Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଲଦାଖରେ ନରମିଲା ଚୀନ: କିନ୍ତୁ ଭାରତର ରହିଛି ଏହି ସର୍ତ୍ତ, ତେବେ ଯାଇ LACରେ ସମାପ୍ତ ହେବ ଉତ୍ତେଜନା

10/06/2020 at 3:33 PM

ନୂଆଦିଲ୍ଲୀ ୧୦।୦୬: ପୂର୍ବ ଲଦାଖ ସୀମାରେ ତିନିଟି ଜାଗାରେ ଭାରତ ଓ ଚୀନ ନିଜର ସୈନିକକୁ ପଛକୁ ଫେରାଇ ନେଇଛନ୍ତି। ଭାରତର ସ୍ପଷ୍ଟ କହିବା କଥା, ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଉତ୍ତେଜନା ତେବେ ସଂପୂର୍ଣ୍ଣ ସମାପ୍ତ ହେବ, ଯେବେ ଚୀନ ନିଜରେ ସମସ୍ତ ସୈନିକ ଏବଂ ସାମରିକ ଉପକରଣ ପ୍ରତ୍ୟାହାର କରି ନେବ। ଚୀନ ଭାରତୀୟ ସୀମା ନିକଟରେ ଆର୍ଟିଲରି ଓ ଟ୍ୟାଙ୍କ ମୁତୟନ କରି ରଖିଛି। ବୁଧବାର ଦୁଇ ଦେଶ ମଧ୍ୟରେ ମେଜରସ୍ତରୀୟ ଆଲୋଚନା ହେଉଛି। ଏହା ପୂର୍ବରୁ ଜୁନ ୬ରେ ଲେଫ୍ଟନାଣ୍ଟସ୍ତରୀୟ ଆଲୋଚନା ପରେ ଦୁଇ ଦେଶର ସେନା କିଛିଟା ପଛକୁ ହଟିଛନ୍ତି।

ଏହି ତିନୋଟି ଜାଗାରେ ପଛକୁ ହଟିଲେ ସେନା

ଉଭୟ ଦେଶର ସୈନିକ ଗଲଓ୍ଵାନ ଘାଟି ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ୧୪ ଓ ୧୫, ହଟ୍ ସ୍ପ୍ରିଙ୍ଗର ପାଟ୍ରୋଲିଂ ପଏଣ୍ଟ ୧୭  ଏହି ତିନିଟି ଜାଗାରୁ ପଛକୁ ହଟିଛନ୍ତି।

ବର୍ଡରରେ ଯେସାକୁ ତେସା ନୀତିରେ ଜବାବ ଦେଉଛି ଭାରତ

ନ୍ୟୁଜ୍ ଏଜେନ୍ସି ଏଏନଆଇ ସରକାରଙ୍କ ଉଚ୍ଚପଦସ୍ଥ ସୂତ୍ରରୁ ଲେଖିଛି ଯେ, ପୂର୍ବ ଲଦାଖ ସେକ୍ଟରରେ ଉତ୍ତେଜନା କମିବାରେ ଲାଗିଛି। ମାତ୍ର ଭାରତ ଚାହୁଁଛି ଏଲଏସି ସଂଲଗ୍ନ ଅଞ୍ଚଳରେ ଚୀନ ଯେଉଁ ଗୋଟିଏ ଡିଭିଜନରେ ୧୦ ହଜାରରୁ ଅଧିକ ସୈନିକ ମୁତୟନ କରିଛି, ତାକୁ ମଧ୍ୟ ପ୍ରତ୍ୟାହାର କରୁ। ଉତ୍ତେଜନା ହ୍ରାସ ଘଟିବା ଠିକ୍, କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ତେବେ ସମାପ୍ତ ହେବ ଯେବେ ଚୀନ ନିଜର ସମସ୍ତ ସୈନିକ ଓ ସାମରିକ ଉପକରଣ ସୀମାରୁ ପ୍ରତ୍ୟାହାର କରିବ। ସୂତ୍ର ମୁତାବକ ଚୀନର ଜବାବରେ ଭାରତ ମଧ୍ୟ ଲଦାଖ ସେକ୍ଟରରେ ୧୦ ହଜାରରୁ ଅଧିକ ସୈନିକ ମୁତୟନ କରିଛି। ଯଦ୍ଵାରା ଚୀନର  କୌଣସି ପ୍ରକାରର ଗତିବିଧିର ଜବାବ ଦେଇ ପାରିବ।

୧୦ ଦିନ ଚାଲିବ ଆଲୋଚନା, ବାହାରିବ ପରିଣାମ

ଚୀନ ସୈନିକ ମାର୍ଚ୍ଚ ୪ରେ ଉତ୍ତେଜନାର ମୋଞ୍ଜି ବୁଣିଥିଲେ। ଯେବେ ପିପୁଲ୍ସ ଲିବେରେସନ ଆର୍ମି(PLA)ର ଏକ  ବାଟାଲିୟନ ନିଜର ପାଟ୍ରୋଲିଂ ପଏଣ୍ଟଠୁ ବହୁ ଆଗକୁ ଚାଲି ଆସିଥିଲା। ସେମାନଙ୍କ ସହିତ ଇନଫ୍ୟାଙ୍କଟ୍ରି କାମ୍ଵେଡ ହ୍ଵିକିଲ୍ ଓ ଭାରି ଯାନ ରହିଥିଲା। ଭାରତ ଏହି ସବୁ ପଏଣ୍ଟକୁ ୧୦ ଦିନ ହେବାକୁ ଥିବା ଆଲୋଚନାରେ ଉଠାଇପାରେ। ଭାରତ ଓ ଚୀନ ମଧ୍ୟରେ ବାଲାଲିୟନସ୍ତରୀୟ, ବ୍ରିଗେଡ୍‌ସ୍ତରୀୟ ଓ ମେଜର ଜେନେରାଲସ୍ତରୀୟ ଆଲୋଚନା ହେବାର ଅଛି।

ପ୍ୟାଙ୍ଗଙ୍ଗ ହ୍ରଦରେ ଫସିଛି ପେଞ୍ଚ

ସୀମା ସଂଲଗ୍ନ ତିନୋଟି ପଏଣ୍ଟରୁ ସେନା ପଛକୁ ହଟିଛନ୍ତି। ମାତ୍ର ପ୍ୟାଙ୍ଗଙ୍ଗ୍ ହ୍ରଦରେ ଉତ୍ତେଜନା ଜାରି ରହିଛି। ଏଠାରେ ଦୁଇଟି ଦେଶର ସେନା  ମଧ୍ୟରେ ମେ ୫ରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ହ୍ରଦର ଉତ୍ତର କୂଳରେ ଫିଙ୍ଗର ୪ରୁ ନେଇ ଫିଙ୍ଗର ୮ ପର୍ଯ୍ୟନ୍ତ ଅଞ୍ଚଳରେ ଏବେ ମଧ୍ୟ ଚୀନ ସେନା ମୁତୟନ ଅଛନ୍ତି। ଚୀନ ନିଜର ସୀମା ଫିଙ୍ଗର ୪ ପର୍ଯ୍ୟନ୍ତ ଥିବା କହୁଥିବା ବେଳେ ଭାରତ ଅନୁଯାୟୀ ଚୀନର ସୀମା ଫିଙ୍ଗର ୮ରେ ସମାପ୍ତ ହେଉଛି। ଦୁଇ ଦେଶ ମଧ୍ୟରେ ଆଗାମୀ ଆଲୋଚନାରେ ଏହି ପଏଣ୍ଟକୁ ନେଇ କଣ ନିଷ୍ପତ୍ତି ହେଉଛି ତାହା ଦେଖିବା ବାକି ରହିଲା।

   Related Posts