ଡରିଗଲା ଡ୍ରାଗନ୍, ଏବେ ଭାରତ ସହ ବ୍ୟବସାୟିକ ସମ୍ପର୍କ ସୁଧାରିବାକୁ ହେଉଛି ବ୍ୟାକୁଳ

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ, ୧୦|୦୭:  ଭାରତ ସହ ବଢିଚାଲୁଥିବା ବିବାଦ ମଧ୍ୟରେ ଚୀନକୁ ଏବେ ବେପାର ଭୟ ଘାରିଲାଣି । ଭାରତ ହେଉଛି ଚୀନର ସବୁଠାରୁ ବଡ ବଜାର । ସୀମାରେ ଉଭୟ ଦେଶର ଯବାନ ମୁହାଁମୁହିଁ ହେବା ଓ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋର୍ ଧରିଛି । ଏବେ କିନ୍ତୁ ଚୀନ ଭାରତ ସହ ବ୍ୟବସାୟିକ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଛି ।

ଚୀନ କହିଛି ଯେ, ଭାରତ ସରକାର ବିଭିନ୍ନ ଚୀନା କମ୍ପାନୀ ଉପରେ କଡା କଟକଣା ଲଗାଇଛନ୍ତି । ତେଣୁ ଚୀନ କମ୍ପାନୀଙ୍କୁ କ୍ଷତି ସହିବାକୁ ପଡୁଛି । ସୂତ୍ରାନୁସାରେ, ଭାରତ ସରକାରୀ ମଧ୍ୟ ସମସ୍ତ ନୀତିର ସମୀକ୍ଷା କରୁଛନ୍ତି । ତେଣୁ ଚୀନର ସର୍ତ୍ତ ଉପରେ ଏବେ ଆଲୋଚନା ସମ୍ଭବ ନୁହେଁ । ଭାରତ ଏବେ ବାଣିଜ୍ୟରେ କ୍ଷତି ଓ ଆତ୍ମନିର୍ଭର ହେବାକୁ ଯୋଜନା ପ୍ରସ୍ତୁତ କରୁଛି ।

ଏବେ ଦେଶର ଘରୋଇ ବଜାରରେ ଚୀନ ବିରୋଧୀ ମାହୋଲ ଜାରି ରହିଛି । ତେଣୁ ଆମେରିକା ସହ ଭାରତୟ ବ୍ୟବସାୟ ଚୀନ ତୁଳନାରେ ବୃଦ୍ଧି ପାଇବ । ତୂଟନୈତିକ ସ୍ତରରେ ଭାରତ ଏବେ ଆଉ ପୂର୍ବଭଳି ଚୀନର ଚାଲ୍‌ରେ ଫସିବ ନାହିଁ । କାରଣ କୋଭିଡ ସମୟରେ ଚୀନର କମ୍ୟୁନିଷ୍ଟ ସରକାର ଏବେ କାଠଗଡାରେ ରହିଛି । ଭାରତରେ ଚୀନର ବିଭିନ୍ନ କମ୍ପାନୀ ବ୍ୟାକଫୁଟରେ ରହିଛନ୍ତି । ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶ ଭାରତର ନିକଟତର ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.