ରିପୋର୍ଟରୁ ଖୁଲ୍ଲାସା, ମରିସସ ଅଗଲେଗା ଦ୍ୱୀପରେ ସୈନ୍ୟ ଠୁଳ କରୁଛି ଭାରତ

Published By : Prameya-News7 Bureau | August 04, 2021 IST

ନୂଆଦିଲ୍ଲୀ ୦୪/୦୮: ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଥିବା ଅଗଲେଗା ଦ୍ୱୀପପୁଞ୍ଜରେ ନୌସେନା ଭିତ୍ତିଭୂମି ସୁଦୃଢ କରୁଛି ଭାରତ । ଅଗ୍ରଣୀ ଆରବ ଗଣମାଧ୍ୟମ ସଂଗଠନ ଅଲ ଜଜିରା ଏକ ରିପୋର୍ଟରେ ଏନେଇ ଖୁଲ୍ଲାସା କରିଛି । ସାଟେଲାଇଟ୍ ଫଟୋ, ଆର୍ଥିକ ତଥ୍ୟ ଏବଂ ଏହା ଦ୍ୱାରା ସଂଗୃହିତ ଗ୍ରାଉଣ୍ଡ ପ୍ରମାଣ ଦର୍ଶାଇ ଅଲ ଜଜିରା ରିପୋର୍ଟରେ ଏହି ଦାବି କରିଛି ।

କତାରର ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲ ଦାବି କରିଛି ଯେ ଏହାର ଅନୁସନ୍ଧାନକାରୀ ୟୁନିଟ୍ ଦ୍ୱାରା ସଂଗୃହିତ ପ୍ରମାଣକୁ ବିଶ୍ଳେଷଣ କରୁଥିବା ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗଲେଗା ଠାରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ଭାରତୀୟ ନୌସେନା ଦ୍ୱାରା ସାମୁଦ୍ରିକ ପାଟ୍ରୋଲିଂ ମିଶନ୍ ପାଇଁ ନିଶ୍ଚିତ ଭାବରେ ବ୍ୟବହୃତ ହୋଇଛି । ଆଗଲେଗା ହେଉଛି ଏକ ଦ୍ୱୀପ ଯାହାକି ପ୍ରାୟ ୧୨ କିଲୋମିଟର ଲମ୍ବ ଏବଂ ୧.୫ କିଲୋମିଟର ଚଉଡା ଏବଂ ମରିସସ୍ ମୁଖ୍ୟ ଦ୍ୱୀପଠାରୁ ପ୍ରାୟ ୧୧୦୦ କିଲୋମିଟର ଦୂରରେ ଅବସ୍ଥିତ ।

ଏଥିରେ ପ୍ରାୟ ୩୦୦ ଲୋକ ବାସ କରନ୍ତି । ଦିଲ୍ଲୀର ଅବଜରଭର୍ ରିସର୍ଚ ଫାଉଣ୍ଡେସନ୍ (ଓଆରଏଫ୍) ଥିଙ୍କ ଟ୍ୟାଙ୍କର ଆସୋସିଏଟ୍ ଫେଲୋ ଅଭିଷେକ ମିଶ୍ରଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହା ଭାରତ ପାଇଁ ଏକ ଗୁପ୍ତଚର ପ୍ରତିଷ୍ଠାନ । ଯାହା ଦକ୍ଷିଣ-ପଶ୍ଚିମରେ ନୀରିକ୍ଷଣ ବୃଦ୍ଧି ପାଇଁ ବାୟୁରେ କାର୍ଯ୍ୟ କରୁଛି । ଭାରତ ମହାସାଗର ଏବଂ ମୋଜାମ୍ବିକ୍ ଚ୍ୟାନେଲରେ ନଜର ରଖିବାକୁ ବାୟୁ ଏବଂ ନୌସେନାର ଉପସ୍ଥିତି ଜାହିର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.