Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜୁନିୟର ବିଶ୍ୱକପ୍‌ ହକି: ବେଲ୍‌ଜିୟମ୍‌କୁ ହରାଇ ସେମିରେ ପହଞ୍ଚିଲା ଭାରତ

1/12/2021 at 9:06 PM

ଭୁବନେଶ୍ୱର, ୦୧/୧୨: ଜୁନିୟର ବିଶ୍ୱକପ୍‌ ହକିରେ ସେମିରେ ପ୍ରବେଶ କରିଛି ଭାରତ । ବେଲ୍‌ଜିୟମ୍‌କୁ ୧-୦ ଗୋଲ୍‌ରେ ହରାଇ ସେମିରେ ଭାରତୀୟ ଦଳ ପହଞ୍ଚିଛି । ସେମିଫାଇନାଲ୍‌ରେ ଜର୍ମାନୀକୁ ଭେଟିବ ଭାରତ । ପ୍ରଥମ କ୍ୱାର୍ଟରରେ ଗୋଲ୍‌ ହୋଇ ନଥିବା ବେଳେ ସେକେଣ୍ଡ୍‌ କ୍ୱାର୍ଟରେେ ଗୋଲ୍ ହୋଇଥିଲା ।

ଏହି ପୂର୍ବରୁ ଜୁନିୟର ହକି ବିଶ୍ୱକପ୍‌ରେ ଭାରତ ଏବଂ ବେଲ୍‌ଜିୟମ୍‌ ୪ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ପ୍ରତିଟି ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ଭାରତୀୟ ଦଳ ଠାରୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଭାରତ ନିଜର ବିଜୟ ଅଭିଯାନକୁ ଜାରି ରଖି କଳିଙ୍ଗ ଷ୍ଟାଡିୟମ୍‌ରେ ବୁଧବାର ଖେଳା ଯାଇଥିବା କ୍ୱର୍ଟର ଫାଇନାଲ୍‌ରେ ବେଲ୍‌ଜିୟମ୍‌କୁ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ ହାରିବା ପରେ କ୍ରମାଗତ ଦମ୍‌ଦାର ପ୍ରଦର୍ଶନ କରିଛି ଜୁନିୟର୍‌ ଭାରତୀୟ ଦଳ ।

ଦୁଇଦଳ ମଧ୍ୟରେ ପ୍ରଥମରୁ କଡ଼ା ଟକ୍କର ଦେଖିବାକୁ ମିଳିଛି । ପ୍ରଥମ ୧୫ ମିନିଟ୍‌ ଦୁଇ ଦଳ ପରସ୍ପରକୁ ଗୋଲ୍‌ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଖେଳର ଦ୍ୱିତୀୟ କ୍ୱାର୍ଟରରେ ଭାରତ ଗୋଲ୍ ଦେଇ ୧-୦ରେ ଅଗ୍ରଣୀ ହାସଲ୍‌ କରିିଥିଲା । ଏହାକୁ ଦଳ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା । ବେଲ୍‌ଜିୟମ୍‌ ପ୍ରାଣପଣେ ଚେଷ୍ଟା କରିଥିଲେ ମଧ୍ୟ ଗୋଲ୍‌ ପରିଶୋଧ କରିପାରିନଥିଲା । ଶେଷରେ ଭାରତ ମ୍ୟାଚ୍‌କୁ ୧-୦ରେ ଜିତି ସେମିଫାଇନାଲ୍‌ରେ ପ୍ରବେଶ କରିଛି । ସେମିରେ ଭାରତର ମୁକାବିଲା ଜର୍ମାନୀ ସହ ରହିଛି ।

   Related Posts