Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୀପାବଳି ପୂର୍ବରୁ ସମାଧାନ ହେବ ଲଦାଖ ବିବାଦ ! ତିନୋଟି ପର୍ଯ୍ୟାୟରେ ପଛକୁ ହଟିବେ ସେନା, ଭାରତ-ଚୀନ ମଧ୍ୟରେ ହେଲା ସହମତି

11/11/2020 at 4:08 PM

ନୂଆଦିଲ୍ଲୀ ୧୧।୧୧: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଦୀପାବଳି ପୂର୍ବରୁ ସମାଧାନ ହୋଇପାରେ। ଦୁଇ ଦେଶର ସେନା ପଛକୁ ହଟିବା ଏବଂ ଯଥାସ୍ଥିତି ବଜାୟ ରଖିବା ପାଇଁ ତିନୋଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର କରିବା ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି। ଏହା ପରେ ଦୁଇ ପକ୍ଷର ସେନା ଏପ୍ରିଲ-ମେ ମାସର ନିଜର ପୁରୁଣା ସ୍ଥିତି ନିଜ ନିଜ ସ୍ଥାନକୁ ଫେରି ଆସିବେ ବୋଲି ସହମତି ପ୍ରକାଶ ପାଇଛି।

ଦୁଇ ଦେଶ ମଧ୍ୟରେ ଗତ ସପ୍ତାହ ନଭେମ୍ବର ୬ରେ ଚୁସୁଲରେ ଅଷ୍ଟମ କୋର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା। ଏହି ବୈଠକରେ ତିନୋଟି ପର୍ଯ୍ୟାୟରେ ଉଭୟ ପକ୍ଷର ସେନା ନିଜର ନିଜର ସ୍ଥାନକୁ ଫେରିଯିବେ ବୋଲି ଆଲୋଚନା ହୋଇଥିଲା। ସୂତ୍ର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପାଙ୍ଗଙ୍ଗ୍‌ ହ୍ରଦ ଇଲାକାକୁ ପ୍ରଥମ ସପ୍ତାହରେ ଖାଲି କରାଯିବ। ଟ୍ୟାଙ୍କ ଓ ସୈନିକଙ୍କୁ ପ୍ରତ୍ୟାହାର କରାଯିବ। ଦ୍ଵିତୀୟ ପର୍ଯ୍ୟାୟରେ ଦୁଇ ଦେଶର ସେନା ପାଙ୍ଗଙ୍ଗ୍ ଅଞ୍ଚଳରେ ପ୍ରତି ଦିନ ୩୦ ପ୍ରତିଶତ ସୈନିକଙ୍କୁ ଅପସାରିତ କରିବେ। ଏହି ପ୍ରକ୍ରିୟା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଚୀନ ସେନା ଫିଙ୍ଗର ୮ ଅଞ୍ଚଳକୁ ଫେରିଯିବେ ଏବଂ ଭାରତୀୟ ସେନା ନିଜର ଧାନ ସିଂହ ଥାପା ପୋଷ୍ଟକୁ ଫେରି ଆସିବେ।

ତୃତୀୟ ପର୍ଯ୍ୟାୟରେ ଭାରତ ଓ ଚୀନର ସେନା ପାଙ୍ଗଙ୍ଗ୍‌ ହ୍ରଦ ଅଞ୍ଚଳର ଦକ୍ଷିଣ ପାର୍ଶ୍ଵ କ୍ଷେତ୍ରରୁ ନିଜର ସୈନିକଙ୍କୁକ ହଟାଇବେ। ଏଥିସହ ଚୁସୁଲ, ରେଜାଙ୍ଗ ଲାର ଯେଉଁ ପାହାଡିଆ ଅଞ୍ଚଳକୁ ଉତ୍ତେଜନା ସମୟରେ କବ୍‌ଜା କରାଯାଇଥିଲା, ତାକୁ ମଧ୍ୟ ଖାଲି କରାଯିବ। ଏହି ପୂରା ପ୍ରକ୍ରିୟାକୁ ଦୁଇ ଦେଶର ସେନା ନୀରିକ୍ଷଣ କରିବେ। ଏହି ସବୁ ପ୍ରକ୍ରିୟା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଦୁଇ ଦେଶର ସେନା ପଛକୁ ହଟିବାକୁ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି, କାରଣ ସଂପ୍ରତି ପୂର୍ବ ଲଦାଖର ଶିଖରରେ ପ୍ରବଳ ବରଫପାତ ହେଉଛି। ପ୍ରାୟ ୧୫ରୁ ୧୬ ହଜାର ଫୁଟ୍ ଉଚ୍ଚତାରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟୁଛି। ଏଥିରେ ଦୁଇ ଦେଶର ସେନାଙ୍କ ପାଇଁ ସମସ୍ୟା ବଢିପାରେ। ବିଶେଷ କରି ଚୀନ ସେନା ପାଇଁ ଏହା ବଡ ସମସ୍ୟା ହୋଇପାରେ। ସେଥିପାଇଁ ଡ୍ରାଗନ ଏବେ ସେନା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ କରିଛି।

ସୂଚନାଯୋଗ୍ୟ, ପୂର୍ବ ଲଦାଖର ପାଙ୍ଗଙ୍ଗ୍‌ ହ୍ରଦ ଅଞ୍ଚଳରେ ଏପ୍ରିଲ ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ଏହି ସମୟରେ ଚୀନ ସେନା ଅନେକ ପାଟ୍ରୋଲିଂ ପଏଣ୍ଟ ଉପରେ କବ୍‌ଜା ଜମାଇଥିଲା। ଏହା ପରେ ଭାରତୀୟ ସେନା ଚୀନକୁ ଉଚିତ୍ ଜବାବ ଦେଇଥିଲେ। ଜୁନ ୧୫ ବିଳମ୍ବିତ ରାତ୍ରିରେ ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ରୁ ଅଧିକ ସୈନିକ ମୃତାହତ ହୋଇଥିବା କୁହାଯାଇଥିଲା।

   Related Posts