ପୂର୍ବ ଲଦାଖରେ ପଛକୁ ହଟିବେ ଭାରତ-ଚୀନ ସେନା, କମାଣ୍ଡରସ୍ତରୀୟ ବୈଠକରେ ହେଲା ନିଷ୍ପତ୍ତି

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ସୋମବାର ଭାରତ-ଚୀନ ଉଚ୍ଚସ୍ତରୀୟ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଆଲୋଚନା ସକରାତ୍ମକ ରହିଛି। ଏହା ପରେ ଦୁଇ ଦେଶର ସେନା ପୂର୍ବ ଲଦାଖରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି।

ଭାରତୀୟ ସେନା ମଙ୍ଗଳବାର କହିଛନ୍ତି, ଭାରତ-ଚୀନ ମଧ୍ୟରେ ସୋମବାର ସୌହାର୍ଦ୍ଦ୍ୟପୂର୍ଣ୍ଣ, ସକରାତ୍ମକ ଓ ରଚନାତ୍ମକ ମାହୋଲରେ କୋପର୍ସ କମାଣ୍ଡରସ୍ତରୀୟ ଆଲୋଚନା ସଂପନ୍ନ ହୋଇଛି। ଦୁଇ ଦେଶର ସେନା ପଛକୁ  ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ମଙ୍ଗଳବାର ଲଦାଖ ଗସ୍ତ କରିଛନ୍ତି। ସେ ୧୪ କୋର ଅଧିକାରୀଙ୍କ ସହିତ ତୃଣମୂଳସ୍ତରର ସ୍ଥିତି ଏବଂ ଚୀନୀ ସେନା ସହିତ ଚାଲିଥିବା ବାର୍ତ୍ତାର ପ୍ରଗତିର ସମୀକ୍ଷା କରିବେ। ସେନାଧ୍ୟକ୍ଷ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଲଦାଖରେ ଛଅ ସପ୍ତାହ ଧରି ଚୀନ ସେନା ସହ ଚାଲିଥିବା ଗତିରୋଧ ଏବଂ ସେଠାରେ ମୁତୟନ କମାଣ୍ଡରଙ୍କ ସହିତ ଆଲୋଚନା କରିବେ।

wp:core-embed/twitter {"url":"https://twitter.com/ANI/status/1275322359877038080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1275322359877038080\u0026ref_url=https%3A%2F%2Fwww.livehindustan.com%2Fnational%2Fstory-india-china-army-will-be-disengage-decision-took-in-corps-commander-level-talks-between-india-china-3300058.html","type":"rich","providerNameSlug":"twitter","className":""}
https://twitter.com/ANI/status/1275322359877038080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1275322359877038080&ref_url=https%3A%2F%2Fwww.livehindustan.com%2Fnational%2Fstory-india-china-army-will-be-disengage-decision-took-in-corps-commander-level-talks-between-india-china-3300058.html
/wp:core-embed/twitter

ଭାରତ ଓ ଚୀନ ମଧ୍ୟରେ ସୋମବାର କୋପର୍ସ କମାଣ୍ଡରସ୍ତରୀୟ ମାରାଥନ ଆଲୋଚନା ହୋଇଥିଲା। ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ପାଖାପାଖି ୧୨ ଘଣ୍ଟା ଧରି ଚାଲିଥିଲା। ବୈଠକରେ ସୀମାରେ ଜାରି ଉତ୍ତେଜନାକୁ ସମାପ୍ତ କରିବା ନେଇ ଆଲୋଚନା କରାଯାଇଥିଲା। ଭାରତ ଚୀନ ସୈନିକଙ୍କୁ ଏପ୍ରିଲ ପୂର୍ବର ସ୍ଥାନକୁ ଚାଲି ଯିବାକୁ କହିଛନ୍ତି।

ଏହି ବୈଠକରେ ଉପସ୍ଥିତ ଦୁଇ ଅଧିକାରୀ କହିଥିଲେ ଯେ, ଭାରତ ଚୀନୀ ପକ୍ଷ ଠାରେ ସୀମାରେ ଜାରି ଉତ୍ତେଜନା ସମାପ୍ତ କରିବା ପାଇଁ ଆଶ୍ଵସନା ଦାବି କରିଛନ୍ତି। ସେ କହିଥିଲେ, ଏହି ବାର୍ତ୍ତାର ଉଦ୍ଦେଶ୍ୟ ଫିଙ୍ଗର ଏରିଆ, ଗୋଗରା ପୋଷ୍ଟ-ହଟ୍ ସ୍ପ୍ରିଙ୍ଗ ଓ ଗଲଓ୍ଵାନ ଘାଟିରେ ଏପ୍ରିଲ ପୂର୍ବର ଯଥାସ୍ଥିତି କାଏମ ରଖିବା।

ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଗତ ସପ୍ତାହରେ ସୋମବାର ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହା ପରେ ସୀମାରେ ଉତ୍ତେଜନା ଆହୁରି ବଢିଥିଲା। ଏହି ସଂଘର୍ଷରେ  ଭାରତର ୨୦ ଯବାନ ସହିଦ୍ ହୋଇଥିଲେ। ଚୀନର ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଚୀନର କମାଣ୍ଡର ମଧ୍ୟ ସାମିଲ ଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା କମ କରିବା ପାଇଁ ସେନାସ୍ତରୀୟ ମାରାଥନ ବୈଠକ ଜାରି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.