ମୁହଁ ଖୋଲିଲେ ଭାରତୀୟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, କହିଲେ ଏହି ଖେଳାଳୀଙ୍କୁ ଟିମରୁ ବାହାର କରାଯିବ...

Published By : Prameya-News7 Bureau | July 14, 2019 IST

ନୂଆଦିଲ୍ଲୀ୧୪|୭: ବିଶ୍ବକପରେ ଟିମ ଇଣ୍ଡିଆ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି। କ୍ରିକେଟପ୍ରେମୀ ଓ କ୍ରିକେଟ ବିଶେଷଜ୍ଞଙ୍କ କହିବାନୁଯାୟୀ, ସେମିଫାଇନାଲ ମ୍ୟାଚରେ ଧୋନିଙ୍କୁ ୭ ନଂ ରେ ବ୍ୟାଟିଂ କରିବାରୁ ଟିମ ଇଣ୍ଡିଆ ହାରିଲା। ଟିମ ଇଣ୍ଡିଆର ବିଫଳତାକୁ ସହଜରେ ହଜମ କରିପାରୁ ନାହାନ୍ତି ପୂର୍ବତନ କ୍ରିକେଟରମାନେ ସଚିନ ତେନ୍ଦୁଲକର, ପୂର୍ବତନ ଅଧିନାୟ ସୌରଭ ଗାଙ୍ଗୁଲି ଓ ସୁନୀଲ ଗାଭାସ୍କର।

ସେମିଫାଇନାଲ ମ୍ୟାଚର ରଣନୀତି ସମ୍ପୂର୍ଣ୍ଣ ଭୁଲ ଥିଲା ବୋଲି ରୋକଠୋକ୍ ଅଭିଜ୍ଞ ଖେଳାଳୀମାନେ କହିଛନ୍ତି। ଟିମ ଇଣ୍ଡିଆ ମୁଖ୍ୟ କୋଚ୍  ରବି ଶାସ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଧୋନି ୭ ନଂ ରେ ବ୍ୟାଟିଂ ଯିବା ଟିମର ସମସ୍ତ ଖେଳିଳୀଙ୍କ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। କଥାରେ କଥାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ରବି ଶାସ୍ତ୍ରୀ ପ୍ରଶ୍ନ କରିଥିଲେ, ଆପଣ କଣ ଚାହୁଥିଲେ ୫୦ ଓଭର ମ୍ୟାଚରେ ଧୋନୀ ଶୀଘ୍ର ଆଉଟ ହୋଇଯାଆନ୍ତୁ। ଧୋନୀ ସେହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ଦୁର୍ଭାଗ୍ୟବଶତଃ ସେ ରନ ଆଉଟ ହୋଇଯିବାରୁ ବିଜୟର ଆଶା ସମାପ୍ତି ହୋଇଯାଇଥିଲା ବୋଲି ଶାସ୍ତ୍ରୀ କହିଥିଲେ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଶାସ୍ତ୍ରୀ କହିଛନ୍ତି , ଧୋନୀ ଶେଷ ଓଭର ପର୍ଯ୍ୟନ୍ତ ଖେଳ ଜାରି ରଖନ୍ତୁ ବୋଲି ଆମେ ଚାହୁଁଥିଲୁ। ଏଥିପାଇଁ ଜଣେ ଅଭିଜ୍ଞ ଖେଳାଳୀଙ୍କ ଆବଶ୍ୟକତା ଥିଲା ସେଥିଯୋଗୁ ତାଙ୍କୁ ୭ ନଂ ରେ ବ୍ୟାଟିଂ ପଠାଯାଇଥିଲା।

 ମିଡିଲ ଅର୍ଡର  ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହିଭଳି ପରିସ୍ଥିତି ସମ୍ମୁଖୀନ ହେବାକୁ ପଡ଼ିଲା। ତେଣୁ ଧୋନୀଙ୍କୁ ସର୍ବଦା ଟିମର ଫିନଶର ବୋଲି ମାନନ୍ତି ତେଣୁ ଭାଗ୍ୟସାତ ଦେଲା ନାହିଁ। ବର୍ତ୍ତମାନ ଓ୍ଦେଷ୍ଟେଣ୍ଡିଜ ଗସ୍ତରେ ଯାଇ ଭଲ ପ୍ରଦର୍ଶନ ଦେଖାଇବା ନିହାତି ଦରକାର। ଏହି ମ୍ୟାଚରେ ବିରାଟ କୋହଲି ଓ ଅସପ୍ରୀତ ବୁମରାହଙ୍କୁ ଆରମ ଦିଆଯିବ ବୋଲି ଶାସ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.