ସେନା ପ୍ରତ୍ୟାହାର ନେଇ ଭାରତ ଓ ଚାଇନା କମାଣ୍ଡ ସ୍ତରୀୟ ବୈଠକ, ତଥାପି ଦ୍ବିତୀୟ ଅପ୍ସନ୍ ରଖିଛି ଭାରତ
14/07/2020 at 8:18 PM

ନୂଆଦିଲ୍ଲୀ୧୪/୭: ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା। ସେନା ଅଧିକାରୀ ସ୍ତରୀୟ ଏହି ଆଲୋଚନାରେ ଉଭୟ ଦେଶ ସେନା ମେ ୫ ପୂର୍ବ ସ୍ଥିତିକୁ ଫେରିବା ନେଇ ବୈଠକରେ ଆଲୋଚନା ହୋଇଛି । ଭାରତ ସହ ରକ୍ତାକ୍ତ ସଂଘର୍ଷ ବେଳେ ଚୀନ୍ର ମୃତ ସୈନିକଙ୍କ ଶବ ସତ୍କାର ନକରିବା ପାଇଁ ସେମାନଙ୍କ ପରିବାର ଉପରେ ଚୀନ ଚାପ ପକାଉଥିବା ଆମେରିକା ଗୁଇନ୍ଦା ରିପୋର୍ଟ ଦେଇଛି ।ତେବେ ଚୀନକୁ ଘେରିବାକୁ ଏସିଆନ୍ ଦେଶ ସମୂହଙ୍କୁ ଏକାଠି କରିବାକୁ ରଣନୀତି କରିଛି ଆମେରିକା ।
ଚୁସୁଲରେ ଭାରତ ଓ ଚାଇନା କମାଣ୍ଡର ସ୍ତରୀୟ ଆଲୋଚନା । ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି। ପ୍ୟାଙ୍ଗଗ ସୋରଫିଙ୍ଗର୪ରୁ ୮ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ଏବଂ ଡେଭସାଙ୍ଗରୁ ସୈନ୍ୟ ପଛକୁ ହଟାଇବା ପାଇଁ ଏହି ବୈଠକରେ ଭାରତ ପକ୍ଷରୁ ବାଦି ରଖାଯାଇଛି । ଭାରତର ନର୍ଦନ କମାଣ୍ଡ ଲୋଫଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ଚୀନର ୧୪ କର୍ପସ ମେଜର ଜେନେରାଲ ଲିଉ ଲିନ ଙ୍କ ନେତୃତ୍ବରେ ଆଜି ବୈଠକ ହୋଇଥିଲା । ଉଭୟ ଦେଶର ସେନା ମେ ୫ ପୂର୍ବ ସ୍ଥିତିକୁ ଫେରିବା ନେଇ ବୈଠକରେ ଆଲୋଚନା ହୋଇଛି।
ଗୋଟିଏ ପଟେ ଚାଇନା ଓ ଭାରତ ସୀମାରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା କରିଥିବା ବେଳେ ଗଲୱାନରେ ଚାଇନାର ମୃତ ସୈନ୍ୟଙ୍କ ଶବସତ୍କାର ନକରିବା ପାଇଁ ସେମାନଙ୍କ ପରିବାର ଉପରେ ଚାପ ପକାଉଛି ଚୀନ୍ । ଏନେଇ ଆମେରିକାର ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ଚାଇନାର ସୈନ୍ୟ ମରି ନାହାନ୍ତି ଦର୍ଶାଇ ଜିନପିଙ୍ଗ ସରକାର ଏବେ ସୈନିକଙ୍କ ପରିବାରକୁ କରୋନା ପାଇଁ ଶବସତ୍କାର ନକରିବା ବାହାନା ପଛରେ ତଥ୍ୟ ଲୁଚାଇବା ଷଢ଼ଯନ୍ତ୍ର ରହିଥିବା କୁହାଯାଉଛି। ସେପଟେ ନେପାଳ ପ୍ରଧାନ ମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ମତାଇ ରାମ ନେପାଳରେ ଜନ୍ମ ହୋଇଥିଲେ ବୋଲି ବୟାନ ଦେବାକୁ ଉସୁକାଇଛି ଚାଇନା। ହେଲେ ଚାଇନାକୁ ଘେରିବାକୁ ଏସିଆନ୍ ଦେଶ ସମୁହଙ୍କୁ ଏକାଠି କରିବାକୁ ରଣନୀତି ଆରମ୍ଭ କରିଛି ଆମେରିକା। ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଆଜି ପୁଣି ଦୋହରାଇଛନ୍ତି ସାଉଥ ଚାଇନା ସମୁଦ୍ରରେ ଏସିଆନ୍ ଦେଶ ମାନଙ୍କ ଭାଗୀଦାରି ରହିଛି।
ଗୋଟିଏ ପଟେ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। ଅନ୍ୟପଟେ ଧୋକାବାଜ ଚୀନ୍କୁ ଚେକ୍ ଦେବାକୁ ଭାରତ ତାର ରଣନୀତିରେ ଆଗକୁ ବଢୁଛି। ଭାରତୀୟ ସୈନ୍ୟଙ୍କୁ ଆହୁରି ମଜବୁତ କରିବାକୁ ଇସ୍ରାଇଲଠାରୁ ହେରୋନ୍ ଡ୍ରୋନ ଓ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ କଣିବାକୁ ନିଷ୍ପତି ନେଇଛି ଭାରତ।