Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଭାରତ-ଚୀନ ପୂର୍ବ ଲଦାଖ ବିବାଦ: ଏଲଏସିକୁ ଅଧିକ ସୈନ୍ୟ ନପଠାଇବା ଉପରେ ଉଭୟ ଦେଶ ହେଲେ ସହମତି

22/09/2020 at 10:15 PM

ନୂଆଦିଲ୍ଲୀ ୨୨।୦୯: ଭାରତ ଓ ଚୀନ ମଧ୍ୟରେ ସୋମବାର ଅନୁଷ୍ଠିତ କମାଣ୍ଡରସ୍ତରୀୟ ବୈଠକର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପରେ ଆଜି ମଙ୍ଗଳବାର ଦୁଇ ଦେଶ ଏକତରଫା କାର୍ଯ୍ୟାନୁଷ୍ଠାନ ନକରିବା ଉପରେ ସହମତି ହୋଇଛନ୍ତି। ଦୁଇ ଦେଶ ନେତାଙ୍କ ଦ୍ଵାରା ଗୁରୁତ୍ଵପୂର୍ଣ୍ଣ ସହମତି ଲାଗୁ କରିବା ଏବଂ ଦୁଇ ଦେଶ ଖୁବ୍ ଶୀଘ୍ର ସପ୍ତମ ପର୍ଯ୍ୟାୟ ଆଲୋଚନା କରିବାକୁ ରାଜି ହୋଇଛନ୍ତି।

ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ସ୍ଵାଭାବିକ କରିବା ନେଇ ପର୍ଯ୍ୟାୟ କ୍ରମେ ବୈଠକ ଜାରି ରହିଛି। ଏହି କ୍ରମରେ ସୋମବାର ସୈନ୍ୟ କମାଣ୍ଡରସ୍ତରୀୟ ଷଷ୍ଠ ପର୍ଯ୍ୟାୟ ବୈଠକ ବସିଥିଲା। ଏହି ବୈଠକ ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା।

ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ କହିଛନ୍ତି ଯେ, ଭାରତ ଓ ଚୀନର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଦୁଇ ପକ୍ଷ ଭାରତ-ଚୀନ ସୀମା କ୍ଷେତ୍ରରେ ଏଲଏସିରେ ସ୍ଥିତିକୁ ସ୍ଵାଭାବିକ କରିବା ଉପରେ ପରସ୍ପର ମଧ୍ୟରେ ବିଚାର ଆଦାନ ପ୍ରଦାନ କରିଛନ୍ତି।

ଦୁଇ ଦେଶର ନେତା ମହତ୍ଵପୂର୍ଣ୍ଣ ସହମତି ଲାଗୁ କରିବା, ତୃଣମୂଳ ସ୍ତରରେ ଯୋଗାଯୋଗ ମଜବୁତ ରଖିବା, ଭୁଲଧାରଣା ଓ ଭ୍ରାନ୍ତ ଧାରଣାରୁ ବଞ୍ଚିବା ବ୍ୟତୀତ ଏଲଏସିରେ ଅଧିକ ସୈନ୍ୟ ପଠାଇବା ଉପରେ ରୋକ୍ ଲଗାଇବାକୁ ସହମତି ପ୍ରକାଶ କରିଛନ୍ତି।

ଏହା ସହିତ ଉଭୟ ଦେଶ ଏଲଏସିରେ ଏକତରଫା ଭାବେ ସ୍ଥିତାବସ୍ଥା ବଦଳାଇବାରୁ ନିବୃତ୍ତ ରହିବା ଏବଂ ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଥିବା ପରି ପଦକ୍ଷେପ ନନେବା ଉପରେ ମଧ୍ୟ ଉଭୟ ପକ୍ଷ ସହମତି ପ୍ରଦାନ କରିଛନ୍ତି। ଏପରିକି ଉଭୟ ଦେଶ ଖୁବ୍ ଶୀଘ୍ର ସପ୍ତମ ପର୍ଯ୍ୟାୟ ସୈନ୍ୟ କମାଣ୍ଡରସ୍ତରୀୟ ବୈଠକ କରିବାକୁ ରାଜି ହୋଇଛନ୍ତି।

   Related Posts