'କୋହଲିଙ୍କ ବିନା ଭାରତ ବିପକ୍ଷ ଟେଷ୍ଟ୍ ସିରିଜକୁ ସହଜରେ ଜିତି ନେବ ଅଷ୍ଟ୍ରେଲିଆ', ଏପରି ଅନୁମାନ କଲେ ଏହି ଖେଳାଳି

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ, ୧୨|୧୧:  ବିରାଟ କୋହଲିଙ୍କ ବିନା ପଡିଆକୁ ଓହ୍ଲାଇଲେ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜରେ ପରାସ୍ତ ହୋଇଯିବ । କୋହଲିଙ୍କ ବିନା ଭାରତ ଟେଷ୍ଟ୍ ସିରିଜ ଜିତିପାରିବ ନାହିଁ, ଅଷ୍ଟ୍ରେଲିଆ ସହଜରେ ପରାସ୍ତ କରିଦେବ ବୋଲି କହିଛନ୍ତି ମାଇକେଲ୍ ଭନ୍ ।

{"id":360501,"sizeSlug":"large"}
wp:html /wp:html

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ଖେଳିବ । କିନ୍ତୁ ପ୍ରଥମ ଟେଷ୍ଟ୍ ପରେ କୋହଲି ଭାରତ ଫେରିଆସିବେ । ସେହି ସମୟରେ ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମାଆ ହେବାକୁ ଯାଉଥିବାରୁ କୋହଲି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ୍ ମ୍ୟାଚ ଖେଳିବେ ନାହିଁ । ଜାନୁଆରୀରେ ଅନୁଷ୍କା ମାଆ ହେବାକୁ ଯାଉଛନ୍ତି ।

{"id":360495,"sizeSlug":"large"}

ଭନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟ୍ ମ୍ୟାଚ୍ ପାଇଁ ବିରାଟ ଉପଲବ୍ଧ ହେବେ ନାହିଁ । ସେ ନିଜ ସନ୍ତାନ ପାଇଁ ଭାରତ ଯିବାକୁ ମନସ୍ଥ କରିଛନ୍ତି । ଅର୍ଥାତ ଅଷ୍ଟ୍ରେଲିଆ ସିରିଜ ସହଜରେ ଜିତି ନେବ ।

{"id":360496,"sizeSlug":"large"}

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନୋଟି ଦିନିକିଆ, ଟି୨୦ ଓ ଚାରୋଟି ଟେଷ୍ଟ ଖେଳିବ । ନଭେମ୍ବର ୨୭ରୁ ଏହି ଟେଷ୍ଟ୍ ସିରିଜ ଆରମ୍ଭ ହେବ । ଯାହା ଡିସେମ୍ବର ୧୭ ଯାଏଁ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.