ନୂଆଦିଲ୍ଲୀ ୧।୭: ଋଷିଆରୁ ମିଳିବାକୁ ଥିବା ଏସ-୪୦୦ ଟ୍ର୍ୟୁମ୍ଫ ଏୟାର ଡିଫେନ୍ସ ସିଷ୍ଟମ ୨୦୨୧ ବେଳକୁ ମିଳିବ। ଏଥିପାଇଁ ଭାରତର ଅର୍ଡର ଅନୁସାରେ ଏବେ ଅସ୍ତ୍ର ନିର୍ମାଣ ଚାଲିଥିବାରୁ ଏହା ଅଚାନକ ମିଳିପାରିବ ନାହିଁ। ତେବେ ପୂର୍ବ ଲଦ୍ଦାଖ ସୀମାରେ ଚୀନ ସୃଷ୍ଟି କରିଥିବା ଜପରୀକାଳୀନ ପରିସ୍ଥିତିରେ ଋଷିଆ ଏବେ କ୍ଷେପଣାସ୍ତ୍ର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବେ ଯୋଗାଇଦେବ ବୋଲି ଜଣାପଡିଛି।
ମିଲିଥିବା ସୂଚନା ଅନୁସାରେ ଋଷିଆ ଯୁଦ୍ଧଭଳି ପରିସ୍ଥିତିରେ ବାୟୁସେନା, ନୌସେନା ଓ ସ୍ଥଳବାହିନୀ ଆବଶ୍ୟକ କରୁଥିବା କିଛି ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ଯୋଗାଇବେ। ନିକଟରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଋଷିଆ ଗସ୍ତ କରିଥିବା ବେଳେ ଅସ୍ତ୍ରଶସ୍ତ୍ର ଲାଗି ପୂର୍ବରୁ ହୋଇଥିବା ରାଜିନାମାର ସମୀକ୍ଷାକରିବା ସହ ଏ ଦିଗରେ ହୋଇଥିବା ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।
ତେବେ କୁଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜରୁରି ପରିସ୍ଥିତି ଲାଗି ଭାରତ ମାତ୍ର କିଛି ଯୁଦ୍ଧାସ୍ତ୍ରର ଅବଶ୍ୟକ କରିଥିବା ଜଣାପଡିଛି। ତବେ ଏସ୍-୪୦୦ ପ୍ରଣାଳୀ ପ୍ରଥମ କିସ୍ତି ପୈଠର ୨୪ ମାସ ପରେ ଭାରତକୁପ ମିଳିବା ଆରମ୍ଭ କରିବ। ଏହି ପ୍ରତିରକ୍ଷା ପ୍ରଣାଳୀ ଭାରତୀୟ ବାୟୁସେନାର ପ୍ରତିରକ୍ଷାରେ ଛତାସଦୃଷ ହେବ। ଏଥିଲାଗି ୨୦୧୮ ମସିହାରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଋଷିଆ ବିରୋଧରେ ଆମେରିକାର କଟକଣା ଯୋଗୁ ଉଭୟ ଦେଶ ମଧ୍ୟରେ ଆର୍ଥିକ ନେଣଦେଣ ହୋଇପାରିନଥିଲା।
ଏବେ ଆଶା କରାଯାଉଛି ଏହି ପ୍ରଣାଳୀର ପ୍ରଥମ ଅର୍ଡର ହୁଏତ ୨୦୨୦ ମସିହା ଶେଷ ସୁଦ୍ଧା ଭାରତକୁ ମିଳିଯାଇପାରେ। ତେବେ ବାକି ୪ଟି ଏୟରଡିଫେନ୍ସ ସିଷ୍ଟମ ଆଗକୁ ପର୍ଯ୍ୟାୟକ୍ରମେ ମିଳିବାରେ ଲାଗିବ। ଏସ-୪୦୦ ଏକ ଏପରି ପ୍ରତିରକ୍ଷା ପ୍ରଣାଳୀ ଏକ କ୍ଷେପଣାସ୍ତ୍ର ନୁହେଁ ଯାହା ଋଷିଆ ସିଧା ଭାରତକୁ ବିକିଦେବ। ଏପରି ପ୍ରଣାଳୀର ନିର୍ମାଣ ପ୍ରଶିକ୍ଷଣ ଓ ପରୀକ୍ଷା ଆଧାରିତ । ଏଣୁ ଏଥିରେ ବିଳମ୍ବ ହେବା ସ୍ୱଭାବିକ କଥା। ହେଲେ ଥରେ ପ୍ରତିରକ୍ଷା ପ୍ରଣାଳୀ ହାତକୁ ଆସିଗଲେ ଏସିଆ ମହାଦେଶରେ ଭାରତ ଏପରି ପ୍ରତିରକ୍ଷା ପ୍ରଣାଳୀ ହାତେଇବାରେ ହେବ ଦ୍ୱିତୀୟ ରାଷ୍ଟ୍ର ।