ଚୀନ୍‌ରୁ ଆମଦାନୀ ଅଟକାଇବା ସପକ୍ଷରେ ନାହାନ୍ତି ଭାରତୀୟ ଔଷଧ ଓ ଅଟୋମୋବାଇଲ ଉଦ୍ୟୋଗ

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୬:  ସୀମାରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଜବାନ ସହିଦ ହେବା ଘଟଣା ସାରା ଦେଶକୁ  ସ୍ତବ୍ଧ କରିଦେଇଛି। ଏହାକୁ ନେଇ ସରକାର କଠୋର ମନୋଭାବ ପୋଷଣ କରୁଥିବା ବେଳେ ଏବେ ଚୀନ ନିର୍ଭରଶୀଳତା ହ୍ରାସ ଲାଗି   ଉଦ୍ୟୋଗମାନଙ୍କୁ ଜଣାଇ ଦେଇଛନ୍ତି। ଏ ନେଇ ଅନ୍ୟ କୌଣସି ଉଦ୍ୟୋଗରୁ ପ୍ରତିକ୍ରିୟା ମିଳି ନଥିଲେ ହେଁ ଭାରତୀୟ ଔଷଧ ଓ ଅଟୋ ମୋବାଇଲ ସେକ୍ଟର କିନ୍ତୁ ଏହା ସପକ୍ଷରେ ନଥିବା ଜଣାପଡିଛି। ଏପରି କହିବା ସହଜ, କରିବା କଷ୍ଟ ବୋଲି ଉଦ୍ୟୋଗମାନେ ସଫାସଫା ଶୁଣାଇ ଦେଇଛନ୍ତି।

{"id":291854,"sizeSlug":"large"}

ଅନ୍ୟ ଦେଶଙ୍କ ଭଳି ଭାରତ ମଧ୍ୟ ଅଟୋ ଇଲେକ୍ଟ୍ରୋନିକ ଉପକରଣ ଏବଂ ଔଷଧର ଉପାଦାନ ଲାଗି ଚୀନ୍‌ ଉପରେ ନିର୍ଭର କରୁଛି। କାରଣ ଅନ୍ୟ କୌଣସିଠାରୁ ଏହି ସବୁ ସାମଗ୍ରୀର ଆମଦାନୀ ଶସ୍ତା ଓ ସୁବିଧାଜନକ ନୁହେଁ। ଏଣୁ ବିନା ପୂର୍ବ ପ୍ରସ୍ତୁତିରେ ଅଚାନକ ଆମଦାନୀ ବନ୍ଦ କରିବା ସ୍ଥାନୀୟ ବଜାରର ଆବଶ୍ୟକତା ପୂରଣରେ ବ୍ୟାଘାତ ସୃଷ୍ଟି କରିବ। ତେବେ ଏହି ଉଦ୍ୟୋଗମାନେ ମଧ୍ୟ ଆମଦାନୀ ଚାହାନ୍ତିନି। ହେଲେ ଏହାର ବିକଳ୍ପ ବ୍ୟବସ୍ଥ ନ ହେବା ପର୍ଯ୍ୟନ୍ତ ସେମାନେ ଆମଦାନୀ କରିବାକୁ ଏକରକମ ବାଧ୍ୟ ବୋଲି କହିଛନ୍ତି ମାରୁତି ସୁଜୁକି ଚେୟାରମ୍ୟାନ୍ ଆର.ସି. ଭାର୍ଗବ। 

{"id":291856,"sizeSlug":"large"}

ସ୍ଥାନୀୟ ଭାବେ ଏହି ସବୁ ସାମଗ୍ରୀର ଉତ୍ପାଦନ ଲାଗି ଅନ୍ୟଦେଶମାନଙ୍କ ତୁଳନାରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବାକୁ ପଡିବ।  ଚୀନ୍‌ରୁ ବାର୍ଷିକ ୭୦.୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଭାରତ ଆମଦାନୀ କରୁଥିବା ବେଳେ ମାତ୍ର ୧୬.୭ ବିଲିୟନ ଡଲାରର ରପ୍ତାନୀ କରୁଛି। ଯାହାକି ଦେଶର ସବୁଠୁ ବଡ ବାଣିଜ୍ୟିକ ଘାଟା ବୋଲି ଭାର୍ଗବ କହିଛନ୍ତି। ତେବେ ସରକାର ବିକଳ୍ପ ବ୍ୟବସ୍ଥା କରିବା ବଦଳେ  ଅଚାନକ ଆମଦାନୀ ହ୍ରାସ ଲାଗି କମ୍ପାନୀମାନଙ୍କ ସହ ଆଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। 

{"id":291857,"sizeSlug":"large"}

ଖେଳନା, ପ୍ଲାଷ୍ଟିକ୍‌, ଷ୍ଟିଲ ଓ କେତେକ ଅଟୋ ଉପକରଣ ସମେତ ୧ ହଜାର ୧୭୩ ପ୍ରକାର ଅଣ ଜରୁରି ସାମଗ୍ରୀର ଆମଦାନୀ ବନ୍ଦ ଲାଗି ସରକାର ସୂଚିଭୂକ୍ତ କରିଥିବା ଜଣାପଡିଛି। ଏଥିରୁ ଅନୁନ୍ୟ ୩୦୦ଟି ସାମଗ୍ରୀ ଯେଉଁଗୁଡିକୁ ଦେଶର ଆତ୍ମନିର୍ଭରଶୀଳତା ଯୋଜନାରେ ଉତ୍ପାଦନ କରିବାକୁ  ହୁଏତ ସମ୍ପୂର୍ଣ୍ଣ ଆମଦାନୀ ବନ୍ଦ ଅଥବା ଶୁଲ୍କ ବୃଦ୍ଧି ଲାଗି ଏବେ ଯୋଜନା କରାଯାଉଛି।  ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ସରକାର ଚୀନ ସମେତ ପଡୋଶୀ ଦେଶଙ୍କ ନିବେଶ ଉପରେ କଟକଣା ଜାରି କରିଥିଲେ। ତେବେ ପରିସ୍ଥିତି  ଯଦି ଜାରି ରହେ ତେବେ ଚୀନ୍‌ ଅପେକ୍ଷା ଭାରତ ଅଧିକ କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ଏବେ ଉଦ୍ୟୋଗ ଜଗତ ଆଶଙ୍କା ପ୍ରକାଶ କରୁଛି। କାରଣ କରୋନା ଭାଇରସ ମହାମାରୀ ଯୋଗୁ ଉପୁଜିଥିବା ପରିସ୍ଥିତିରୁ ମୁକୁଳିବା ପୂର୍ବରୁ ହିଁ  ସରକାର ଆମଦାନୀ କଟକଣା ଜାରି କରିବାକୁ ବିଚାର କରୁଛନ୍ତି।

{"id":291865,"sizeSlug":"large"}

କେବଳ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ନୁହେଁ ଔଷଧ ନିର୍ମାତାମାନେ ମଧ୍ୟ ସମାନ ସଂକଟରେ ପଡିଛନ୍ତି। ସାରା ବିଶ୍ୱକୁ ସୁଲଭ ମୂଲ୍ୟରେ ଜେନେରିକ ଔଷଧ ଯୋଗାଇ ଦେଉଥିବା ଏହି ଉଦ୍ୟୋଗ ଚୀନ୍‌ରୁ ୭୦ ପ୍ରତିଶତରୁ ବି ଅଧିକ ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରିଡେଣ୍ଟ (ଏପିଆଇ) ଆମଦାନୀ କରୁଛନ୍ତି। ଏଣୁ ଔଷଧ ପ୍ରସ୍ତୁତି ଲାଗି ନିକଟ ଭବିଷ୍ୟତରେ ମଧ୍ୟ ଉଦ୍ୟୋଗକୁ  ଚୀନ୍‌ ଉପରେ ନିର୍ଭର ଶୀଳ ରହିବାକୁ ପଡିବ ବୋଲି କହିଛନ୍ତି ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ ଆଲାଏନ୍ସର ସଚିବ ସୁଦର୍ଶନ ଜୈନ କହିଛନ୍ତି। ତେବେ ଯଦି ଆମଦାନୀ କାଟ୍ କରିବାକୁ କୁହାଯାଏ ତେବେ ଏପିଆଇ ସପ୍ଲାଇ ବନ୍ଦ କରାଯାଇ ପାରିବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.