Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

କରୋନା ପ୍ରଭାବ : ହେବନାହିଁ ଭାରତ-ଚୀନ ସୀମା ବ୍ୟବସାୟ, କୈଳାସ ମାନସରୋବର ଯାତ୍ରା ମଧ୍ୟ ସ୍ଥଗିତ

27/05/2020 at 12:05 PM

ନୂଆଦିଲ୍ଲୀ ୨୭/୦୫ : ପ୍ରତିବର୍ଷ ଜୁନ ୧ ତାରିଖରୁ ଲିପୁଲେଖ ସୀମାରୁ ଭାରତ ଚୀନ ବାଣିଜ୍ୟ ଆରମ୍ଭ ହୋଇଥାଏ | କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଭାରତ ଚୀନ ବାଣିଜ୍ୟ ହେବ ନାହିଁ | ତେବେ ବ୍ୟବସାୟ ତାରିଖକୁ ଆଉ ମାତ୍ର ୪ ଦିନ ଅଛି | କିନ୍ତୁ ସ୍ଥାନୀୟ ସ୍ଥରରୁ ଏବେ ଯାଏଁ ଅଧିକାରୀଙ୍କୁ ବିଦେଶ ମନ୍ତ୍ରାଳୟ ତରଫରୁ କୌଣସି ନିର୍ଦେଶ ମିଳିନାହିଁ | ସୂତ୍ର ଅନୁସାରେ, ଶୀର୍ଷ ସ୍ଥରରେ ଏହି ସମ୍ବନ୍ଧରେ ନିଷ୍ପତ୍ତି ନିଆସରିଛି | ବର୍ତ୍ତମାନ ସ୍ଥାନୀୟ ସ୍ଥରରେ ଏହାର ଘୋଷଣା ହେବା ବାକି ଅଛି | ବ୍ୟବସାୟ ସ୍ଥଗିତ ହେବାପରେ ସୀମାନ୍ତ ନିକଟବର୍ତ୍ତୀ ୮୦୦ ରୁ ଅଧିକ ଲୋକଙ୍କ ଜୀବିକା ପ୍ରଭାବିତ ହେବ |

ସୂଚନା ଅନୁଯାୟୀ, ଚୀନକୁ ବ୍ୟବସାୟିକ ମୋର୍ଚ୍ଚାରୁ ଝଟକା ଲାଗିଛି | କାରଣ ଚୀନରୁ ବିଦେଶୀ କମ୍ପାନୀ ହଟାଇବାକୁ ଚାହୁଁଛନ୍ତି | ସଙ୍କଟ ସମୟରେ ତାଇୱାନର ଭୂମିକା ଯୋଗୁଁ ତାଇୱାନକୁ ସମର୍ଥନ ମିଳିଛି | ଏପଟେ ଚୀନକୁ ସାରା ଦୁନିଆ ସନ୍ଦେହ ଦୃଷ୍ଟିରେ ଦେଖୁଚି | ଏହି ସଙ୍କଟ ପରିସ୍ଥିତିରେ ଭାରତର ଭୂମିକା ମଧ୍ୟ ଅଧିକ ରହିଛି | ଆମେରିକା ଓ ଭାରତର ରଣନୀତି ବୁଝାମଣା ମଧ୍ୟ ସ୍ପଷ୍ଟ ନଜର ଆସୁଛି | ଫଳରେ ଚୀନ ଶାସନ ଅସ୍ତବ୍ୟସ୍ତ ହୋଇପଡିଛି |

୨୦୧୯ ମସିହାରେ ଭାରତ ଚୀନ ସୀମା ବ୍ୟବସାୟରେ ୧ କୋଟି ୯୧ ଲକ୍ଷ ଟଙ୍କା ଜିନିଷର ଆମଦାନୀ ହୋଇଥିଲା ଏବଂ ୧ କୋଟି ୨୫ ଲକ୍ଷ ଟଙ୍କା ବସ୍ତୁ ରପ୍ତାନି ହୋଇଥିଲା | ୟାକ୍ ଲାଞ୍ଜ, ଛେଳି ପାସମ୍ ଲୋମ, ଚାଇନିଜ ରେଜେଇ, କମ୍ବଳ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଆଦି ଆମଦାନୀ ହୋଇଥାଏ | ଅପରପକ୍ଷରେ କଫି, ତମ୍ବାକୂ, ନାଶଭର୍, ମାଛିସ, ଗୁଡା, ମିଶ୍ରି, ରେଡ଼ିମେଡ଼ ପୋଷାକ ଆଦି ରପ୍ତାନି କରାଯାଏ |

ଭାରତ ଓ ଚୀନ ମଧ୍ୟରେ ୧୯୯୨ ମସିହାରୁ ବାଣିଜ୍ୟ ବ୍ୟବସାୟ ଆରମ୍ଭ ହୋଇଛି | ଏହାପରେ ଉଭୟ ଦେଶ ମଧ୍ୟରେ ଏହି ବ୍ୟବସାୟ ୨୦୦୭ ମସିହାରୁ ଲିପୁଲେଖ ସୀମା ଦ୍ୱାରା ହୋଇଥାଏ | ୨୦୦୮ ମସିହାରେ ଚୀନରେ ଅନୁଷ୍ଠିତ ହୋଇଥିବା ଅଲମ୍ପିକ ପାଇଁ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସାୟକୁ ମଞ୍ଜୁରୀ ଦେଇନଥିଲା | ସେତେବେଳେ ଭାରତ ତରଫରୁ ୧୧ ବ୍ୟବସାୟୀଙ୍କୁ ଟ୍ରେଡ଼ ପାସ ଜାରି କରାଯାଇଥିଲା | କିନ୍ତୁ କେହି ମଧ୍ୟ ଚୀନ ମଣ୍ଡିକୁ ଯାଇପାରିନଥିଲେ | 

ଉତ୍ତରାଖଣ୍ଡ ପିଥୋରାଗଡ଼ରେ ୧୯୮୧ ମସିହାରୁ ଚାଲୁଥିବା କୈଳାସ ମାନସରୋବର ଯାତ୍ରା ପ୍ରଥମଥର ପାଇଁ ସ୍ଥଗିତ କରାଯାଇଛି | ୩୯ ବର୍ଷର ଇତିହାସରେ ପ୍ରଥମଥର ପାଇଁ କୈଳାସ ମାନସରୋବର ଯାତ୍ରା ସ୍ଥଗିତ କରାଯାଇଛି | ଉତ୍ତରାଖଣ୍ଡରୁ ଆରମ୍ଭ ହେଉଥିବା କୈଳାସ ଯାତ୍ରାରେ ପ୍ରତିବର୍ଷ ୯୦୦ ରୁ ଅଧିକ ଲୋକ ସାମିଲ ହୁଅନ୍ତି | ଉତ୍ତରାଖଣ୍ଡରେ କୁମାଉ ମଣ୍ଡଳ ବିକାଶ ନିଗମ କୈଳାସ ଯାତ୍ରାର ଦାୟିତ୍ୱ ନିଅନ୍ତି | ନିଗମର ଏମଡି ରୋହିତ ମିନା କହିଛନ୍ତି ଯେ କରୋନା ଯୋଗୁଁ ଚଳିତବର୍ଷ କୈଳାସ ମାନସରୋବର ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ନୁହେଁ | ତେବେ ଏନେଇ ଅନ୍ତିମ ନିଷ୍ପତ୍ତି ବିଦେଶ ମନ୍ତ୍ରାଳୟ ନେବେ ବୋଲି ସେ କହିଛନ୍ତି |

   Related Posts