୍ବତର ନିର୍ବାସିତ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠୁଥିଲା। ଏବେ ତିବ୍ବତର ନିର୍ବାସିତ ସରକାରଙ୍କ ପ୍ରଧାନମନ୍ତ୍ରୀ ଲୋବସଙ୍ଗ ସାଙ୍ଗେୟ ଏହି ବିବାଦୀୟ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ତିବ୍ବତର ନିର୍ବାସିତ ସରକାରଙ୍କ ପ୍ରଧାନମନ୍ତ୍ରୀ କହିଛନ୍ତି, ଲଦାଖ ଭାରତର ଅଙ୍ଗ। ଆମେ ସର୍ବଦା ମାନି  ଆସିଛୁ ଯେ, ଲଦାଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ଭାରତ ଅଭିନ୍ନ ଅଙ୍ଗ। ନିଜର ନିରବତାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ସେ କହିଛନ୍ତି, ଦଲାଇ ଲାମା ଗତ ୬୦ ବର୍ଷରୁ କ୍ରମାଗତ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଚୀନ ବିରୋଧରେ କହି ଆସିଛନ୍ତି। ଚୀନର ତିବ୍ବତ ଉପରେ କବଜା କରିବା ପରେ ମଧ୍ୟ ଆମକୁ ସ୍ଵାଧୀନତା ମିଳିନାହିଁ। ସାଙ୍ଗେୟ କହିଛନ୍ତି ତିବ୍ବତ ଉପରେ ଚୀନର କବଜା ପରେ ହିଁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଲାଗି ରହିଛି।

ତିବ୍ବତର ନିର୍ବାସିତ ସରକାରଙ୍କ ପ୍ରଧାନମନ୍ତ୍ରୀ କହିଛନ୍ତି ତିବ୍ବତକୁ କବଜା ପରେ ଚୀନ ସେଠାରେ ମାନବାଧିକାର ଲଗାତାର ଉଲ୍ଲଂଘନ ହୋଇ ଚାଲିଛି। ଏହି କାରଣରୁ ଆମେ ଧର୍ମଶାଳାରେ ରହୁଛୁ। ଦଲାଇ ଲାମାଙ୍କୁ ଭାରତର ଅତିଥି ଦର୍ଶାଇ କହିଛନ୍ତି ଯେ, ତିବ୍ବତଙ୍କୁ ଶାନ୍ତିର ଶସ୍ତ୍ର କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.