Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସିକିମରେ ଭାରତ-ଚୀନ ଯବାନ ମୁହାଁମୁହିଁ : ସେନା କହିଲା- ‘ଏହା ମାମୁଲି ଗଣ୍ଡଗୋଳ’

25/01/2021 at 3:03 PM

ନୂଆଦିଲ୍ଲୀ,୨୫/୧: ଭାରତୀୟ ଓ ଚୀନା ଯବାନ ପୂର୍ବ ଲଦାଖରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ସିକିମ ସୀମାରେ ହାତାହାତି ହୋଇଛନ୍ତି । ଏଥିରେ ୨୦ରୁ ଅଧିକ ଚୀନ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏବେ ଭାରତୀୟ ସେନା ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ।

ଭାରତୀୟ ସେନା କହିଛି ଯେ, ଜାନୁଆରୀ ୨୦ରେ ସିକିମର ନାକୁଲାରେ ଚୀନ୍ ସୈନ୍ୟଙ୍କ ସହ ଭାରତୀୟ ଯବାନ ହାତାହାତି ହୋଇଛନ୍ତି । ଏହା ମାମୁଲି ଘଟଣା । ଏହାକୁ କମାଣ୍ଡରସ୍ତୀରୟ ପ୍ରୋଟୋକଲ ଅନୁସାରେ ସମାଧାନ କରାଯାଇଛି । ଏବେ ପରିସ୍ଥିତି ସ୍ଥିର ରହିଛି ।

ସୂଚନାନୁସାରେ, ସିକିମର ନାକୁଲାରେ ଚୀନ ସୈନ୍ୟ ଜବରଦସ୍ତି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହାକୁ ରୋକିଥିଲେ ଭାରତୀୟ ଯବାନ । ଫଳରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଓ ୨୦ ଚୀନ ସୈନ୍ୟ ଆହତ ହୋଇଥିଲେ । ଏହି ଅଞ୍ଚଳ ୧୯ ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ ।

ଚୀନ ସୈନ୍ୟ ସେହି ସମୟରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଯେତେବେଳେ ଡ୍ରାଗନ ପୂର୍ବ ଲଦାଖରୁ ୧୦ ହଜାର ଯବାନଙ୍କୁ ହଟାଇଥିଲା । ପୂର୍ବ ଲଦାଖ ସହ ଅନେକ ସ୍ଥାନରେ ଚୀନ ନିଜର ସୈନ୍ୟ ସଂଖ୍ୟା ହ୍ରାସ କରିଛି ।

ଏହାପୂର୍ବରୁ ଜାନୁଆରୀ ୮ ତାରିଖରେ ଚୀନର ଜଣେ ସୈନ୍ୟ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଚୀନକୁ ଫେରାଇ ଦିଆଯାଇଥିଲା । ସେ ଭୁଲରେ ଭାରତୀୟ ସୀମାକୁ ପସି ଆସିଥିବା ଚୀନ  ସଫେଇ ଦେଇଥିଲା ।

   Related Posts