Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଭାରତ-ଚୀନ ସୀମା ବିବାଦ: ସମାଧାନ ପାଇଁ ଦୁଇ ଦେଶ ସହମତ, ଶୀଘ୍ର ହେବ ବୈଠକ

8/11/2020 at 4:35 PM

ନୂଆଦିଲ୍ଲୀ ୦୮/୧୧ : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଶନିବାର ଦିନ ପୁଣି ଉଭୟ ଦେଶ ମଧ୍ୟରେ କମାଣ୍ଡର ସ୍ଥରୀୟ ବୈଠକ ହୋଇଛି। ଲଦାଖ ଚୁଶୁଲରେ ଦୁଇ ଦେଶ ମଧ୍ୟରେ ବସିଥିବା ବୈଠକକୁ ନୂଆଦିଲ୍ଲୀ ରଚନାତ୍ମକ ବୋଲି କହିଛି। ଖୁବ ଶୀଘ୍ର ସୀମାରେ ଶାନ୍ତି ରକ୍ଷା କରିବାକୁ ଏବଂ ନିୟନ୍ତ୍ରଣ ରେଖାରେ ବିବାଦ ସମାଧାନ ପାଇଁ ଆଉ ଏକ ବୈଠକ ହେବ ବୋଲି କୁହାଯାଉଛି। ଶନିବାର ଦିନ ବସିଥିବା ବୈଠକରେ ଦୁଇ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି ଦେଇଛନ୍ତି।

ଭାରତ ଚୀନ ମଧ୍ୟରେ ଜାରିଥିବା ଗତିରୋଧ କମ କରିବାକୁ ଏବେ ସୁଦ୍ଧା ୮ଥର ବୈଠକ ବସିସାରିଛି। ଶନିବାର ଦିନ ଲଦାଖ ଚୁଶୁଲ ଠାରେ ଅଷ୍ଟମ ଥର ପାଇଁ ବୈଠକ ପରେ ଭାରତ ତରଫରୁ ବୟାନ ଜାରି କରି କୁହାଯାଇଛି ଯେ ଭାରତ ଓ ଚୀନ ମଧ୍ୟରେ ପଶ୍ଚିମ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଡିସ୍-ଏନଗେଜମେଣ୍ଟକୁ ନେଇ ଗମ୍ଭୀର ଭାବେ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ପଦକ୍ଷେପଗୁଡିକୁ ଉଭୟ ପକ୍ଷ ଲାଗୁ କରିବାକୁ ସହମତି ଦେଇଛନ୍ତି।

ସୀମାରେ ସଂଯମ ରକ୍ଷା କରିବାକୁ ଦୁଇ ଦେଶ ସହମତ ଅଛନ୍ତି ଏବଂ କୌଣସି ଭୁଲ ବୁଝାମଣାର ଶିକାର ହେବେନାହିଁ ବୋଲି କହିଛନ୍ତି। ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଆଉ ଏକ ବୈଠକ ହେବାକୁ ନେଇ ଜୋର ଦିଆଯାଇଛି ଯାହାଫଳରେ ଆଗକୁ କଥାବାର୍ତ୍ତା ସ୍ପଷ୍ଟ ହୋଇପାରିବ।

ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ ମଧ୍ୟରେ ଗତ ଏପ୍ରିଲ ମାସରୁ ଏଲଏସିରେ ସୀମା ବିବାଦ ଜାରି ରହିଛି। ଜୁନ ୧୪ ତାରିଖରେ ଗଲୱାନ୍ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସା ଘଟଣା ପରେ ବିବାଦ ଉଗ୍ର ରୂପ ନେଇଥିଲା। ଏହି ହମଲାର ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ହିଂସା ଘଟଣାରେ ଚୀନ ସେନା ମଧ୍ୟ ଗମ୍ଭୀର ଆହତ ହୋଇଥିଲେ। କିନ୍ତୁ ଚୀନର କେତେ ସେନା ପ୍ରାଣ ହରାଇଥିଲେ ସେ ସମ୍ପର୍କରେ ଏବେ ସୁଦ୍ଧା ଚୀନ କିଛି ସ୍ପଷ୍ଟ କରିନାହିଁ।

   Related Posts