Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଥମିବ ଉତ୍ତେଜନା : ଆଜି ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା, ବାହାରିପାରେ ସମାଧାନର ବାଟ

24/01/2021 at 9:46 AM

ନୂଆଦିଲ୍ଲୀ,୨୪/୦୧:  ପ୍ରାୟ ୨ ମାସ ପରେ ଭାରତ ଓ ଚୀନର କମାଣ୍ଡର ରବିବାର ଆଲୋଚନା କରିବେ । ଉଭୟ ଦେଶର ପୂର୍ବ ଲଦାଖରେ ଜାରି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି ।

ରବିବାର ହେବାକ ଥିବା ବୈଠକ ଚୀନ୍ ସୀମା ରେଖା ସ୍ଥିତ ମୋଲ୍ଡୋରେ ହେଉଛି । ମୋଲ୍ଡୋ ଭାରତସ୍ଥିତ ଚୁଶୁଲ ସେକ୍ଟରର ଠିକ୍ ବିପରୀତରେ ଚୀନ ସୀମା ମଧ୍ୟରେ ରହିଛି । ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ଆଲୋଚନା କରିଥିଲେ ।

ପ୍ରତିଥର ଭଳି ରବିବାର ମଧ୍ୟ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ ଆଲୋଚନା ବେଳେ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଗତ ୯ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।

ପୂର୍ବରୁ ୨ ଦେଶ ମଧ୍ୟରେ ୮ ଥର ବୈଠକ ହୋଇସାରିଛି । କିନ୍ତୁ ଲଦାଖ ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ ।

ଲଦାଖର ତାପମାତ୍ରା ଏବେ -୩୦ ଡିଗ୍ରୀ ସେଲସିୟସ ରହିଛି । କିନ୍ତୁ ଉଭୟ ଦେଶର ସୈନ୍ୟ ସଂଖ୍ୟାରେ କୌଣସି ହ୍ରାସ କରାଯାଇ ନାହିଁ । ଥଣ୍ଡା ପାଇଁ ସୀମାରେ ହିଂସା ହେଉନଥିଲେ ବି ଉତ୍ତେଜନା ଲାଗିରହିଛି ।

   Related Posts