ପଡିଆ ମଧ୍ୟରେ ସ୍ପୋର୍ଟ୍ସମ୍ୟାନ୍‌ ସ୍ପିରିଟ୍‌ ଦେଖାଇଲେ ଏହି କ୍ରିକେଟର, ଅମ୍ପାୟାର ନଟ୍‌ ଆଉଟ ଦେଲେ ତଥାପି ଫେରିଗଲେ ପ୍ୟାଭିଲିୟନ : ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | October 01, 2021 IST

ଗୋଲ୍ଡ କୋଷ୍ଟ ୦୧/୧୦ : କ୍ରିକେଟ୍‌ ହେଉଛି ଭଦ୍ରଲୋକଙ୍କ ଖେଳ । ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୁନମ ରାଉତ । ଗୋଲ୍ଡ କୋଷ୍ଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ମହନୀୟତା ପ୍ରଦର୍ଶନ କରିଛନ୍ତି ପୁନମ । ସେ ଏଭଳି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ ବ୍ୟାଟିଂ କରୁଥିବା ବେଳେ କ୍ରିଜ୍‌ରେ ଥିଲେ ପୁନମ ରାଉତ । ୧୬୫ ବଲ ଖେଳି ୩୬ ରନ କରି ବ୍ୟାଟିଂ କରୁଥିଲେ ପୁନମ । ଏତିକି ବେଳେ କଙ୍ଗାରୁ ମହିଳା ଦଳର ବୋଲର ସୋଫି ମୋଲିନେକ୍ସଙ୍କ ଏକ ବଲ ତାଙ୍କ ବ୍ୟାଟ୍‌ରେ ଲାଗି ଓ୍ବିକେଟ୍‌ କିପର ଆଲ୍ୟାସା ହେଲିଙ୍କ ହାତକୁ ଯାଇଥିଲା । ଅଷ୍ଟ୍ରେଲିଆର ଖେଳାଳିମାନେ ଅମ୍ପାୟାରଙ୍କୁ ଅପିଲ କରିଥିଲେ ସୁଦ୍ଧା ପଡିଆ ଅମ୍ପାୟାର ଫିଲିପ୍‌ ଗିଲିସ୍‌ପାଏ ଏହାକୁ ନାକଚ କରିଦେଇଥିଲେ । ଅମ୍ପାୟାର ନଟ୍‌ଆଉଟ୍‌ ଦେଇଥିଲେ ସୁଦ୍ଧା ପୁନମ ପ୍ୟାଭିଲିୟମ ମୁହାଁ ହୋଇଥିଲେ । କିଛି ସମୟ ପାଇଁ କେହି କିଛି ବୁଝିପାରିନଥିଲେ ।

wp:embed {"url":"https://twitter.com/cricketcomau/status/1443824171117539328","type":"rich","providerNameSlug":"twitter","responsive":true}
https://twitter.com/cricketcomau/status/1443824171117539328
/wp:embed

ଖେଳୁଆଡ ମନୋଭାବ ଦେଖାଇବା ସହ ପଡିଆ ବାହା​‌ରେ ମଧ୍ୟ ସାଥୀ ଖେଳାଳି ତାଙ୍କୁ ତାରିଫ୍ ନକରି ରହିପାରିଲେ ନାହିଁ । ଟିମ ଇଣ୍ଡିଆର ଖେଳାଳିମାନେ ପଡିଆ ବାହାରେ ଛିଡା ହୋଇ ପୁନମଙ୍କୁ ସମ୍ମାନ ଜଣାଇଥିଲେ । ଅଷ୍ଟ୍ରେଲିଆ ମହିଳା ଟିମର ପୂର୍ବତନ ଅଧିନାୟିକା ଲିସା ଷ୍ଟଲ୍‌କର୍‌ ଯିଏକି କମେଣ୍ଟ୍ରି କରୁଥିଲେ, ସେ ମଧ୍ୟ ପୁନମଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଏହାକୁ ନେଇ ପୁନମ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଜାଣିଛି ବଲ ବ୍ୟାଟରେ ବାଜି ଓ୍ବିକେଟ କିପରଙ୍କ ହାତକୁ ଯାଇଛି । ସେଥିପାଇଁ ମୁଁ ଚାଲିଯାଇଥିଲି । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଦେଖିନଥିଲି ।’

ପୁନମ ରାଉତ ଏଭଳି କାର୍ଯ୍ୟ କ୍ରିକେଟ ଜନତରେ ଖୁବ କମ ଦେଖିବାକୁ ମିଳିଥାଏ । ଅଷ୍ଟ୍ରେଲିଆର ପୂର୍ବତନ ମହାନ ଖେଳାଳି ଆଡାମ୍‌ ଗିଲକ୍ରିଷ୍ଟ ପୂର୍ବରୁ ଏଭଳି ଖେଳୁଆଡ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଳେ । ଏବେ ଭାରତୀୟ ମହିଳା ଟିମ ସଦସ୍ୟ ପୁନମ ରାଉତ ମଧ୍ୟ ସ୍ପୋର୍ଟ୍‌ମ୍ୟାନ୍‌ ସ୍ପିରିଟ୍‌ ଦେଖାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.