ନୂଆଦିଲ୍ଲୀର ସଫଳ କୁଟନୀତି: ଋଷ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବ ଭାରତ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ, ୧୮|୦୬:  ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ସଙ୍ଘର୍ଷ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏବେ ଭାରତ ଚୀନକୁ ଚେକ୍‌ ଦେବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି । ଏହା ମଧ୍ୟରେ ଜୁନ ୨୩ ତାରିଖରେ ଋଷ ଓ ଚୀନ ମଧ୍ୟରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତ ମଧ୍ୟ ଅଂଶଗ୍ରହଣ କରିବ । ଏହାସହ କୌଣସି ଭାରତୀୟ ସୈନିକ ଗତ ସୋମବାର ରାତିରେ ଘଟିଥିବା ସଙ୍ଘର୍ଷରେ ନିଖୋଜ ହୋଇନାହାଁନ୍ତି ବୋଲି ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ରକ୍ଷା କରିବା ଯଥା ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବାକୁ ସଦାବେଳେ ପ୍ରୟାସ କରିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାରତର ଅଖଣ୍ଡତା ସହ ସାଲିସ କରାଯିବ ନାହିଁ ବୋଲି କହିଥିଲେ । ଚୀନ ନିଜ ସୀମାରେ ଗତିବିଧିକୁ କମ୍ କରିବ ବୋଲି ଆଶା କରାଯାଉଛି ।

wp:html /wp:html

ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଚୀନ ମୃତାହତ ସଂଖ୍ୟା ବାବଦରେ କିଛି କହିନାହିଁ । କିନ୍ତୁ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି । ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ୍ ୟୀ ବୁଧବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ । ଉଭୟ ଶାନ୍ତି ରକ୍ଷା କରିବା ନେଇ ଆଲୋଚନା କରିଥିବା ଜଣାପଡିଛି ।

ଭାରତ ସହ ଯୁଦ୍ଧଭଳି ପରିସ୍ଥିତି ଉପୁଜିଲେ ହୁକ୍କା ପାଣି ବନ୍ଦ ଚୀନ୍ ରାଷ୍ଟ୍ରପତିଙ୍କୁ ଆଭାସ ମିଳିସାରିଲାଣି। ତେଣେ ଚୀନ ସହ ଦୀର୍ଘ ସୀମାରେ ସୁରକ୍ଷା କଡାକଡି କରିସାରିଲାଣି ଭାରତ। ଚୀନର ୬୦ ପ୍ରତିଶତ ବାଣିଜ୍ୟିକ କାରବାର ଭାରତୀୟ ସଂଘ ଦ୍ୱାରା ହୋଇଥାଏ। ଏଣୁ ଯୁଦ୍ଧ ହେଉ କି ନ ହେଉ ନୌସେନା ସମୁଦ୍ର ପଥ ଜଗିବା ପରେ ବନ୍ଦରରୁ ବାହାରିପାରୁନାହାନ୍ତି ଚୀନ ପଣ୍ୟବାହୀ ଜାହାଜ। ତେଣେ ସିଡିଏସ୍ ବିପୀନ ରାୱତ୍ ୩ ସେନା ଛୁଟି ବାତିଲ କରିବା ସହ ସୀମାରେ ସୈନ୍ୟ ଠୁଳ କରିବା ଚୀନର ବୁଦ୍ଧି ହଜେଇ ଦେଇଛି।

ଏଥିରୁ ଚୀନ ରାଜନୈତିକ, ଆର୍ଥିକ, ଓ ସାମାଜିକ ସ୍ତରରୁ ବଡ ଧରଣର ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଥିବା ଜଣାପଡିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରସଙ୍ଗରେ ଋଷିଆ ରାଷ୍ଟ୍ରପତିଙ୍କ ସହ ସମ୍ପର୍କ ସ୍ଥାପନା କରିଛନ୍ତି। ଚୀନ ସହ ଆମେରିକାର ସମସ୍ତ ସମ୍ପର୍କ ତିକ୍ତ ହୋଇଥିବା ବେଳେ ପ୍ରସଙ୍ଗରେ ବିଶ୍ୱର ଅନ୍ୟ କୌଣସି ଦେଶରୁ କୂଟନୈତିକ ସମର୍ଥନର ଆଶା କରାଯାଉ ନାହିଁ। ଏଥିରେ ଭାରତକୁ ଅନାୟସରେ ପଡୋଶୀ ସମେତ ଦରିଆ ପାରି ସମର୍ଥନର ସମ୍ଭାବନା ମଜଭୁତ ହେବାରେ ଲାଗିଛି। ଏଣୁ ଏବେ ଯୁଦ୍ଧ ଟାଳିବାକୁ ପୁତିନ୍‌ ହିଁ ଜିନ ପିଙ୍ଗଙ୍କ ଏକମାତ୍ର ଭରସା ପାଲଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.