ପୁଣି ଭାରତଠୁ ହାରିଗଲା ପାକିସ୍ତାନ, ୮୯ ରନରେ ଭାରତ ବିଜୟୀ : ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ୍

Published By : Prameya-News7 Bureau | June 17, 2019 IST

ଭାରତ ନିଜର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆଇସିସି ୱାର୍ଲଡକପ ମ୍ୟାଚରେ ନିଜର ବିଜୟକ୍ରମ ବଜାୟ ରଖିଛି । ଭାରତ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଛି । ୱାର୍ଲଡକପରେ ଭାରତ ଲଗାତାର ୭ଥର ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଭାରତ ୧୯୮୩ ଏବଂ ୨୦୧୧ ମସିହାରେ ୱାର୍ଲଡକପ ଜିତିଥିଲେ । ପାକିସ୍ତାନ ୧୯୯୨ ମସିହାରେ ୱାର୍ଲଡକପ ଜିତିଥିଲେ ।

{"id":123841}

ମଞ୍ଚେଷ୍ଟର ଷ୍ଟାଡିୟମରେ ପାକିସ୍ତାନ ଟସ୍ ଜିତି ବଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲା । ରୋହିତ ଶର୍ମା (୧୪୦), ଲୋକେଶ ରାହୁଲ (୫୭), ବିରାଟ କୋହଲି (୭୭) ରନ କରିଥିଲେ । ୫ ୱିକେଟରେ ଭାରତ ୩୩୬ ରନ କରିଥିଲା । ଅପରପକ୍ଷରେ ପାକିସ୍ତାନ ୪୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନ କରିଥିଲା । ବର୍ଷା ଯୋଗୁ ପାକିସ୍ତାନକୁ ୪୦ ଓଭରରେ ୩୦୨ ରନର ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ପାକିସ୍ତାନ ସେତିକି କରିପାରିନଥିଲା । ଫକର ଜାମିନ ସବୁଠାରୁ ଅଧିକ ୬୨ ରନ କରିଥିଲେ ।

{"id":123842}

ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ୍ଚୟନ କରାଯାଇଛି । ୨୦୧୯ ବିଶ୍ୱକପରେ ଭାରତ ଏବେ ପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳିସାରିଛି । ୪ଟିରୁ ୩ଟି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ କରିଦିଆଯାଇଥିଲା । ୩ଟି ମ୍ୟାଚ ଜିତିବା ପରେ ଭାରତୀୟ ଟିମ ୭ ଅଙ୍କ ସହ ୧୦ ଟିମ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନ ୫ଟି ମ୍ୟାଚ ଖେଳିଛି ଏବଂ ୩ଟି ମ୍ୟାଚ ହାରିଯାଇଛି । ପାକିସ୍ତାନ ୫ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ ହିଁ ଜିତିଛି । ପାକିସ୍ତାନର ମଧ୍ୟ ଗୋଟିଏ ମ୍ୟାଚ ବର୍ଷା ପାଇଁ ରଦ୍ଦ କରିଦିଆଯାଇଥିଲା । ପାକିସ୍ତାନ ୩ ଅଙ୍କ ସହ ନବମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.