ପ୍ରଥମ ଟେଷ୍ଟ୍ କିଏ ହାରିବ କିଏ ଜିତିବ ? ଟସ୍ ଜିତି ହାରି ନାହାଁନ୍ତି କୋହଲି, ପିଙ୍କ୍ ବଲ୍‌ରେ ଅଷ୍ଟ୍ରେଲିଆର କେବଳ ବିଜୟ ରେକର୍ଡ

Published By : Prameya-News7 Bureau | December 17, 2020 IST

ଆଡିଲେଡ,୧୭/୧୨:   ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ୪ଟିକିଆ ଟେଷ୍ଟ୍ ସିରିଜ୍ । ପ୍ରଥମ ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି । ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ନେଇଛି ଭାରତ ।

ରେକର୍ଡ ଅନୁସାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଯେତେବେଳେ ଟସ୍ ଜିତିଛନ୍ତି ସେହି ଟେଷ୍ଟ୍ ମ୍ୟାଚ୍ ଭାରତ ହାରିନାହିଁ ।  କିନ୍ତୁ ପିଙ୍କ୍ ବଲରେ ଖେଳୁଥିବା ଭାରତୀୟ ଦଳ ଆରମ୍ଭରୁ ପୃଥ୍ୱୀ ଶଙ୍କ ଓ୍ୱିକେଟ୍ ହରାଇଥିଲା । ଅର୍ଥାତ ଦଳ ଆରମ୍ଭରୁ ଚାପରେ ରହିଥିଲା ।

{"id":378581,"sizeSlug":"large","linkDestination":"none"}

ଭାରତୀୟ ଦଳର ସବୁଠାରୁ ସଫଳତମ ଟେଷ୍ଟ୍ ଅଧିନାୟକ ବିରାଟ କୋହଲି ୨୬ତମ ଟସ୍ ଜିତିଛନ୍ତି । ଏହାପୂର୍ବରୁ ସେ ଟସ୍ ଜିତିଥିବା ୨୫ଟି ମ୍ୟାଚରୁ ଭାରତ ୨୧ଟି ମ୍ୟାଚରେ ଜିତିଛି । ୪ଟି ମ୍ୟାଚ୍ ଡ୍ର ରହିଛି । ଏବେ ବିରାଟ ୨୬ ତମ ଟସ୍ ଜିତିଛନ୍ତି । ଏବେ ଦେଖିବାକୁ ବାକି ରହିବା ଯେ ଟସ୍ ଜିତିବା ମ୍ୟାଚ୍ ଜିତିବାରେ ପରିବର୍ତ୍ତନ ହେଉଛି ନା ନାହିଁ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ରେକର୍ଡ ଦେଖିଲେ ଦଳ କେବେ ବି ପିଙ୍କ୍ ବଲରେ ଟେଷ୍ଟ୍ ମ୍ୟାଚ୍ ହାରିନାହିଁ ।୭ଟି ମ୍ୟାଚ୍ ଜିତିଛି ଦଳ । ଏପରିକି ଆଡିଲେଡରେ ଖେଳିଥିବା ୪ଟି ଟେଷ୍ଟରେ ମଧ୍ୟ ବିଜୟଲାଭ କରିଛି ।

ବିରାଟ କୋହଲିଙ୍କ ପାଇଁ ଏହି ଟେଷ୍ଟ୍ ମ୍ୟାଚ୍ ବହୁ ଗୁରୁତ୍ୱ ବହନ କରେ । କୋହଲି ୨୦୨୦ରେ ଗୋଟିଏ ବି ଶତକ ଲଗାଇ ନାହାଁନ୍ତି । ଆଡିଲେଡରେ କୋହଲି ଶତକ ଅର୍ଜନ କଲେ ଦୁଇଟି ବଡ ରେକର୍ଡ ଭାଙ୍ଗିପାରିବେ । ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ଦୁଇଟି ବଡ ରେକର୍ଡ ବିରାଚ ଭାଙ୍ଗିବା ଲକ୍ଷ୍ୟରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.