Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି : କୁଲଦୀପ ଯାଦବଙ୍କ ଜାଗାରେ ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର

2/07/2019 at 2:16 PM

ବର୍ମିଂହାମ୍ ଏଜବେଷ୍ଟନ ଷ୍ଟାଡିୟମରେ ଆଜି ଭାରତ ବାଂଲାଦେଶ ଫାଇଟ୍ । ଭାରତ ଏହି ମ୍ୟାଚ୍ ଜିତିଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ । ସେପଟେ ବାଂଲାଦେଶ ପାଇଁ ଆଜି କର ବା ମର ସ୍ଥିତି । ବାଂଲାଦେଶ ଜିତିଲେ ସେମିଫାଇନାଲ୍ ପାଇଁ ଆଶା ଉଜ୍ଜିବୀତ ରହିବ । ୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବାଂଲାଦେଶ ପାଇଁ ସେମି ବାଟ ଏତେ ସହଜ ନୁହେଁ । ତଥାପି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଆସିଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୭ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । କେବଳ ଇଂଲଣ୍ଡ ବିପକ୍ଷରେ ଭାରତ ହାରିଥିଲା । ଗତ ୩୦ ତାରିଖ ଦିନ ବର୍ମିଂହାମ୍ ଏଜବେଷ୍ଟନ ଷ୍ଟାଡିୟମରେ ହିଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛିଲା । ଇଂଲଣ୍ଡ ସହ ହାରିବା ପରେ ମଧ୍ୟ  ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଥିଲେ ବି ଭାରତ ସେମିରେ ଖେଳିବା ପକ୍କା ହୋଇନାହିଁ । ତେଣୁ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଭାରତ ହାତେଇବାକୁ ନିଶ୍ଚିତ ଚେଷ୍ଟା କରିବ  ।

ବାଂଲାଦେଶକୁ ହରାଅ । ସେମିଫାଇନାଲ୍ ଟିକେଟ୍  ହାତେଇ ନିଅ । ଭାରତ ପାଇଁ ଏହାହିଁ ବିକଳ୍ପ । ବାଂଲାଦେଶ ବିପକ୍ଷ ଟକ୍କରରେ ଭାରତ ଏହି ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।  ଇଂଲଣ୍ଡ ବିପକ୍ଷ ମ୍ୟାଚ୍  ହାରିଥିବାରୁ ଭାରତର ସେମିପାଇନାଲ ଜର୍ଣ୍ଣି ଝୁଲିଛି ।  ବାଂଲାଦେଶଠାରୁ ଜିତିବା ପରେ ହିଁ ଯାଇ ଭାରତ ଶ୍ରେଷ୍ଠ ୪ ଦଳ ଭିତରେ ସ୍ଥାନ ପାଇବ।

ସୁଚନାଯୋଗ୍ୟ ଯେ, ବିଶ୍ୱକପରେ ଭାରତ ବାଙ୍ଗଲାଦେଶ ମଧ୍ୟରେ ମାତ୍ର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି ।  ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟୀ ହୋଇଛି । ବାଂଲାଦେଶ ୨୦୦୭ ବିଶ୍ବକପ୍ ରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ବକପ୍ ରୁ ବାହାର କରିଦେଇଥିଲା ।

ଭାରତ ଟିମ- କେ.ଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ଥ, ହାର୍ଦ୍ଧିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ସାମୀ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରାହ, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର

ବାଙ୍ଗଲାଦେଶ ଟିମ – ମୌସଦେକ ହୁସେନ, ତମିନ ଇକବାଲ, ମହମ୍ମଦୁଲ୍ଲା, ଏମ ହାସନ, ମହମ୍ମଦ ସଇଫୁଦ୍ଦିନ, ସବୀର ରହମାନ, ସକିବ ଅଲ ହସନ, ସୌମ୍ୟ ସରକାର, ଲିଟନ ଦାଶ, ମୁସଫିକର ରହିମ, ଅବୁ ଜାୟେଦ, ମସରଫେ ମୁରତଜା, ମୁସ୍ତାଫିଜୁର ରହମାନ, ରୁବେଲ ହୁସେନ  

   Related Posts