ଆହୁରି ମଜଭୁତ୍‌ ହେବ ପ୍ରତିରକ୍ଷା କ୍ଷେତ୍ର , ୫ ବର୍ଷ ମଧ୍ୟରେ ଭାରତକୁ ମିଳିପାରେ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ସିଷ୍ଟମ୍

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦: ଆଉ କିଛି ବର୍ଷର ଅପେକ୍ଷା। ଆହୁରି ଶକ୍ତିଶାଳୀ ହେବ ଭାରତ ପ୍ରତିରକ୍ଷା କ୍ଷେତ୍ର । ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ (ଡିଆରଡିଓ)। ୪ରୁ ୫ ବର୍ଷ ମଧ୍ୟରେ ଭାରତକୁ ମିଳିବାକୁ ଯାଉଛି ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ସିଷ୍ଟମ୍‌। ଏନେଇ ଡିଆରଡିଓ ମୁଖ୍ୟ ଜି. ସତିଶ ରେଡ୍ଡି ସୂଚନା ଦେଇଛନ୍ତି।

ଭାରତର ମିସାଇଲ୍‌ କ୍ଷମତା ବୃଦ୍ଧି କରିବାକୁ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ସିଷ୍ଟମର ନିର୍ମାଣ କରରିପାରେ ଡିଆରଡିଓ। ଏହାପୂର୍ବରୁ ସେପ୍ଟେମ୍ବର ୭ରେ ଡିଆରଡିଓ ହାଇପରସୋନିକ୍‌ ଟେକ୍‌ନୋଲୋଜି ଡେମନ୍‌ଷ୍ଟେ୍ରଟର୍‌ ଭେଇକିଲ୍‌(ଏଚ୍‌ଏସ୍‌ଟିଡିଭ୍‌)ର ପରୀକ୍ଷଣ କରିଥିଲା। ତେବେ​‌ ଏହାର ଟେଷ୍ଟ ଫାୟାର ପରେ ହାଇପରସୋନିକ କ୍ରୁଜ୍‌ ମିସାଇଲ୍‌ ନିର୍ମାଣ କରିବାକୁ ଯୋଜନା କରୁଛି ଡିଆରଡିଓ।

କ୍ରୁଜ୍‌ ମିସାଇଲ୍‌ ଲୋୟର ଆଲ୍‌ଟିଚ୍ୟୁଡ୍‌ ରେ ଉଡ଼ାଣ ଭରିପାରେ। ଏଭଳି କ୍ରୁଜ୍‌ ମିସାଇଲ୍‌ ସୁପରସୋନିକ୍‌ ଓ ହାଇପରସୋନିକ୍‌ ଭଳି ଦୁଇଟି ଭ୍ୟାରିଏଣ୍ଟରେ ହୋଇଥାଏ। ହାଇପରସୋନିକ୍‌ ମିସାଇଲ୍‌ ଧ୍ବନିର ଗତିଠାରୁ ୭ ରୁ ୮ ଗୁଣା ଅଧିକ ବେଗରେ ଗତି କରେ। ଏହାର ବେଗ ୩୦୦ ମିଟର ପ୍ରତି ସେକଣ୍ଡ ମଧ୍ୟ କୁହାଯାଇପାରେ ବୋଲି ଏଚ୍‌ଏସ୍‌ଟିଡିଭ୍‌ ସମ୍ପର୍କରେ ଏଏନଆଇକୁ ସୂଚନା ଦେଇ କହିଛନ୍ତି ଜି ସତିଶ ରେଡ୍ଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.