Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବାଂଲାଦେଶ ଆଗରେ ୩୧୫ ରନର ବିଜୟ ଲକ୍ଷ୍ୟ: ଭାରତ ୩୧୪/୯, ରୋହିତଙ୍କ ଚତୁର୍ଥ ଶତକ

2/07/2019 at 6:21 PM

ବାଂଲାଦେଶ ଆଗରେ ୩୩୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ । ବର୍ମିଂହାମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ୩୧୪/୯ ରନ୍‌ କରିଛି ।

ଜମିଲା ଟିମ୍ ଇଣ୍ଡିଆର ବ୍ୟାଟିଂ । ବାଂଲା ଟାଇଗରଙ୍କ ବିପକ୍ଷରେ ଚମକିଲେ ଭାରତୀୟ ଓପନିଂ ଯୋଡି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବିରାଟ ସେନାର ଓପନିଂ ପେୟାର ରାହୁଲ ଓ ରୋହିତ  ଖେଳିଥିଲେ ଆଟାକିଂ ଗେମ୍‌ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚିତ ହୋଇଥିବା ଓପନିଂ ପେୟାର ଏଥର କିନ୍ତୁ ଅଲଗା ରଣନୀତି ନେଇ ପଡିଆକୁ ଓହ୍ଲାଇଥିଲେ । ରାହୁଲ କିଛିଟା ଧିମା ଖେଳିଥିବା ବେଳେ ରୋହିତ କିନ୍ତୁ ତାଙ୍କ ନ୍ୟାଚୁରାଲ୍ ଗେମ୍‌ ଦେଖାଇଥିଲେ । ଇନିଂସ ପଞ୍ଚମ ଓଭରରେ ମୁସ୍ତାଫିଜୁର ରେହମାନଙ୍କ ବଲ୍‌ରେ ତମିମ୍‌ ଇକବାଲ୍‌ ରୋହିତ ଶର୍ମାଙ୍କ କ୍ୟାଚ୍‌ ହାତ ଛଡା କରିବା ବାଂଲାଦେଶ ପାଇଁ ମହଙ୍ଗା ପଡିଥିଲା । ଏହା ପରେ ଦୃତ ଗତିରେ ରନ୍ ସଂଗ୍ରହ କରିଥିଲେ ରୋହିତ । ୧୦ ଓଭରରେ ଟିମ୍ ଇଣ୍ଡିଆ ୬୯ ରନ୍‌ କରିଥିଲା ।୪୫ ବଲ୍‌ରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ ରୋହିତ । ଆଉ ରାହୁଲ ୫୭ ବଲ୍‌ରେ ଅର୍ଦ୍ଧଶତକ କରିଥିଲେ ।

୧୮ ତମ ଓଭରରେ ଟିମ୍‌ ଇଣ୍ଡିଆ ୧୦୦ ରନ୍ ପୂରଣ କରିଥିଲା । ଏହାପରେ ଅଧିକ ଆଟାକିଂ ଖେଳିଥିଲେ ରୋହିତ । ପଡିଆରୁ ଚାରିଆଡକୁ ମନ ଇଛା ସଟ୍‌ ମାରିଥିଲେ । ଆଉ ତାଙ୍କ ସାଥ୍‌ ଦେଇ ଚାଲିଥିଲେ ରାହୁଲ । ରୋହିତ ୯୦ ବଲ୍‌ରେ କ୍ୟାରିଅରର ୨୬ ତମ ସେଞ୍ଚୁରୀ ମାରିଥିବା ବେଳେ ଚଳିତ ବିଶ୍ବକପ୍‌ରେ ୪ର୍ଥ ସେଞ୍ଚୁରୀ ମାରିଥିଲେ । ଏଥିସହ ବିଶ୍ବକପ୍‌ରେ ତାଙ୍କର ସେଞ୍ଚୁରୀ ସଂଖ୍ୟା ୫ରେ ପହଞ୍ଚିଛି । ଗୋଟିଏ ବିଶ୍ବକପ୍‌ରେ ସାଙ୍ଗାକାରାଙ୍କ ସର୍ବାଧିକ ୪ଟି ସେଞ୍ଚୁରୀ ସହ ରୋହିତ ସମକକ୍ଷ ହୋଇଛନ୍ତି । ଭାରତୀୟ ଭାବେ ଗୋଟିଏ ବିଶ୍ବକପ୍‌ରେ ୩ ଟି ସେଞ୍ଚୁରୀ ମାରିବାରେ ସୌରଭ ଗାଙ୍ଗୁଲିଙ୍କର ରେକର୍ଡ ଭାଙ୍ଗି ଛନ୍ତି ରୋହିତ । ବିଶ୍ବକପ୍‌ରେ ସର୍ବାଧିକ ୬ଟି ସେଞ୍ଚୁରୀ ସଚିନ୍‌ଙ୍କ ନାଁରେ ରହିଛି । ରୋହିତ ୫ଟି ସେଞ୍ଚୁରୀ ପାଇଁ ୧୫ ଟି ଇନିଂସ୍‌ ଖେଳିଛନ୍ତି , ହେଲେ  ସଚିନ୍‌ ୪୪ଟି ଇନିଂସ ଖେଳିଥିଲେ ।ଦଳୀୟ ସ୍କୋର ୨୯.୨ ଓଭରରେ ୧୮୦ ରନ୍ ଥିବା ବେଳେ ୧୦୪ କରି ପାଭିଲିଅନ୍ ଫେରିଥିଲେ ରୋହିତ ।

ଭାରତ ଆଜି ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । କେଦାର ଯାଦବଙ୍କ ସ୍ଥାନରେ ଦିନେଶ କାର୍ତ୍ତକ ଓ କୂଲଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ବର କୁମାର ଟିମ୍ ଇଲେଭେନ୍‌ରେ ସାମିଲ ହୋଇଛନ୍ତି । ହେଲେ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନାହିଁ । ସାମି, ବୁମରା, ଭୁବନେଶ୍ବର ଏବଂ ପାଣ୍ଡ୍ୟା ପେସ୍‌ ଆଟାକ୍‌ ସମ୍ଭାଳିବେ । ଚହଲ ଜଣେ ହିଁ ସ୍ପେସାଲିଷ୍ଟ ସ୍ପିନ୍‌ର ଭାବେ ସ୍ପିନ ଆଟାକ୍‌ କରିବେ । ଆଜିର ମ୍ୟାଚ୍‌ ଜିତିଲେ ଭାରତ ସେମିଫାଇନାଲ୍ ସ୍ଥାନ ପକ୍କା ହେବ । ବାଂଲାଦେଶ ସେମିଫାଇନାଲ୍‌ ଦୌଡୁରୁ ବିଦା ହୋଇଯିବ ।

ବାଙ୍ଗାଦେଶର ବୋଲର ମୁସ୍ତାଫିଜୁର ରହମାନ ୪ଟି ୱିକେଟ ନେଇଛନ୍ତି । ବିରାଟ କୋହଲି, ହାର୍ଦ୍ଧିକ ପାଣ୍ଟ୍ୟା, ଧୋନି ଓ କାର୍ତ୍ତିକଙ୍କ ୱିକେଟ ନେଇଛନ୍ତି ରହମାନ ।

ରୋହିତ ଶର୍ମା ୯୨ ବଲରେ ୧୦୪ ରନ

ରାହୁଲ ୯୨ ବଲରେ ୭୭ ରନ

ବିରାଟ କୋହଲି ୨୭ ବଲରେ ୨୬ ରନ

ଋଷଭ ପନ୍ଥ ୪୧ ବଲରେ ୪୮ ରନ

ହାର୍ଦ୍ଧିକ ପାଣ୍ଡ୍ୟା ୨ ବଲରେ ଶୂନ ରନ

ଦୀନେଶ କାର୍ତ୍ତିକ ୯ ବଲରେ ୮ ରନ

ଏମ.ଏସ.ଧୋନି ୩୩ ବଲରେ ୩୫ ରନ

   Related Posts