Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଅନ୍ୟ ବିବାଦୀୟ କ୍ଷେତ୍ରରୁ ମଧ୍ୟ ପଛକୁ ହଟିବ ଡ୍ରାଗନ୍, ଆଜି ଚୀନ ଓ ଭାରତ ମଧ୍ୟରେ ହେବ ୧୧ତମ ଆଲୋଚନା

9/04/2021 at 11:08 AM

ନୂଆଦିଲ୍ଲୀ ୦୯/୦୪ : ଭାରତ ଓ ଚୀନ ସୀମାରେ ଉତ୍ତେଜନା ହ୍ରାସ ପାଇଁ ୨ ଦେଶ ଉଦ୍ୟମ କରୁଛନ୍ତି । ଏହାମଧ୍ୟରେ ଶୁକ୍ରବାର ଉଭୟ ଦେଶ ମଧ୍ୟରେ ଏକାଦଶ ପର୍ଯ୍ୟାୟରେ ଆଲୋଚନା ହେବ । ଏହି ବୈଠକରେ ପିପୁଲ୍ସ ଲିବରେସନ୍ ଆର୍ମୀ ଅର୍ଥାତ ଚୀନ୍ ସେନା ସହ ହଟ୍ ସ୍ପ୍ରିଙ୍ଗସ୍, ଗୋଗରା ଓ ଦେପସାଙ୍ଗ୍ ପ୍ରସଙ୍ଗରେ ଆଲୋଚନା ହେବ । ଏହି କମାଣ୍ଡରସ୍ତୀରୟ ଆଲୋଚନା ଭାରତୀୟ ଅଞ୍ଚଳ ଚୁସଲୁଲ-ମୋଲଦେରେ ଅନୁଷ୍ଠିତ ହେବ ।

ଗୁରୁବାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଥିଲେ ଯେ,  ବିବାଦ ଥିବା ଅଞ୍ଚଳ ବୈଠକରେ ସ୍ଥାନ ପାଇବ । ପୂର୍ବପରି ଶାନ୍ତି ଫେରିବ ବୋଲି ଆଶା କରାଯାଉଛି । ଓ୍ୱାର୍କିଂ ମେକାନିଜିମ୍ ଅନ୍ କମ୍ଡିସନ୍ ଆଣ୍ଡ କନସଟେସନ୍ ମାର୍ଚ୍ଚ ୧୨ରେ ବସିଥିବା ବୈଠକରେ ସ୍ଥିର ହୋଇଥିଲା ବୋଲି ସେ କହିଥିଲେ ।

ପାଙ୍ଗଙ୍ଗ ସୋରେ ଉଭୟ ଦେଶ ନିଜ ନିଜର ସୈନ୍ୟ ପ୍ରତ୍ୟାହାର ପରେ ଉଭୟ ପକ୍ଷ ମଧ୍ୟରେ ଫେବ୍ରୁଆରୀ ୨୦ରେ ବୈଠକ ହୋଇଥିଲା । ଏହି ସମୟରେ ଉଭୟ ଦେଶ ବିବାଦିତ ସ୍ଥାନରୁ ଟେଣ୍ଟ୍, ସୈନ୍ୟ ପ୍ରତ୍ୟାହାର କରିନେଇଥିଲେ । ଏହି ବୈଠକ ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ।

ସୂଚନାଯୋଗ୍ୟ, ଗତ ବର୍ଷ ମେ ମାସରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଜଟିଳ ହୋଇଥିଲା । ଚୀନ୍ ସେନା ଭାରତୀୟ ଯବାନଙ୍କୁ ପେଟ୍ରୋଲିଂ କରିବାକୁ ରୋକିଥିଲା । ୨୦୨୦ ଜୁନରେ ଗଲଓ୍ୱାନ ଘାଟିରେ ହୋଇଥିବା ସଙ୍ଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ ୨୦ରୁ ଅଧିକ ସୈନ୍ୟ ନିହତ ହୋଇଥିବା ଖବର ଆସିଥିଲା । ଏହା ପରେ ବିବାଦ ଆହୁରି ବଢିଥିଲା ।

   Related Posts