Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାତିରେ ଲଢିଲେ: ୧୯୭୫ ପରେ LACରେ ପୁଣି ଗଡିଲା ମୁଣ୍ଡ

16/06/2020 at 3:07 PM

ନୂଆଦିଲ୍ଲୀ ୧୬।୦୬: ଭାରତ ଓ ଚୀନ ମଧ୍ୟରେ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଗତ ଚାରି ଦଶନ୍ଧିରେ ଯେଉଁଠି ଦୁଇ ଦେଶର ସେନା ମଧ୍ୟରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିଲା ସେଠି ଏବେ ମାହୋଲ ଅଚାନକ ବିଗିଡି ଯାଇଛି। ସୋମବାର ରାତିରେ ଗଲଓ୍ଵାନ ଘାଟିରେ ଭାରତୀୟ ସୈନିକ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏଥିରେ ଭାତରୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଯବାନ ସହିଦ ହୋଇଛନ୍ତି। ଦୀର୍ଘ ୪୫ ବର୍ଷ ପରେ ଭାରତ ଓ ଚୀନ ସୀମାରେ ପ୍ରଥମ ଥର ଭାରତୀୟ ଯବାନ ସହିଦ ହୋଇଛନ୍ତି। କୁହାଯାଏ ଯେ, ଏଲଏସି ବର୍ଡରରେ ୧୯୬୭ରେ ଶେଷ ଥର ଫାୟରିଂ ହୋଇଥିଲା। ଏହାପରେ ଚୀନ ପକ୍ଷରୁ ୧୯୭୫ରେ ମଧ୍ୟ ଭାରତୀୟ ସୈନିକଙ୍କ ଉପରେ ହମଲା  ହୋଇଥିଲା।

୧୯୬୭ର ପୂରା କାହାଣୀ

ଭାରତ ଓ ଚୀନ ମଧ୍ୟରେ ଶେଷ ଥର ୧୯୬୭ରେ ଗୁଳି ବିନିମୟ ଘଟିଥିଲା। ଅର୍ଥାତ ୫୩ ବର୍ଷ ପୂର୍ବେ ଏହି ଘଟଣା ହୋଇଥିଲା। ଏହି ହିଂସାତ୍ମକ ସଂଘର୍ଷ ସିକ୍କିମରେ ହୋଇଥିଲା। ଚୀନ ସେଠାରେ ଏଥିପାଇଁ ଉସୁକାଇବା ପରି କାମ କରୁଥିଲା କାରଣ ୧୯୬୨ ଯୁଦ୍ଧ ପରେ ଭାରତ ଉକ୍ତ ଅଞ୍ଚଳରେ ନିଜର ସ୍ଥିତି କ୍ରମାଗତ ଉନ୍ନତ କରି ଚାଲିଥିଲା। ୧୯୬୭ର ଏହି ଲଢେଇରେ ଭାରତର ୮୦ ଯବାନ ସହିଦ ହୋଇଥିବା ବେଳେ ଚୀନର ପ୍ରାୟ ୪୦୦ ସୈନିକ ପ୍ରାଣ ହରାଇଥିଲେ।

୧୯୭୫ରେ ପୁଣି ଥରେ ହମଲା

ଦୁଇ ଦେଶ ମଧ୍ୟରେ ଶେଷ ଥର ଗୁଳି ବିନିମୟ ୧୯୬୭ରେ ନିଶ୍ଚୟ ହୋଇଥିଲା। ହେଲେ ୮ ବର୍ଷ ପରେ ୧୯୭୫ରେ ଚୀନ ପୁଣି ଥରେ ଭାରତୀୟ ସେନା ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଘଟଣାରେ ଭାରତର ୪ ଯବାନ ସହିଦ ହୋଇଥିଲେ। ଭାରତ ସରକାର କହିଥିଲେ ଯେ, ଚୀନ ସୀମା ଅତିକ୍ରମ କରିଥିଲା, ମାତ୍ର ସବୁ ଥର ପରି ଚୀନ ଏହାକୁ ମଧ୍ୟ ମନା କରି ଦେଇଥିଲା।

ସୂଚନାଯୋଗ୍ୟ, ଗତ ଅନେକ ଦିନ ଧରି ଭାରତ-ଚୀନ ସୀମାରେ ବିବାଦ ଲାଗି ରହିଛି। ଚୀନ କ୍ରମାଗତ କହୁଛି ଯେ, ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯିବ। ମାତ୍ର ଡ୍ରାଗନ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ଭାରତ ମଧ୍ୟ ସ୍ପଷ୍ଟ କରି ଦେଇଛି ଯେ, ଯେ ପର୍ଯ୍ୟନ୍ତ ଚୀନ ସେନା ପଛକୁ ହଟି ନାହାନ୍ତି ଭାରତୀୟ ସେନା ମଧ୍ୟ ପଛକୁ ହଟିବେ ନାହିଁ। ଏଲଏସିରେ ବଦଳିଥିବା ପରିସ୍ଥିତିକୁ ଭାରତ କଦାପି ସ୍ଵୀକାର କରିବ ନାହିଁ।

ଗତ ଦୁଇ ଦିନ ତଳେ ସ୍ଥିର ହୋଇଥିଲା ଯେ, ଚୀନର ସେନା ଗଲଓ୍ଵାନ ଘାଟିରେ ପାଟ୍ରୋଲିଂ ପଏଣ୍ଟ ୧୪, ୧୫ ଓ ୧୭ ଏରୁ ପଛକୁ ହଟିବେ। କାରଣ ଚୀନର ସେନା ଶ୍ୟୋକ ନଦୀ ଓ ଗଲଓ୍ଵାନ ନଦୀର ମୁହାଣ ପର୍ଯ୍ୟନ୍ତ ମାଡି ଆସିଥିଲା। ଏବେ ଧିରେ ଧିରେ ମଧ୍ୟ ପଛକୁ ହଟୁଥିଲା। ମାତ୍ର ସଂପୂର୍ଣ୍ଣ ଭାବେ ସୈନ୍ୟ ପ୍ରତ୍ୟାହାର କରୁନଥିଲା। ଗତକାଲି ନିର୍ଣ୍ଣୟ ହୋଇଥିଲା ଯେ, ଚୀନର ସେନା ସଂପୂର୍ଣ୍ଣ ଭାବେ ପଛକୁ ହଟିବ।

ଦୁଇ ଦେଶର ଆର୍ମି ଅଫିସରଙ୍କ ନିଷ୍ପତ୍ତି ପରେ ଯେବେ ଚୀନ ସେନା ପଛକୁ ହଟିବାକୁ ମନା କଲା, ତେବେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

   Related Posts