Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଦେଶବ୍ୟାପୀ ଚୀନ୍ ବିରୋଧ ଜଳୁଛି ପ୍ରତିଶୋଧର ନିଆଁ

17/06/2020 at 10:27 PM

ନୂଆଦିଲ୍ଲୀ୧୭/୬: ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଯବାନ ସହିଦ ଘଟଣାରେ ଦେଶବ୍ୟାପୀ ନିନ୍ଦା। ଦେଶବ୍ୟାପୀ ଚୀନ ବିରୋଧ ଜଳୁଛି ପ୍ରତିଶୋଧର ନିଆଁ। ପାକିସ୍ତାନ ପରି ଚୀନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଦାବି କରିଛନ୍ତି କିଛି ବିକ୍ଷୋଭକାରୀ। ସେପଟେ ଚୀନ ସାମଗ୍ରୀ ବୟକଟ ଦାବିରେ ସାମିଲ ହେଉଛନ୍ତି ଅଧିକରୁ ଅଧିକ ଭାରତୀୟ।

ଦେଶବ୍ୟାପୀ ରାଗ ଓ ତୀବ୍ର ପ୍ରତିକ୍ରିୟା । ଚାରିଆଡ଼େ ଚୀନ ମୁର୍ଦ୍ଦାବାଦ ନାରା, କୁଶପୁତ୍ତଳିକା ଦାହ। ଚାଲବାଜ ଚୀନକୁ ସବକ ଶିଖାଇବାର ଦାବି। ଏ ଦୃଶ୍ୟ ହେଉଛି ଦିଲ୍ଲୀ ସ୍ଥିତ ଚୀନ ଦୂତାବାସ ସାମ୍ନାରେ ଏଠାରେ ଚୀନ ବିରୋଧରେ ଜୋରଦାର ବିକ୍ଷୋଭ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଚୀନ ବିରୋଧରେ ନାରା ଦେଉଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିବାକୁ ବାଧ୍ୟ ହୋଇଥିଲା। ବାରଣାସୀରେ ଉତ୍ତ୍ୟକ୍ତ ଲୋକେ ଚୀନର ପତାକାକୁ ଜାଳିବା ସହିତ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ପୁତ୍ତଳିକା ଦାହ କରିଛନ୍ତି। ଏଥିସହିତ ଭାରତ ସୀମାରେ ଅନୁପ୍ରେବେଶ କରିଥିବା ପିଏଲଏ ସେନାକୁ ଗଲୱାନରୁ ହଟିବାକୁ ସ୍ଲୋଗାନ ଦେଇଛନ୍ତି। ପାଟଣା ଓ ଅହମ୍ମଦାବାଦ, ଲକ୍ଷ୍ମୌ, କୋଲକାତା ମଧ୍ୟ ଅନୁରୁପ ଚୀନ ବିରୋଧୀ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି। ପାକିସ୍ତାନ ବିରୋଧରେ ଭାରତ ଯେମିତି ସର୍ଜିକାଲ ଷ୍ଟ୍ରାଇକ  କରିଥିଲା ଚୀନ ବିରୋଧରେ ମଧ୍ୟ ପ୍ରଧାନମନ୍ତ୍ରୀ ସେଭଳି ପଦକ୍ଷେପ ନିଅନ୍ତୁ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। ଏବେ ଦେଖନ୍ତୁ କାନପୁରର ଚିତ୍ର। ଏଠାରେ ବିକ୍ଷୋଭକାରୀ ଟିଭିକୁ ଭାଙ୍ଗି ନିଆଁ ଲଗାଇଛନ୍ତି।

ରାଜ୍ୟରେ ମଧ୍ୟ ଚୀନ ବିରୋଧରେ ସ୍ଲୋଗାନ ତୀବ୍ର ହୋଇଛି। ଭୁବନେଶ୍ବର କଟକ ପୁରୀ ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. ଏଥିସହିତ ପୁରୀ ଶ୍ରୀମନ୍ଦିର ସାମ୍ନାରେ ସହିଦ ଯବାନଙ୍କ ପ୍ରତି ଦୀପଦାନ କରାଯାଇଛି। ଅନୁରୂପ ଭାବେ ବ୍ରହ୍ମପୁରରେ ମଧ୍ୟ ଦୀପଦାନ କରାଯାଇଛି।

ଏପଟେ ଦିଲ୍ଲୀରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷରେ ଭାରତୀୟ ଯବାନ ସହିଦ ହେବାନେଇ ରାଗିପାଚି ଲାଲ୍ ହୋଇଛନ୍ତି ୱାର ଭେଟରାନ। ଆବଶ୍ୟକହେଲେ ପୁଣି ବନ୍ଧୁକ ଉଠାଇ ଚୀନ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ  ବୋଲି କହିଛନ୍ତି। ଆଜି ରାସ୍ତାକୁ ଓହ୍ଲାଇଥିଲେ ପୂର୍ବତନ ଯବାନମାନେ।

ସେପଟେ ଚୀନକୁ ତିନିପଟୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛି ଭାରତ। ୧-ଚୀନ ସହିତ ପୁରୁଣା ଭାବଦୋସ୍ତି ବନ୍ଦ। ଚୀନ ସାମଗ୍ରୀ ବୟକଟ ପାଇଁ ଏବେ ସାରା ଦେଶରେ ଜୋର ଧରିଛି ଲହର। ଦିଲ୍ଲୀ ମିରଟ ମଧ୍ୟରେ ରାସ୍ତା ନିର୍ମାଣର ଠିକା ନେଇଥିବା ଚୀନ କମ୍ପାନିକୁ ଏବେ ଦୂରେଇ ଦିଆଯାଇଛି। -୨ରେ ଚୀନକୁ କୂଟନୈତିକ ସ୍ତରରେ ଘେରିବ ଭାରତ। କରୋନାର ଜନକ ଚୀନ ଏବେ ସାରା ବିଶ୍ବରେ ଏକଘରିକିଆ ହୋଇଛି। ଏତିକିବେଳେ ହତାଶ ହୋଇ ଚୀନ ଯେଉଁଭଳି ହରକତ କରୁଛି ତା ଉପରେ କୂଟନୈତିକ ଚାପ ଜାରି ରଖିବା ନେଇ ଭାରତ ପ୍ରସ୍ତୁତ ହେଉଛି। ୩- ଯେକୌଣସି ପରିସ୍ଥିତି ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଚୀନକୁ ସବକ ଶିଖାଇବା ନେଇ ଭାରତ ତାର ରଣନୀତି ପ୍ରସ୍ତୁତ କରିସାରିଛି। ଶାନ୍ତିର ସବୁପଥ ଖୋଲା ରଖିଥିଲେ ବି ଚାଲବାଜ ଚୀନର ଆଉ ବିଶ୍ବସ ଯୋଗ୍ୟ ନୁହେଁ ତାହା ଭାରତ ଜଣାଇ ଦେଇଛି।

   Related Posts