ଚୀନ ବୈଦେଶିକ ମନ୍ତ୍ରୀ କହିଲେ: ଚୀନ-ଭାରତ ସୀମା ନିର୍ଦ୍ଧାରଣ ହୋଇ ନାହିଁ, ଏଲଏସିରେ ଏମିତି ଲାଗି ରହିବ ଉତ୍ତେଜନା

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି କହିଛନ୍ତି ଭାରତ-ଚୀନ ସୀମା ନିର୍ଦ୍ଧାରଣ ହୋଇ ନାହିଁ। ଏଥିପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ସର୍ବଦା ଉତ୍ତେଜନା ଲାଗି ରହିବ। ଦୁଇ ଦେଶକୁ ମତଭେଦକୁ ସଂଘର୍ଷରେ ପରିଣତ ହେବା ପାଇଁ ରୋକିବାକୁ ହେଲେ ଉଭୟ ଦେଶର ନେତୃତ୍ଵ ମଧ୍ୟରେ ହୋଇଥିବା ସହମତି ଲାଗୁ କରିବା ଉଚିତ୍। ଓ୍ଵାଙ୍ଗ ଏହା ମଧ୍ୟ କହିଛନ୍ତି ଚୀନ ଭାରତ ସହିତ ସମସ୍ତ ପ୍ରସଙ୍ଗକୁ ଆଲୋଚନା ଜରିଆରେ ସମାଧାନ କରିବାକୁ ଇଚ୍ଛୁକ।

ଚୀନର ବୈଦେଶିକ ମନ୍ତ୍ରଣାଳୟ ସଂପ୍ରତି ୟୁରୋପ ଗସ୍ତରେ ଅଛନ୍ତି। ସେ ଏହି ଟିପ୍ପଣୀ ସୋମବାର ପ୍ୟାରିସ ସ୍ଥିତ ଫ୍ରେଞ୍ଚ ଇନଷ୍ଟିଚ୍ୟୁୟୁଟ ଅଫ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଭାଷଣ ସମୟରେ ଦେଇଛନ୍ତି। ଭାରତ ଏବଂ ଜାପାନ ସହ ଚୀନର ସମ୍ବନ୍ଧୁ ନେଇ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଚୀନ ସେନା ପୂର୍ବ ଲଦାଖରେ କରୁଥିବା ଅନୁପ୍ରବେଶ ବିଷୟରେ ଉଲ୍ଲେଖ କରି ନାହାନ୍ତି। ତାଙ୍କର ଏହି ଟିପ୍ପଣୀ ସେହି ସମୟରେ ଆସିଛି ଯେତେବେଳେ ଭାରତୀୟ ସେନା କହିଥିଲେ ଯେ ଚୀନ ସେନା ପୂର୍ବ ଲଦାଖରେ ଉସୁକାଇବା ପରି କାର୍ଯ୍ୟ କରି ପାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଏକତରଫା ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରିଛି।

{"id":323463,"sizeSlug":"large"}

ଉଲ୍ଲେଖନୀୟ ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଚୀନ ଓ ଭାରତୀୟ ସୈନିକଙ୍କ ମଧ୍ୟର ଘଟିଥିବା ହିଂସାତ୍ମକ ଘଟଣା ପରେ ଅଞ୍ଚଳରେ ଏହା ପ୍ରଥମ ବଡ ଘଟଣା। ଓ୍ଵାଙ୍ଗ କହିଛନ୍ତି ଚୀନ- ଭାରତ ସମ୍ବନ୍ଧ ନିକଟରେ ସମସ୍ତ ପକ୍ଷଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି।

ସେ କହିଛନ୍ତି ଚୀନ ଓ ଭାରତର ସୀମା ଯେ ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ଏହି ଧରଣର ସମସ୍ୟା ଏଲଏସିରେ ଲାଗି ରହିଥିବ। ଆମେ ଭାରତ ସହିତ ସବୁ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତୁତ। ଏହା ସହିତ ଦ୍ଵିପାକ୍ଷିକ ସମ୍ବନ୍ଧକୁ ଉପଯୁକ୍ତ ସ୍ଥାନରେ ରଖିବା ଉଚିତ୍ ବୋଲି ଓ୍ଵାଙ୍ଗ କହିଛନ୍ତି।

ଓ୍ଵାଙ୍ଗ କହିଛନ୍ତି ମତଭେଦକୁ ସଂଘର୍ଷର ରୂପ ଦେବା ଅନୁଚିତ୍। ଦୁଇ ଦେଶର ବିଭିନ୍ନ ବିଭାଗକୁ ଆଲୋଚନାରେ ହୋଇଥିବା ସହମତିକୁ ଲାଗୁ କରିବା ଉଚିତ୍। ଦ୍ଵିପାକ୍ଷିକ ସହଯୋଗ ମତଭେଦ ଉପରେ ଭାରି ପଡିବା ଉଚିତ୍ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ଲଦାଖର ସୀମାରେ ଜାରି ଗତିରୋଧ ଦୂର କରିବା ପାଇଁ ଭାରତ ଓ ଚୀନ ମଧ୍ୟରେ ଗତ ଅଢେଇ ମାସରେ କୂଟନୈତିକ ଓ ସାମରିକସ୍ତରରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ମାତ୍ର ଏ ପର୍ଯ୍ୟନ୍ତ ସମାଧାନ ଦିଗରେ କୌଣସି ପ୍ରଗତି ଘଟିନାହିଁ। ଓ୍ଵାଙ୍ଗ କହିଛନ୍ତି ଚୀନର ଲମ୍ବା ଇତିହାସ ରହିଛି ଏବଂ ଅନ୍ୟ ଦେଶ ତୂଳନାରେ ସବୁଠୁ ଅଧିକ ପଡୋଶୀ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.