Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ମାମଲାରେ ବ୍ରାଜିଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଭାରତ: ଭୟାବହ ରୂପ ନେଇଛି ଦ୍ୱିତୀୟ ଲହର

13/04/2021 at 1:17 PM

ନୂଆଦିଲ୍ଲୀ ୧୪/୦୪ : ଦେଶରେ କରୋନା ଲହର ଜାରି ରହିଛି। ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ସ୍ଥିତି ସଂଗୀନ ହୋଇଛି। ଅନେକ ରାଜ୍ୟରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି ଯାହା ସରକାରଙ୍କ ଚିନ୍ତା ବଢ଼ାଇଛି। କିଛି ରାଜ୍ୟରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରାଜ୍ୟ ସରକାର ମଧ୍ୟ ସଂକ୍ରମଣ ରୋକିବାକୁ ନିଜ ତରଫରୁ ସବୁ ସମ୍ଭାବ୍ୟ ଚେଷ୍ଟା କରୁଛନ୍ତି। ସୋମବାର ଦିନ ସଂକ୍ରମଣ ମାମଲାରେ ଭାରତ ବ୍ରାଜିଲକୁ ପଛରେ ପକାଇଦେଇଛି। ଏବେ ସୁଦ୍ଧା ଦେଶରେ ୧.୩୫ କୋଟିରୁ ଅଧିକ ସଂକ୍ରମିତ ହୋଇସାରିଛନ୍ତି। ଦେଶରେ କରୋନା ମାମଲା ଚିନ୍ତାର ବିଷୟ ପାଲଟିଛି।

ଦେଶରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ନିର୍ବାଚନ ପାଇଁ ରାଲି ମଧ୍ୟ ହେଉଛି। ଧାର୍ମିକ ପର୍ବପର୍ବାଣି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଲୋକେ ଏକତ୍ରିତ ହେଉଛନ୍ତି। ଏହା ମଧ୍ୟ କରୋନା ମାମଲା ବୃଦ୍ଧି ପାଉଥିବାର ଏକ ପ୍ରମୁଖ କାରଣ। ସଂକ୍ରମଣ ମାମଲାରେ ଭାରତ ବ୍ରାଜିଲକୁ ପଛରେ ପକାଇଛି। ଆମେରିକା ଏବେ ମଧ୍ୟ କରୋନା ମାମଲାରେ ବିଶ୍ୱରେ ଟପରେ ଅଛି। ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧.୭ ଲକ୍ଷରେ ପହଞ୍ଚିଛି। ଏବେ ମଧ୍ୟ ଦେଶରେ ୧୨ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି।

ରବିବାର ଦିନ ଦେଶରେ ୧ ଲକ୍ଷ ୫୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ମଙ୍ଗଳବାର ଦିନ ୧ ଲକ୍ଷ ୬୧ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। କରୋନାର ପୂର୍ବ ଲହର ତୁଳନାରେ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ସର୍ବୋଚ୍ଚ ସଂକ୍ରମଣ ମାମଲା ରେକର୍ଡ ହୋଇଥିଲା। ଏହିଦିନ ୯୭ ହଜାର ୮୯୪ ସଂକ୍ରମିତ ହୋଇଥିଲେ।

   Related Posts