Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ଏଲଏସିରେ ପୁଣି ରକ୍ତାକ୍ତ ସଙ୍ଘର୍ଷ, ୨୦ ଚୀନ୍ ସୈନ୍ୟ ଆହତ, ଭାରତୀୟ ସୀମାରେ ଧସେଇ ପଶିବାକୁ ଚାହୁଁଥିଲେ

25/01/2021 at 10:45 AM

ନୂଆଦିଲ୍ଲୀ,୨୫।୦୧: ପୂର୍ବ ଲଦାଖର ଏଲଏସିରେ ପୁଣି ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦେଶର ପ୍ରତିନିଧି ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଚୀନ୍ ସୈନ୍ୟ ସିକ୍କିମରେ ଭାରତୀୟ ସୀମା ମଧ୍ୟରୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଯବାନ ଚୀନ ସୈନ୍ୟଙ୍କୁ ରୋକିଥିଲେ । ପରିସ୍ଥିତି ହାତାହାତି ଯାଏଁ ଯାଇଥିଲା । ଏଥିରେ ୪ ଭାରତୀୟ ଯବାନ ଓ  ଚୀନର ୨୦ ସୈନ୍ୟ ଆହତ ହୋଇଛନ୍ତି ।ତେବେ ୩ ଦିନ ପୂର୍ବରୁ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

ତେବେ ରବିବାର ଠାରୁ ଦୀର୍ଘ ୧୫ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିଲା । ଏହି ବୈଠକରେ ଭାରତ ଚୀନକୁ ରୋକଠୋକ ଶୁଣାଇଛି । ଚୀନ ପଛକୁ ହଟୁ । ଏହାଦ୍ୱାରା ହିଁ ଶାନ୍ତି ସମ୍ଭବ ବୋଲି ଭାରତ କହିଛି । ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ବୈଠକ କରିଥିଲେ ବି ସମାଧାନର ବାଟ ବାହାରି ନଥିଲା ।

ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା । ସୂତ୍ରାନୁସାରେ, ଭାରତ ବୈଠକରେ କହିଥିଲା ଯେ, ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଦରକାର । ଏକତରଫା ଭାବେ କୌଣସି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଏଲଏସିରେ ଥିବା ସ୍ଥିତି ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

   Related Posts