Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମୋଦୀଙ୍କୁ ରାହୁଲଙ୍କ ହମଲା: କହିଲେ- ଆମ ସୈନିକଙ୍କୁ ମାରିଲେ, ଜମି କବ୍‌ଜା କଲେ…ପୁଣି ମୋଦୀଙ୍କୁ କଣ ପାଇଁ ପ୍ରଶଂସା କରୁଛି ଚୀନ ?

22/06/2020 at 6:13 PM

ନୂଆଦିଲ୍ଲୀ ୨୨।୦୬: ଭାରତ ଓ ଚୀନ ବିବାଦ ଏବେ ରାଜନୀତିର ଆଖଡା ପାଲଟିବାରେ ଲାଗିଛି। ଦେଶରେ ପ୍ରତି ଦିନ ଶାସକ  ଏବଂ  ବିରୋଧୀ ଦଳ ମଧ୍ୟରେ ରାଜନୀତି ଜୋର ଧରୁଛି। ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ କହିଛନ୍ତି ଚୀନ ଆମ ସୈନିକଙ୍କ ହତ୍ୟା କଲେ। ଆମ ଜମି କବଜା କଲେ ତଥାପି ସେଠାକାର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଣ ପାଇଁ ପ୍ରଶଂସା କରୁଛନ୍ତି ? ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଚୀନ ପ୍ରସଙ୍ଗରେ କିଛି ପ୍ରସ୍ତାବ ଦେଇଥିଲେ, ଯାହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଥିଲା।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଖବର କାଗଜର କଟିଂଙ୍କୁ ପୋଷ୍ଟ କରି ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଚୀନ ଆମ ସୈନିକଙ୍କ ହତ୍ୟା କଲେ, ଆମ ଜମି କବ୍‌ଜା କଲେ। ଏମିତି ଉତ୍ତେଜନାପୂର୍ଣ୍ଣ ସମୟରେ ଚୀନ୍‌ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଣ ପାଇଁ ପ୍ରଶଂସା କରୁଛି। ଉଲ୍ଲେଖଯୋଗ୍ୟ, ଚୀନ ଗଣମାଧ୍ୟମମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଉପରେ ଖୁସି ପ୍ରକାଶ କରି ତାଙ୍କ ପ୍ରଶଂସା ମଧ୍ୟ କରିଥିଲେ।

ଏହା ପୂର୍ବରୁ କଣ କହିଥିଲେ ମନମୋହନ ସିଂହ

ଭାରତ-ଚୀନ ସୀମା ବିବାଦକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶବ୍ଦ ଚୟନ ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆଜି ଆମ ଦେଶ ଇତିହାସର ସବୁଠୁ ବଡ ସଙ୍କଟମୟ ସ୍ଥିତିରେ ଛିଡା ହୋଇଛି। ଆମ ସରକାରଙ୍କ ନିର୍ଣ୍ଣୟ ଓ ସରକାର ଦ୍ଵାରା ଉଠାଯାଉଥିବା ପଦକ୍ଷେପ ସ୍ଥିର କରିବ ଯେ, ଭବିଷ୍ୟତର ପିଢି ଆମକୁ କେଉଁ ଦୃଷ୍ଟିରେ ଦେଖିବେ। ଯିଏ ଦେଶର ନେତୃତ୍ଵ ନେଉଛନ୍ତି ତାଙ୍କ କାନ୍ଧରେ କର୍ତ୍ତବ୍ୟତ ଗୁରୁ ଦାୟିତ୍ଵ ରହିଛି। ଆମ ଗଣତନ୍ତ୍ରରେ ଏହି ବଡ ଦାୟିତ୍ଵ ଦେଶର ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ନିଜ ଶବ୍ଦ ଏବଂ ଘୋଷଣା ଦ୍ଵାରା ଦେଶର ସୁରକ୍ଷା ଏବଂ ଭୌଗୋଳିକ ହିତ ଉପରେ ପଡିବାକୁ ଥିବା ପ୍ରଭାବ ପ୍ରତି ସର୍ବଦା ସାବଧାନ ରହିବା ଉଚିତ୍ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts