Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ଏବେ ଶକ୍ତି କ୍ଷେତ୍ରରେ ଚୀନକୁ ଝଟକା ଦେବ ଭାରତ: ବଢାଯିବ ଉତ୍ପାଦ ଶୁଳ୍କ, କଡାକଡି ହେବ ନିୟମ

2/07/2020 at 5:10 PM

ନୂଆଦିଲ୍ଲୀ ୦୨।୦୭: ଲଦାଖରେ ଭାରତ ସହିତ ବିବାଦ ଚୀନକୁ ଭାରି ପଡିବାରେ ଲାଗିଛି। ଭାରତ କ୍ରମାଗତ ଚୀନକୁ ଆର୍ଥିକ ମୋର୍ଚ୍ଚାରେ ଝଟକା ଦେବାରେ ଲାଗିଛି। ସଡକ ନିର୍ମାଣ ଓ ଡିଜିଟାଲ କ୍ଷେତ୍ରରେ ଝଟକା ଦେବା ପରେ ଏବେ ବିଜୁଳି କ୍ଷେତ୍ରର ପାଳି ପଡିଛି। କେନ୍ଦ୍ର ମନ୍ତ୍ରୀ ଆରକେ ସିଂହ କହିଛନ୍ତି, ଶକ୍ତି କ୍ଷେତ୍ରର ପ୍ରକଳ୍ପ ପାଇଁ ଚୀନରୁ ଯାହା କିଛି ଆମଦାନୀ ହେଉଥିଲା, ଏବେ ସରକାର ଏହାର ସମୀକ୍ଷା କରିବେ। ଏହି କ୍ଷେତ୍ରରେ ଏବେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇପାରେ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଏବେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯିବ। ଏହା ଦ୍ଵାରା ସହଜରେ ହେଉଥିବା ଆମଦାନୀକୁ ଆହୁରି କଡାକଡି କରାଯାଇ ପାରିବ। ଚୀନ କମ୍ପାନୀକୁ ରୋକିବା ପାଇଁ କଷ୍ଟମ ସହିତ ନିୟମକୁ ଆହୁରି କଡାକଡି କରାଯିବ।

ସେ କହିଛନ୍ତି, ଭାରତର ଏତିକି ସାମର୍ଥ୍ୟ ଅଛି ଯେ, ଆମେ ଆର୍ଥିକ କ୍ଷେତ୍ର ସହିତ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଚୀନକୁ ମାତ୍‌ ଦେଇ ପାରିବୁ। ଆଜି ପୂରା ଦୁନିଆ ଭାରତ ସହିତ ଅଛି। ଏଥିରେ ଭାରତର ମଜବୁତ ନେତୃତ୍ଵର  ହାତ ରହିଛି।

ଚୀନୀ ନିବେଶ ଥମିବା ପରେ ଭାରତ ଉପରେ ପଡିବାକୁ ଥିବା ପ୍ରଭାବକୁ ନେଇ ସେ କହିଛନ୍ତି ଯେ, ଆମେ ନିଜ ଦେଶରେ ଯୋଗାଣକୁ ନିଜ ଦମରେ ପୂରା କରି ପାରିବୁ। ପୂର୍ବେ ସାମାନ ଏଥିପାଇଁ ମଗାଯାଉଥିଲା, କାରଣ ଚୀନ ଶସ୍ତାରେ ନିଜର ଉତ୍ପାଦ ଦେଇ ଦେଉଥିଲା। ମାତ୍ର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଆତ୍ମ ନିର୍ଭର ଭାରତର ଆରମ୍ଭ କରାଯାଇଛି। ଆକରେ ସିଂହ କହିଛନ୍ତି, ଏବେ ଘରର ସାମଗ୍ରୀ ଉପରେ ନିର୍ଭରତା ବଢିବ। କାରଣ ଭାରତୀୟ ଚାହୁଁଛନ୍ତି ଯେ, ଚୀନକୁ ଉପଯୁକ୍ତ ଶିକ୍ଷା ଦିଆଯାଉ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବୁଧବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, ଭାରତରେ ବଡ ପ୍ରକଳ୍ପରେ ଏବେ ଚୀନ କମ୍ପାନୀକୁ ନିଷିଦ୍ଧ କରାଯିବ। କେବଳ ଏତିକି ନୁହେଁ ଆଉ କାହା ସହ ପାର୍ଟଣ୍ଣରସିପ୍ କଲେ ତା ଉପରେ ମଧ୍ୟ ରୋକ୍ ଲଗାଯିବ। ଏହା ବ୍ୟତୀତ ଏମଏସଏମଇ କ୍ଷେତ୍ରରେ ମଧ୍ୟ ଚୀନ ଉପରେ ଲଗାମ ଲଗାଯିବ ବୋଲି ଗଡକରୀ କହିଛନ୍ତି।

ଏହା ପୂର୍ବରୁ ଭାରତ ସରକାର ଚୀନ ୫୯ ମୋବାଇଲ୍ ଆପ୍ସ ଉପରେ ନିଷିଦ୍ଧ ଲଗାଇଛି। ଅନ୍ୟପଟେ ରେଲଓ୍ଵେ ଚୀନ କମ୍ପାନୀକୁ କଣ୍ଟ୍ରାକ୍ଟ ଦେବାକୁ ମଧ୍ୟ ରଦ୍ଦ କରିଛି।

   Related Posts