Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜଳ, ସ୍ଥଳ ଓ ବାୟୁସେନାକୁ ଆଲର୍ଟ ମେସେଜ୍: ଯବାନଙ୍କ ଛୁଟି ବାତିଲ, ଚୀନକୁ ଜବାବ ଦେବାକୁ ସଶସ୍ତ୍ର ସେନାକୁ ପ୍ରସ୍ତୁତ ରହିବାକୁ କହିଲେ ସରକାର

17/06/2020 at 7:04 PM

ନୂଆଦିଲ୍ଲୀ ୧୭।୦୬: ପୂର୍ବ ଲଦାଖର ଗଲଓ୍ଵାନ ଘାଟିରେ ଭାରତ-ଚୀନ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଆକ୍ସନ ମୋଡରେ ମୋଦୀ ସରକାର। ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୯ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସମସ୍ତ ପ୍ରମୁଖ ଦଳର ସଭାପତି ସାମିଲ ହେବେ। ଅନ୍ୟପଟେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ତ ଏମିତିରେ ଶାନ୍ତି ଚାହେଁ ମାତ୍ର କେହି ଯଦି ଉସୁକାଏ ତେବେ ଜବାବ ନିଶ୍ଚୟ ଦିଆଯିବ। ଆମେ ଦେଶର ଅଖଣ୍ଡତା ସହିତ ସାଲିସ୍ କରି ପାରିବୁ ନାହିଁ। ଅନ୍ୟପଟେ ସୂତ୍ର ଅନୁଯାୟୀ ଭାରତୀୟ ଆର୍ମି ସମସ୍ତ ଯବାନଙ୍କ ଛୁଟି ବାତିଲ୍ କରିଛି। ଏହା ବ୍ୟତୀତ ଚୀନ ସହ ମୁକାବିଲା ପାଇଁ ଜଳ, ସ୍ଥଳ ଓ ବାୟୁସେନାକୁ ସଂପୂର୍ଣ୍ଣ ଆଲର୍ଟରେ ରଖାଯାଇଛି।

ସମୁଦ୍ର ସୀମାରେ ନୌସେନାର ତୀକ୍ଷ୍ଣ ନଜର

ଏଲଏସିରେ ଚୀନ ସହିତ ବଢୁଥିବା ସଂଘର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବଳକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି। ଇକୋନୋମିକ୍ସ ଟାଇମ୍ସକୁ ମିଳିଥିବା ସୂଚନା ଅନୁଯାୟୀ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତ ତିନି ସେନାରେ ସମନ୍ଵୟ ରଖି ଏବଂ ଆବଶ୍ୟକ ଅନୁଯାୟୀ ପ୍ରାଥମିକତା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୌସେନାକୁ ଚୀନର ମୁକାବିଲା ପାଇଁ ମଲକ୍କା ଷ୍ଟ୍ରେଟ୍‌ ନିକଟ କିମ୍ବା ଆବଶ୍ୟକ ପଡିଲେ କାଉଣ୍ଟର ପାଇଁ ଭାରତ ମହାସାଗରରେ କେଉଁଠି ବି ଆଗକୁ ବଢିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୌସେନା ଯୁଦ୍ଧ ପୋତ ଓ ଜାହାଜ ସହିତ ସମୁଦ୍ରୀ ସୀମାରେ ନିଜର ତୀକ୍ଷ୍ଣ ନଜର ରଖିଛି।

ବାୟୁସେନା ବି ଆଲର୍ଟ

ନୌସେନା ସହିତ ବାୟୁସେନା ମଧ୍ୟ ଜରୁରୀ ପଦକ୍ଷେପ ନେଇଛି। ଚୀନ ସୀମାରେ ଗମ୍ଭୀର ସ୍ଥିତିକୁ ଦେଖି ଲଢୁଆ ବିମାନକୁ ଆଗକୁ ବଢାଯାଇ ଅଗ୍ରୀମ ଘାଟିରେ ମୁତୟନ କରାଯାଇଛି। ସୂତ୍ର ଅନୁଯାୟୀ ଭାରତୀୟ ସେନା ମଧ୍ୟ ନିଜର ଯବାନଙ୍କ ଛୁଟି ବାତିଲ୍ କରି ଦେଇଛି। କେନ୍ଦ୍ର ସରକାର କୌଣସି ପ୍ରକାରର  ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ତିନି ସେନାକୁ ଅସ୍ତ୍ର ଶସ୍ତ୍ର କିଣିବାକୁ ସ୍ଵାଧୀନତା ଦେଇଛନ୍ତି। ଲଦାଖରେ ଜାରି ବିବାଦର ସମାଧାନ ଲାଗି ଭାରତ ଆଲୋଚନାର ପ୍ରସ୍ତାବ ଦେଇଥିଲା ମାତ୍ର ସୋମବାର ଘଟିଥିବା ହିଂସା ପରେ ସରକାର ଆଉ ନିରବ ରହିବାକୁ ଚାହୁଁ ନାହାନ୍ତି। ଏହି କାରଣରୁ ଚୀନକୁ ନେଇ ସରକାର ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି।

ଉସୁକାଇଲେ ମିଳିବ ଜବାବ

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଶାନ୍ତିପୂର୍ଣ୍ଣ ଦେଶ। ଇତିହାସ ଏହାର ସାକ୍ଷୀ ଯେ, ଆମେ ବିଶ୍ଵରେ ଶାନ୍ତିର ପ୍ରସାର କରିଛୁ। ପଡୋଶୀଙ୍କ ସହିତ ବନ୍ଧୁତ୍ଵ ସ୍ଥାପନ ଦିଗରେ କାମ କରିଛୁ। ମତଭେଦ୍ ହୋଇଛି ମାତ୍ର ଏହାକୁ ବିବାଦୀୟ ହେବାକୁ ଦେଇନୁ। ଆମେ କେବେ କାହାକୁ ଉସୁକାଉ ନାହିଁ ମାତ୍ର ନିଜ ଦେଶର ଅଖଣ୍ଡତା ସହିତ ସାଲିସ୍ ମଧ୍ୟ କରି ପାରିବୁ ନାହିଁ। ଆମର ଅଖଣ୍ଡତା ଉପରେ ପ୍ରହାର କଲେ ଆମେ ଚୁପ୍‌  ହୋଇ ବସି ପାରିବୁ ନାହିଁ।

ଲଦାଖରେ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ସୈନିକ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନ ନିହତ ହୋଇଛନ୍ତି। କିନ୍ତୁ ଚୀନ ପକ୍ଷରୁ ନିଜର ଯବାନଙ୍କ ମୃତାହତ ନେଇ କୌଣସି ଅଧିକାରୀସ୍ତରୀୟ ସୂଚନା ମିଳିନାହିଁ। ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚୀନ ଏହି ଘଟଣା ପାଇଁ ଭାରତକୁ ଦୋଷ ଦେଉଥିବା ବେଳେ ଭାରତ କହିଛି ଯେ, ଚୀନ ସୀମାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହାକୁ ବିରୋଧ କରିବାରୁ ସେନା ଉପରେ ଆକ୍ରମଣ କରିଛି।

   Related Posts