LACରେ ଲଦାଖ ପର୍ଯ୍ୟନ୍ତ ସୀମତି ନାହିଁ ଚୀନ ସୈନିକଙ୍କ ଅନୁପ୍ରବେଶ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଳୀ ୦୯/୦୯: ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଗତ ଦୁଇମାସରେ ଅନେକ ଥର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଉଲ୍ଲଘଂନ କରିଛି। ଚୀନ ସୈନିକମାନେ ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ସୀମା ଚୁକ୍ତି ଉଲ୍ଲଘଂନ କରିଥିବା ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି। ଜଣେ ବ୍ୟକ୍ତି ନିଜ ନାଁ ପ୍ରକାଶ ନ କରି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଚୀନର ଏ ଉଲ୍ଲଘଂନ ପୂର୍ବ ଲଦାଖ ପର୍ଯ୍ୟନ୍ତ ସୀମିତ ନ ଥିଲା। ରିପୋର୍ଟ ଅନୁସାରେ ଚୀନ ସୈନିକ ଭାରତୀୟ ଇଲାକାର  ପ୍ରାୟ ୪୦ କିମି ଭିତରକୁ ପଶି ଆସିଥିଲେ ଯେଉଁମାନଙ୍କୁ ଭାରତୀୟ ସୈନିକମାନେ ଘୃଣା କରିଥିଲେ।

ଭାରତୀୟ ସୈନିକଙ୍କ ଦ୍ବାରା ଏଲଏସିକୁ ପାର୍ କରିବା ଦିଗରେ ଚୀନର ଦାବି ବିଶ୍ବସନୀୟ। ଏହା ଏକ ବଡ଼ ଚୀନ ରଣନୀତି ପ୍ରତି ଇଙ୍ଗିତ କରୁଛି। ଅଧିକାରୀଙ୍କ କହିବା କଥା ପ୍ରାୟ ୩,୫୦୦ କିମି ଲମ୍ବା ସୀମା ଉପରେ କାର୍ଯ୍ୟକଳାପ ବୃଦ୍ଧି ଘଟିଛି। ଭାରାତୀୟ ସୈନିକମାନେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ।

ଭାରତ-ଚୀନ ମଧ୍ୟରେ ଚାରି ମାସରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଦୁଇ ପକ୍ଷର ଅନେକ ଯବାନଙ୍କ ଜୀବନ ମଧ୍ୟ ଯାଇଛି। ଜୁନ୍ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଜଣେ କମାଣ୍ଡର ଅଫିସର ସମେତ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଥିଲେ। ଏହା ସହ ଚୀନର ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିଲା।

ଗୁଇନ୍ଦା ରିପୋର୍ଟ ଅନୁସାରେ ପିଏଲଏରେ ଜୁଲାଇରେ ଦୁଇଥର ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଥିଲେ। ଚୀନ ସୈନିକ ଭାରତୀୟ ଇଲାକା ଭିତରକୁ ପ୍ରାୟ ୨୬ କିମି ଦୂର ଯାଇଥିଲେ ଓ ବାହାରକୁ ବାହାରିବା ପୂର୍ବରୁ ତିନିରୁ ଚାରି ଦିନ ସେଠାରେ ଡେରା ପକାଇଥିଲେ। ଏହା ବ୍ୟତୀତ ପିଏଲଏରେ ଅରୁଣାଚଳରୁ ହେଡ୍ରିଗ୍ ଦରୋ ହୋଇ ୪୦ କିମି ଯାଇଥିଲେ।

ଅଗଷ୍ଟ ପ୍ରାରମ୍ଭରେ ପୂର୍ବ ସିକ୍କିମର ଜେଲେପା ଲା ଇଲାକାରେ ଦୁଇ ଦେଶର ସୈନିକ ସାମ୍ନାସାମ୍ନି ହୋଇଥିଲେ। ସେଠାରେ ପିଏଲଏ ଉଚ୍ଚ ଇଲାକା କବଜା କରି ନେଲା ଓ ଭାରତୀୟ ସୈନିକଙ୍କ ଉପରେ ପଥର ମାଡ ହୋଇଥିଲା। ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପୁଣି ଅଗଷ୍ଟ ମଧ୍ୟରେ ପିଏଲଏର ଉପସ୍ଥିତି ଉତ୍ତରାଖଣ୍ଡର ତଞ୍ଜୁନ ଲା ଦରୋରେ ଦର୍ଜ ହେଲେ।

ସେନାର ଜଣେ ବରିଷ୍ଠ ଅଧିକାରୀ ନାଁ ନ ନେଇ କହିଛନ୍ତି ପିଏଲଏ ସାମରିକ ଓ ରଣନୀତି ଲାଭ ହାସିଲ କରିବା ପାଇଁ ଉଚ୍ଚତା ଉପରେ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରୁଛି। ଅବଶ୍ୟ ଭାରତୀୟ ସେନା କେତେକ ପରିବର୍ତନରେ କିଛି ଟିପ୍ପଣୀ ଦେଇ ନାହାନ୍ତି। ସେନା ବିଗ୍ରେଡ ଓ ଡିଭିଜନ ସ୍ତରରେ ତଳ ସ୍ତରରେ ବଥାବର୍ତା ଚାଲିଛି। ସୂଚନାଯୋଗ୍ୟ, ରାଜନୈତିକ ସ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ ସପ୍ତାହରେ ମସ୍କୋରେ ଚୀନର ଜେନେରାଲ ଓ୍ବାଇ ଫେଙ୍ଗଇଙ୍କ ସହ ଆଲୋଚନା କରିଥିଲେ। ତେବେ ସେହି ବୈଠକରେ ଭାରତକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ସହ ଚୀନ ଇଞ୍ଚେ ବି ହରାଇବାକୁ ପ୍ରସ୍ତୁତ ନ ଥିବା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.