Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଶନିବାର କେବଳ ତିନି ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇପାରେ ଭାରତ, ଫାଇଦା ଉଠାଇବ ଅଷ୍ଟ୍ରେଲିଆ: ରିକି ପଣ୍ଟିଂ

15/01/2021 at 11:07 PM

ବ୍ରିସବେନ ୧୫।୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ବ୍ରିସବେନରେ ଖେଳା ଯାଉଛି। ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଆହତଜନିତ ସମସ୍ୟା ଥମିବାର ନାଁ ନେଉନାହିଁ। ନବଦୀପ ସାଇନି ଅଷ୍ଟମ ଓଭର ବୋଲିଂ କରିବା ବେଳେ ଆହତ ହୋଇ ପଡିଆ ବାହାରକୁ ଯାଇଛନ୍ତି। ତାଙ୍କ ଓଭରର ଶେଷ ବଲ୍‌ ରୋହିତ ଶର୍ମା କରିଥିଲେ। ପୁଣି ଦିନର ଖେଳ ଶେଷ ହେଉଥିବା ବେଳେ ଶାର୍ଦ୍ଦୁଳ ଠାକୁର ମଧ୍ୟ ପଡିଆ ବାହାରକୁ ଚାଲି ଯାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଠାକୁରଙ୍କ ଆହତ ବିଷୟରେ କୌଣସି ସୂଚନା ଆସିନାହିଁ। ଯଦି ସେ ଆହତ ଥାନ୍ତି ତେବେ ଶନିବାର ଭାରତ ତିନି ଜଣ ବୋଲର ସହିତ ହିଁ ପଡିଆକୁ ଓହ୍ଲାଇବ, ଯାହାର ଭରପୂର ଫାଇଦା ଉଠାଇବ ଘରୋଇ ଦଳ।

ଏମିତି କିଛି ମତ ରଖିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ। ପଣ୍ଟିଂ କହିଛନ୍ତି ଟିମ୍ ପେନ ଓ ଗ୍ରୀନଙ୍କ ମଧ୍ୟରେ ଭାଗିଦାରୀ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ହୋଇପାରେ। ରିକି ପଣ୍ଟିଂ କ୍ରିକେଟ୍ ଡଟ୍ କମ୍‌ ସହ ଆଲୋଚନା ବେଳେ କହିଛନ୍ତି ଯେ, ଏହା ସିରିଜ୍‌ର ସବୁଠୁ ବଡ ଭାଗିଦାରୀ ହୋଇପାରେ।

ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଲାବୁସେନ ଓ ଓ୍ଵାଦେଙ୍କ ମଧ୍ୟରେ ୧୧୩ ରନର ଭାଗିଦାରୀ ହୋଇଥିଲା। ଏହା ପରେ ଖେଳାଳି ଆଉଟ୍ ହୋଇଥିଲେ। ଏହା ପରେ ଘରୋଇ ଅଷ୍ଟ୍ରେଲିଆ ଦଳର ଇନିଂସକୁ ଅଧିନାୟକ ଟିମ୍ ପେନ ଓ ଗ୍ରୀନ ଆଗକୁ ବଢାଇଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ୬୧ ରନର ଭାଗିଦାରୀ ହୋଇ ସାରିଛି।

ପଣ୍ଟିଂ କହିଛନ୍ତି, ଏହା ମ୍ୟାଚ୍‌ର ନିର୍ଣ୍ଣାୟକ ଭାଗିଦାରୀ ହୋଇପାରେ। ଅନ୍ୟପଟେ ନବଦୀପ ସାଇନିଙ୍କ ଖେଳିବା ନେଇ ସନ୍ଦେହ ରହିଛି ଓ ଶାର୍ଦ୍ଦୁଳ ମଧ୍ୟ ଦିନ ଖେଳ ଶେଷ  ହେବା ପୂର୍ବରୁ ପଡିଆ ବାହାରକୁ ଚାଲି ଯାଇଥିଲେ। ଏବେ ଦେଖିବା ବାକି ରହିଲା ଯେ ଶାର୍ଦ୍ଦୁଳ ଯଦି ଆହତ ଥାନ୍ତି ତେବେ ଭାରତକୁ ୩ ଜଣ ବୋଲରଙ୍କୁ ନେଇ ହିଁ ଘରୋଇ ଦଳର ମୁକାବିଲା କରିବାକୁ ପଡିବ। କିନ୍ତୁ ଭାରତୀୟ କ୍ରିକେଟ୍‌ ପ୍ରଶଂସକ ଆଶା ଯେ, ଶାର୍ଦ୍ଦୁଳଙ୍କ ଆହତ ସେତେଟା ଗୁରୁତର ନଥିବ ଏବଂ ସେ ଶନିବାର ପଡିଆକୁ ବୋଲିଂ କରିବାକୁ ଓହ୍ଲାଇବେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍ ହରାଇ ୨୭୪ ରନ କରିଛି। ଲାବୁସେନ ୧୦୮ ରନର ଶତକୀୟ ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ରୀନ ୨୮ ଓ ପେନ ୩୮ ରନ କରି କ୍ରିଜ୍‌ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଟି ନଟରାଜନ ସର୍ବାଧିକ ୨ ଓ୍ଵିକେଟ୍  ନେଇଛନ୍ତି।

   Related Posts