Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ଚୀନ୍ ସେନାକୁ ତଡିଲେ ଭାରତୀୟ ଯବାନ, ଅଧିକାର କଲେ ବ୍ଲାକ୍ ଟପ୍ ପୋଷ୍ଟ୍ : ତଥାପି ଉତ୍ତେଜନା, ସ୍ଥିତି ସମୀକ୍ଷା କଲେ ଅଜିତ୍ ଡୋଭାଲ

1/09/2020 at 7:26 PM

ନୂଆଦିଲ୍ଲୀ, ୦୧|୦୯:  ଭାରତ -ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି । ସେପଟେ ଏନେଇ ମୁହଁଖୋଲି ଚୀନ କହିଛି ଯେ ସୀମା ନିର୍ଦ୍ଧାରିତ ହୋଇନଥିବାରୁ ବିବାଦ ରହିବ କିନ୍ତୁ ଭାରତ ଉପରେ ଦୋଷ ଲଦୁଛି ଚୀନ। ସେପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ଥିତିର ସମୀକ୍ଷା କରିଛନ୍ତି।

ବ୍ଲାକ ଟପ୍‌ ପୋଷ୍ଟକୁ ଅଧିକାରା କଲା ଭାରତ। ପ୍ୟାଙ୍ଗଙ୍ଗ ସୋ ନଦୀର ଦକ୍ଷିଣ ପଟେ ଏହିଠାରେ ଅଡ୍ଡା ଜମାଇବାକୁ ଯାଉଥିଲା ଚୀନ। ଏହିଠାରେ ଲଗାଇଥିଲା ସର୍ଭେଲାନ୍‌ସ କ୍ୟାମେରା। ଏହି ସ୍ଥାନକୁ ମାଡ଼ିବସି ଅକ୍ତିଆର କରିଯିବାକୁ ବସିଥିଲା। କିନ୍ତୁ ଶନିବାର ଭାରତୀୟ ସେନା ଚୀନ ସେନା ପିପୁଲ୍‌ସ ଲିବରେସନ୍‌ ଆର୍ମିକୁ ପଛକୁ ହଟାଇବାକୁ ବାଧ୍ୟ କରିଥିଲା। ଆଉ ଏହି ସ୍ଥାନରେ ପିଏଲଏ ଲଗାଇଥିବା କ୍ୟାମେରା ଏବଂ ବିଭିନ୍ନ ସର୍ଭେଲାନ୍‌ସ ଉପକରଣକୁ ଓପାଡ଼ି ଫୋପାଡ଼ି ଦେଇଥିଲା।

ଧିରେ ଧିରେ ଚୀନ ଗୋଟିଏ ଗୋଟିଏ ସ୍ଥାନକୁ ଅକ୍ତିଆର କରିବାରେ ଲାଗିଛି। ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗତ ଏପ୍ରିଲମାସରୁ ଚୀନ ୧ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ମାଡି ବସିଲାଣି। ଯାହା ଗୁଇନ୍ଦା ସୂତ୍ରରୁ ପ୍ରକାଶ ପାଇଛି। ତେବେ ଚୀନର ଏହି ବିସ୍ତାରବାଦୀ କାର୍ଯ୍ୟକଳାପକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା। ଶନିବାର ଟକ୍କର ପରେ ଏବେ ପୁଣି ବ୍ରିଗେଡ କମାଣ୍ଡ ସ୍ତରରେ ଚାଲିଛି ଆଲୋଚନା । ଚୁସୁଲରେ ଚାଲିଥିବା ଏହି ଆଲୋଚନାରେ ଭାରତ ଚୀନକୁ ପଛକୁ ହଟିବା ଲାଗି ଚାପ ପକାଇଛି। ଏଣେ ସ୍ଥିତିର ସମୀକ୍ଷା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବିଧିବଦ୍ଧ ଭାବେ ଏକ ବୈଠକ ରେ ଏ ସଂପର୍କରେ ଆଲୋଚନା କରିବାର ଅଛି।

ସେପଟେ ଉପୁଜିଥିବା ବିବାଦ ଉପରେ ଚୀନ ମୁହାଁ ଖୋଲିଛି। ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରିତ ହୋଇନଥିବାରୁ ବିବାଦ ଉପୁଜିବା ସ୍ବାଭାବିକ ବୋଲି କହି ନିଜର ଗୁପ୍ତ ରଣନୀତିକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି। ଏଥିସହିତ ସୀମାରେ ଭାରତ ବାରମ୍ବାର ଚୀନ ସେନାକୁ ଲଲକାରୁଛି ବୋଲି ଦୋଷ ଲଦିଛି।ଏକ ବିବୃତିରେ ଚୀନ ଦୂତାବାସ ପକ୍ଷରୁ ଏମିତି କିଛି ପ୍ରକାଶ କରାଯାଇଛି। ତେବେ ଚୀନ ଗୋଟିଏ ପରେ ଗୋଟିଏ ସ୍ଥାନକୁ ମାଡ଼ିବସିବାକୁ ଯେଉଁଭଳି ଭାବେ ଅପଚେଷ୍ଟା କରିବାରେ ଲାଗିଛି ଭାରତ ଆଉ ଇଞ୍ଚେବି ପ୍ରଶ୍ରୟ ଦେବନାହିଁ ବୋଲି ସ୍ପଷ୍ଟ କରିଦେଇଛି।

ଚୀନର ବଦମାସି ଦେଖି ଲାଇନ ଅଫ୍‌ ଆକଚୁଆଲ କଣ୍ଟ୍ରୋଲର  ଭାରତ ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏଥିସହିତ ଲଦାଖରେ ବାୟୁସେନା ତାର ପୋଜିସନ ନେଇଛି।

   Related Posts