ଆଇପିଏଲକୁ ନେଇ ବଡ ଖୁଲାସା-ଦୁର୍ବଳ ଥିଲା ଭାରତର ବାୟୋ-ବବଲ୍, ଲୋକେ ବ୍ୟବହାର କରୁଥିଲେ ସ୍ୱିମିଙ୍ଗ୍ ପୁଲ୍

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭/୦୫ : ଆଇପିଏଲ ବାୟୋ-ବବଲରେ କରୋନା ଭାଇରସ ପ୍ରବେଶ କରିବା ପରେ କିଛି ଖେଳାଳିଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। କିଛି ଭାରତୀୟ ଖେଳାଳି ଆଇପିଏଲ୍ ବାୟୋ-ବବଲକୁ ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଟୁର୍ଣ୍ଣାମେଣ୍ଟ ତୁଳନାରେ ଦୁର୍ବଳ ଥିଲା ବୋଲି କହିଛନ୍ତି। ୪ ଖେଳାଳି ଓ ଦୁଇ କୋଚ କରୋନା ସଂକ୍ରମିତ ହେବାପରେ ମଙ୍ଗଳବାର ଦିନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆଇପିଏଲ ସ୍ଥଗିତ ରଖାଯାଇଥିଲା।

ଏକ ଗଣମାଧ୍ୟମ ଲିଗରେ ସାମିଲ ହୋଇଥିବା କିଛି ଖେଳାଳିଙ୍କ ସହ କଥା ହୋଇ ଜାଣିବାକୁ ଚେଷ୍ଟା କରିଥିଲା ଯେ କୋଭିଡ ସଂକ୍ରମଣ ବିଷୟରେ ଜାଣିବା ପରେ ବାୟୋ-ବବଲ ସ୍ଥିତି କିଭଳି ଥିଲା। ଗୋପନୀୟତା ସର୍ତ୍ତରେ ଜଣେ ଖେଳାଳି କହିଥିଲେ ଯେ ବାୟୋ-ବବଲ ୟୁଏଇ ଭଳି ସୁରକ୍ଷିତ ନଥିଲା। ସେଠାରେ ଟୁର୍ଣ୍ଣାମେଣ୍ଟ ସମୟରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କିଛି ପଜିଟିଭ ମାମଲା ସାମ୍ନାକୁ ଆସିଥିଲା କିନ୍ତୁ ପରେ ପଜିଟିଭ ମାମଲା ସାମ୍ନାକୁ ଆସିନଥିଲା।

{"id":449348,"width":637,"height":358,"sizeSlug":"large","linkDestination":"none"}

ଜଣେ ଖେଳାଳି ଖୁଲାସା କରିଛନ୍ତି ଯେ, ବିସିସିଆଇ ଓ ଟିମ ନିଜ ତରଫରୁ ପୁରା ଚେଷ୍ଟା କରିଥିଲେ କିନ୍ତୁ ଏହି ବାୟୋ-ବବଲ ୟୁଏଇ ଭଳି ମଜବୁତ ନଥିଲା। ଏଠାରୁ ଲୋକେ ଅନ୍ୟ ମହଲରେ ଥିଲେ ମଧ୍ୟ ସେମାନଙ୍କ ଯିବାଆସିବା ଦେଖି ହେଉଥିଲା। ସେ କହିଛନ୍ତି ଯେ କିଛି ଲୋକ ସ୍ୱିମିଙ୍ଗ ପୁଲ ବ୍ୟବହାର କରିଥିବା ମଧ୍ୟ ସେ ଦେଖିଥିଲେ। ଅଭ୍ୟାସ ସୁବିଧା ମଧ୍ୟ ଦୂରରେ ଥିଲା ।

ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କହିଛନ୍ତି, ବାୟୋ-ବବଲରେ ସେମାନଙ୍କ ଦେଖାଶୁଣା ଭଲ ଭାବେ ହେଉଥିଲା। କୌଣସି ଖେଳାଳି ବା ସହଯୋଗୀ ଷ୍ଟାଫ ନିୟମ ଉଲଙ୍ଘନ କରିନାହାନ୍ତି। କିନ୍ତୁ ଭାଇରସ ପ୍ରବେଶ ପରେ ଖେଳାଳି ଭୟଭୀତ ହୋଇଯାଇଥିଲେ, ବିଶେଷ କରି ବିଦେଶୀ ଖେଳାଳି। କାରଣ କେଉଁ ବି ଖେଳାଳି ଚାହନ୍ତିନି ଯେ ତାଙ୍କ ପାଇଁ ତାଙ୍କ ପରିବାର ସଂକ୍ରମିତ ହେଉ।

କମେଣ୍ଟେଟର ଦୀପ ଦାସଗୁପ୍ତା ଆଇପିଏଲ ବାୟୋ-ବବଲ ଦୁର୍ବଳ ଥିବା ଅସ୍ବୀକାର କରିଛନ୍ତି। କିନ୍ତୁ ଦିଲ୍ଲୀରେ ମାମଲା ବୃଦ୍ଧି ପାଇବା ଚିନ୍ତାର କାରଣ ଏବଂ ଏଥିପାଇଁ ସେ ଡରି ଯାଇଥିଲେ ବୋଲି କହିଛନ୍ତି। ଲୋକଙ୍କୁ ସଂଘର୍ଷ କରୁଥିବା ଦେଖିବା ଅତ୍ୟନ୍ତ ନିରାଶଜଣକ ବୋଲି ସେ କହିଛନ୍ତି। ଆଉ ଜଣେ ଖେଳାଳି କହିଛନ୍ତି ଯେ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ସେତେବେଳେ ବାୟୋ-ବବଲ ବହୁତ ମଜବୁତ ଥିଲା କିନ୍ତୁ ପରେ କିଛି କିଛି ଅବହେଳା ହୋଇଥିଲା। ତେବେ ବବଲକୁ କରୋନା କେମିତି ଆସିଲା ତାହା କେହି ଜାଣିନାହାନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.