ଭାରତ-ଚୀନ ଅଶାନ୍ତିର କାରଣ ବେଲି ବ୍ରିଜ ! କିଏ ଏବଂ କେବେ ତିଆରି କରିଥିଲେ ଏହି ବ୍ରିଜ ?

Published By : Prameya-News7 Bureau | June 21, 2020 IST

ଲଦାଖ ୨୧/୦୬ :  ପ୍ରବଞ୍ଚଳ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସାମରିକ ନିର୍ମାଣ ଯୋଗୁଁ ଚୀନ ଲଗାତାର ବିରୋଧ କରିଆସୁଛି | କିନ୍ତୁ ଭାରତ ପରିଯୋଜନା ରୋକିବା ବଦଳରେ ତାକୁ ଦୁଇଗୁଣ ଗତିରେ ଆଗକୁ ବଢାଇବା ରଣନୀତି ପ୍ରସ୍ତୁତ କରି କାମ କରୁଛି | ଦରବୁକରୁ ଶ୍ୟୋକ ନଦୀ ଏବଂ ଫିର ଦୌଲତ ବେଗ ଓ଼ଲ୍ଦୀ ଏୟାରବେଶ ପର୍ଯ୍ୟନ୍ତ ୨୫୫ କିମି ଲମ୍ବା ସଡ଼କପଥ ନିର୍ମାଣ ଚୀନ ଆଖିରେ କଣ୍ଟା ସାଜିଛି |

{"id":289379,"sizeSlug":"large"}

ସୂତ୍ର ଅନୁଯାୟୀ, ଶ୍ୟୋକ ନଦୀ ଓ ଗଲମ୍ବା ନଦୀର ସଙ୍ଗମ ସ୍ଥଳ ନିକଟରେ ଯେମିତି ବେଲି ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା ଚୀନ ବ୍ରିଜ ନିର୍ମାଣକୁ ନେଇ ଆପତ୍ତି କରିବା ଅଶାନ୍ତି ସହ ମାହୋଲ ସୃଷ୍ଟି କରିଥିଲା | ତା ସତ୍ତ୍ୱେ ସେନା ସାମରିକ ମହତ୍ତ୍ୱର ଏହି ମହତ୍ଵପୂର୍ଣ୍ଣ ପୋଲକୁ ଅପଗ୍ରେଡ଼ କରିବା କାମ ପୁରା କରିଥିଲା | ଗଲୱାନ ଘାଟି ହିଂସା ଘଟଣା ପରେ ଏଲଏସି ରୋଡ଼ ସହିତ ଜଡିତ ପ୍ରକଳ୍ପଗୁଡିକ ମଧ୍ୟ ଶୀଘ୍ର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି | ଗଲୱାନ ଘାଟିରେ ଯେଉଁ ଜାଗାରେ ଚୀନ ସେନା ଓ ଭାରତୀୟ ସେନା ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା ତାର କିଛି ଦୂରରେ ପୋଲ ତିଆରି ହେଉଛି | ଯେକୌଣସି ପ୍ରକାରେ ପୋଲ ନିର୍ମାଣକୁ ରୋକିବା ପାଇଁ ଚୀନ ଉଦ୍ୟମ କରିଥିଲା | କିନ୍ତୁ ହିଂସା ଘଟଣା ପରେ ପୋଲ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡିଛି |

{"id":289380,"sizeSlug":"large"}

ଏଥିପାଇଁ ପୋଲ ନିର୍ମାଣ ଦଳକୁ କୁହାଯାଇଛି ଯେ ଯେକୌଣସି ପରିସ୍ଥିତିରେ ପୋଲ ନିର୍ମାଣ ଶେଷ ହେବା ଆବଶ୍ୟକ | ଗଲୱାନ ଘାଟିରେ ଭାରତୀୟ ଯବାନ ଶହୀଦ ହେବା ପରେ କେବଳ ପୋଲ ନିର୍ମାଣ କାମ ବଢ଼ାଇ ଦିଆଯିବା ସହ ୩ ଦିନ ଭିତରେ ଏହାକୁ ଟେଷ୍ଟିଙ୍ଗ ସହ ସୈନ୍ୟ ମୁଭମେଣ୍ଟ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି | 

{"id":289381,"sizeSlug":"large"}

ବେଲି ପୁଲ ପ୍ରଥମରୁ ପ୍ରାଟାଉଟ ହୋଇଥିବା ଢାଞ୍ଚାକୁ ସ୍ଥାପିତ କରି ନିର୍ମାଣ କରାଯାଇଛି | ଗଲୱାନ ଘାଟିରେ ଯେଉଁ ବେଲି ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଇଛି ତାକୁ ପ୍ରଥମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ଇଂଜିନିୟର ଡୋନାଲ୍ଡ ବେଲି ତିଆରି କରିଥିଲେ | ତାଙ୍କ ନାଁ ଅନୁସାରେ ପୋଲକୁ ନାମକରଣ କରାଯାଇଛି | ବ୍ରିଟିଶ ବାର ଅଫିସରେ ନିୟୋଜିତ ଡୋନାଲ୍ଡ ବେଲିଙ୍କ ଢାଞ୍ଚାରେ ପ୍ରଥମେ ଏହି ପୋଲକୁ ୧୯୪୦-୪୧ ମସିହାରେ ପ୍ରସ୍ତୁତ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.