ଟାର୍ଗେଟ୍‌ରେ ଚୀନ: ହୋବିତଜର ତୋପ ପାଇଁ ୫୦୦ କୋଟି ଟଙ୍କାର ସ୍ପେଶାଲ ଗୋଳା କିଣିବ ଭାରତ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ଚୀନ ସହିତ ସୀମା ସଂଘର୍ଷ ମଧ୍ୟରେ କେନ୍ଦ୍ର ସରକାର ତିନି ସେନାକୁ ଘାତକ ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ କିଣିବା ପାଇଁ ୫୦୦ କୋଟି ଟଙ୍କାର ଜରୁରୀକାଳୀନ ପାଣ୍ଠିକୁ ମଞ୍ଜୁରୀ ଦେଇଛନ୍ତି। ଏହାରି ଜରିଆରେ ଭାରତ ଆମେରିକାରୁ ଏମ୭୭୭ ଓଲ୍‌ଟ୍ରା ଲାଇଟ୍‌ ହୋବିତଜର ତୋପ ପାଇଁ ଏକ୍ସକେଲିବର ଏମ୍ୟୁନିସନ(ସ୍ଵତନ୍ତ୍ର  ଗୋଳା) କିଣିବ। ଏହି ସବୁ ଅର୍ଡର କେନ୍ଦ୍ର ସରକାର ଦ୍ଵାରା ସେନାକୁ ଦିଆଯାଇଥିବା ଜରୁରୀକାଳୀନ ପାଣ୍ଠିରୁ ଖର୍ଚ୍ଚ କରାଯିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ତରଫରୁ ତିନି ସେନାକୁ ଜରୁରୀକାଳିନ ସ୍ଥିତିରେ ବିନା କ୍ୟାବିନେଟ୍ ମଞ୍ଜୁରୀରେ ଅସ୍ତ୍ର ଶସ୍ତ୍ର କ୍ରୟ କରିବାକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ କେବଳ ଭାଇସ୍‌ ଚିଫଙ୍କ ମଞ୍ଜୁରୀ ଦରକାର। ଏବେ ତିନି ସେନା ନିଜର ଆବଶ୍ୟକତା ଅନୁଯାୟୀ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଘାତକ ଯୁଦ୍ଧାସ୍ତ୍ର କିଣିପାରିବେ।

{"id":290660,"sizeSlug":"large"}

ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଭାରତ ଆମେରିକାରୁ ହୋବିତଜର ତୋପ ପାଇଁ ଅଧିକ ଏକ୍ସକେଲିବର ଏମ୍ୟୁନିସନ କିଣିବ। ଭାରତୀୟ ସେନା ପୂର୍ବ ଲଦାଖରେ ନିଜର ଯବାନଙ୍କୁ ଏମ୭୭୭ ଓଲ୍‌ଟ୍ରା ଲାଇଟ୍‌ ହୋବିତଜର ତୋପ ସହିତ ମୁତୟନ କରିବାକୁ ଚାହୁଁଛି। ଯେଉଁଥିରେ ଚୀନ ସେନାକୁ ଦୃଢ ଜବାବ ଦିଆଯାଇ ପାରିବ। ଭାରତ  ବାଲାକୋଟ୍ ଅପରେସନ ପରେ ମେ-ଜୁନରେ ମଧ୍ୟ ଏକ୍ସକେଲିବର ଏମ୍ୟୁନିସନର ଅର୍ଡର ଦେଇଥିଲା। ସେନାର ଫାଷ୍ଟଟ୍ରାକ ପ୍ରକ୍ରିୟା ଆଧାରରେ ଏହାର ଅଧିଗ୍ରହଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏକ୍ସକେଲିବର ଏମ୍ୟୁନିସନରର ରେଞ୍ଜ ବାକି ଅସ୍ତ୍ର ଶସ୍ତ୍ର ତୂଳନାରେ ଅଧିକ ଥାଏ। ଏକ୍ସକେଲିବର ଆର୍ଟିଲରୀ ଏମ୍ୟୁନିସନ ସଠିକ୍ ଲକ୍ଷ୍ୟଭେଦ କରି ଶତ୍ରୁକୁ ଧ୍ଵଂସ କରିବାରେ ସକ୍ଷମ। ଏହା ବହୁତ ଘନତ୍ଵ ଅଞ୍ଚଳରେ ବି ଶତ୍ରୁର ଲକ୍ଷ୍ୟକୁ ୫୦ କିମିରୁ ଅଧିକ ଦୂରତାରୁ ନିଶାଣ କରିପାରେ।

ଏକ୍ସକେଲିବର ଏମ୍ୟୁନିସନ ଜିପିଏସ ନାଭିଗେସନ ସିଷ୍ଟମ ଓ ସାଟେଲାଇଟ୍ ସିଗ୍‌ନାଲ ସାହାଯ୍ୟରେ ନିଜର ଲକ୍ଷ୍ୟକୁ ନିଶାଣ କରିବାରେ ସଂପୂର୍ଣ୍ଣ ସକ୍ଷମ। ଏହା ୧୫୫ ଏମଏମ ଆର୍ଟିଲରୀ ଗୋଳା ଅର୍ଥାତ ଏକ୍ସକେଲିବର ଏମ୍ୟୁନିସନ ୪୦-୫୦ କିଲୋମିଟର ପରିଧିରେ ନିଜର ଲକ୍ଷ୍ୟକୁ ଚିହ୍ନଟ କରିବା ଏବଂ ଭେଦିବାରେ ସକ୍ଷମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.