Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କଥା ଆହୁରି ବାକି ? ଭାରତ-ଚୀନ ଲେଫ୍ଟନାଣ୍ଟସ୍ତରୀୟ ଆଲୋଚନା ଶେଷ, ନିଷ୍କର୍ସକୁ ଅପେକ୍ଷା

6/06/2020 at 4:21 PM

ନୂଆଦିଲ୍ଲୀ ୦୬।୦୬: ଲଦାଖର ପୂର୍ବ ସୀମାନ୍ତରେ ମାସେ ହେବ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଶନିବାର ଦୁଇ ପକ୍ଷ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଆଲୋଚନା ହୋଇଛି। ସରକାରୀ ସୂତ୍ର ଅନୁଯାୟୀ ସୀମାରେ ଜାରି ଗତିରୋଧ ସମାପ୍ତ କରିବା ଲାଗି ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ବଡ ପ୍ରୟାସ। ଦୁଇ ପକ୍ଷ ମଧ୍ୟରେ ସୈନ୍ୟ ଓ  କୂଟନୈତିକସ୍ତରୀୟ ଆଲୋଚନା ଏବେ ଜାରି ରହିବ।  ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ ଲେହ ସ୍ଥିତ ୧୪ତମ କୋରର ଜେନେରାଲ କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନେଇଥିଲେ। ଚୀନ ପକ୍ଷରୁ ତିବ୍ବତ ମିଲିଟାରୀ ଡିଷ୍ଟ୍ରିକ୍ଟର କମାଣ୍ଡର ନେତୃତ୍ଵ ନେଇଛନ୍ତି।

ଉଭୟ ପକ୍ଷ ମଧ୍ୟରେ ଲଦାଖରେ ଚୀନ ପାର୍ଶ୍ଵରେ ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତ ମାଲଡୋରରେ ଆଲୋଚନା  ହୋଇଛି। ଭାରତୀୟ ସେନାର ଜଣେ ମୁଖପାତ୍ର ଆଲୋଚନା ବିଷୟରେ ଉଲ୍ଲେଖ କରି କହିଛନ୍ତି ଭାରତ-ଚୀନ ସୀମାରେ ସାଂପ୍ରତିକ ସ୍ଥିତିକୁ ନେଇ ଭାରତ ଓ ଚୀନର ଅଧିକାରୀ ସୈନ୍ୟ ଓ କୂଟନୈତିକ ମାଧ୍ୟମରେ ଆଲୋଚନା ଜାରି ରଖିବେ।  

ଶନିବାର ଦୁଇ ଦେଶ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଆଲୋଚନା ପୂର୍ବରୁ ଶୁକ୍ରବାର କମାଣ୍ଡରସ୍ତରୀୟ ଦୁଇ ନେତା ମଧ୍ୟରେ ୧୨ ରାଉଣ୍ଡ ଆଲୋଚନା  ହୋଇ ସାରିଛି। ଏହା ବ୍ୟତୀତ ୩ ମେଜର ଜେନେରାଲସ୍ତରୀୟ ଆଲୋଚନା ମଧ୍ୟ ହୋଇ ସାରିଛି।

ଅନେକ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ସ ନବାହାରିବାରୁ ଏବେ ଏତେ ବଡସ୍ତରରେ ଆଲୋଚନା କରିବାକୁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୈତିକସ୍ତରୀୟ ଆାଲୋଚନାରେ ଦୁଇ ପକ୍ଷ ପରସ୍ପରର ସମ୍ଵେଦନଶୀଳତା ଓ ଚିନ୍ତାକୁ ସମ୍ମାନ ଜଣାଇ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ନିଜର ମତଭେଦକୁ ସମାପ୍ତ କରିବା ଉପରେ ସହମତି ପ୍ରକାଶ କରିଥିଲେ।

ଏହା ପୂର୍ବରୁ  କୁହାଯାଉଥିଲା ଯେ, ଆଲୋଚନା ସମୟରେ ଭାରତୀୟ ପ୍ରତିନିଧିମଣ୍ଡଳ ପୂର୍ବ ଲଦାଖର ଗଲଓ୍ଵାନ ଘାଟି, ପାଙ୍ଗଙ୍ଗ ସୋ ଓ ଗୋଗରାରେ ୨୦୨୦ ଏପ୍ରିଲ ୦୧ ସମୟରେ ସ୍ଥିତି ଯେମିତି ଥିଲା ତାହା ବଜାୟ ରଖିବାକୁ ଦାବି କରିବ। ସୀମାରେ ଚୀନ ସୈନିକଙ୍କ ଉପସ୍ଥିତିକୁ  ବିରୋଧ କରିବା ସହିତ ଭାରତୀୟ ଅଞ୍ଚଳରେ ଭାରତ ଦ୍ଵାର ନିର୍ମାଣ ଭିତ୍ତିଭୂମିର ନିର୍ମାଣ ବିରୋଧ ନକରିବାକୁ ଚୀନକୁ କହିବ।

   Related Posts