ସୁପର ସଣ୍ଡେରେ ସୁପର ମୁକାବିଲା : ଆସନ୍ତାକାଲି ଭାରତ ଅଷ୍ଟ୍ରେଲିଆ ମୁହାଁମୁହିଁ, ସେଞ୍ଚୁରୀ ମାରି ଫର୍ମରେ ରୋହିତ

Published By : Prameya-News7 Bureau | June 08, 2019 IST

ବିଶ୍ବକପ୍‌ରେ ଆସନ୍ତାକାଲି ଭାରତ ଖେଳିବ ଦ୍ବିତୀୟ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବିରାଟ ବାହିନୀ ଦ୍ବିତୀୟ ମ୍ୟାଚ୍‌ରେ ଡେଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ଭେଟିବ । ଶକ୍ତିଶାଳୀ ଅଷ୍ଟ୍ରେଲିଆ ବର୍ତ୍ତାମାନ ସୁଦ୍ଧା ୨ଟି ମ୍ୟାଚ୍‌ରୁ ୨ଟି ଯାକରେ ବିଜୟୀ ହୋଇଚି । ବିଶ୍ବକପ୍‌ରେ ଉବୟ ଦଳ ୧୧ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆ ୮ଥର ଓ ଭାରତ ୩ ଥର ବିଜୟୀ ହୋଇଛନ୍ତି । କାଲି ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି ।….

{"id":121111}

କାଲି ସୁପରସଣ୍ଡେରେ ହେବ ସୁପର ମୁକାବିଲା ।  ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ସହ ଭାରତର ହେବ ଟକ୍କର । ମେନ୍ ଇନ୍‌ ବ୍ଲୁ ତାର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ହରାଇଛି ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌କୁ ।  ଦୁଇ ଟିମ୍‌ର ଶକ୍ତିକୁ ଦେଖିଲେ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଭାରତ ଠାରୁ ଟିକେ ଆଗରେ ରହିଛି । ତେବେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିରୋଧରେ ଯେଉଁଭଳି ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରିଛନ୍ତି ସେଥିରେ ଅଷ୍ଟ୍ରେଲିଆକୁ ମାତ୍‌ ଦେବା ବଡ କଥା ନୁହେଁ ।

{"id":121112}

ଦକ୍ଷିଣ ଆଫ୍ରିକା ବିରୋଧରେ ସେଞ୍ଚୁରୀ ମାରି ରୋହିତ ଶର୍ମା ଫର୍ମରେ ଥିବା ସୂଚନା ଦେଇଛନ୍ତି । ସେହିଭଲି ଶିଖର ଧାୱନ୍‌, କୋହଲି, ରାହୁଲ, ଧୋନୀ କେଦାର ଯାଦବଙ୍କ ଭଳି ବ୍ୟାଟସମ୍ୟାନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ୱାର୍ଲଡ କ୍ଲାସ୍‌ ଅଲରାଉଣ୍ଡର ଅଷ୍ଟ୍ରେଲିଆ ବୋଲିଂ ଟ୍ରାକ୍‌ ଲାଇନ୍‌ ଚ୍ୟୁତ୍‌ କରିବାରେ ସକ୍ଷମ । ବୁମରା, ଭୁବନେଶ୍ବର କୁମାରଙ୍କ ଭଳି ସିମର ଓ ଚହଲ ଓ କୂଲଦୀପଙ୍କ ଭଳି ସ୍ପିନରଙ୍କ ବୋଲିଂ ଯଦି କାମ କଲା ତେବେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ମାଟି କାମୁଡିବା ନିଶ୍ଚିତ । ଦକ୍ଷିଣ ଅଫ୍ରିକାକୁ ପରାସ୍ତ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବେଶ ଦୃଢ ଅଛି । ତେବେ ସବୁ ଡିପେଣ୍ଡ କରୁଛି ସେହିଦିନର ପାଣିପାଗ ଉପରେ ।

{"id":121113}

ସେହିଭଳି ଅଷ୍ଟ୍ରେଲିଆ ଦଳରେ ବି ଅଛନ୍ତି ଜଣଙ୍କୁ  ବଳି ଜଣେ ଧୁରନ୍ଧର । ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ପରେ କଙ୍ଗାରୁ ଟିମ୍‌ ଭାରତକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ । ବିଶେଷକରି ରୋହିତ, ଧାୱନ୍‌ ଓ କୋହଲିଙ୍କୁ ରୋକିବା ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି । ଦଳରେ ଅଛନ୍ତି କ୍ୟାପଟେନ୍‌ ଆରୋନ୍‌ ଫିଞ୍ଚ, ଡେଭିଡ୍‌ ୱାର୍ଣ୍ଣର, ଉସମାନ୍ ଖ୍ବାଜା, ଷ୍ଟିଭେନ୍‌ ସ୍ମିଥ୍‌, ମ୍ୟାକ୍ସ ୱେଲ୍‌ଙ୍କ ଭଳି ବ୍ୟାଟସମ୍ୟାନ୍‌ ।

{"id":121114}

ସେହିଭଳି ମାଇକେଲ୍ ଷ୍ଟାର୍କ, ପ୍ୟାଟ୍ କମିନସ୍‌, ନାଥନ କଲଟର ନାଇଲ୍‌ ଓ ଆଡାମ୍ ଜାମ୍ପାଙ୍କ ଭଳି ବୋଲର ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍‌କୁ ଧୁଳିସାତ୍ କରିବାରେ ସକ୍ଷମ । ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ସହଜରେ ବିଜୟ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି । ତେଣୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଫ୍ୟାନ୍ ଆଶା କରିଛନ୍ତି ।

{"id":121115}

ଉଭୟ ଦଳେ ଏପର୍ଯ୍ୟନ୍ତ ବିଶ୍ବକପ୍‌ରେ ୧୧ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୩ଟି । ସେପଟେ ବିଶ୍ବକପ୍‌ର ପରବର୍ତ୍ତୀ ମ୍ୟାଚ୍‌ ଗୁଡିକରେ ଧୋନି ବଳିଦାନ ଲୋଗୋ ଥିବା ଗ୍ଲୋବସ୍‌ ନପିନ୍ଧିବାକୁ ଆଇସିସି ରୋକଠୋକ୍ କହିଦେଇଛି । ଏହି ଗ୍ଲୋବ୍ ପିନ୍ଧିବାକୁ ନେଇ ଧୋନୀ ଆଇସିସିକୁ ଅନୁମତି ମାଗିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଛି ଆଇସିସି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧୋନୀ ଆଉ ବଳିଦାନ ଗ୍ଲୋବସ୍‌ ପିନ୍ଧିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.