ଭାରତ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ: ଡି/ଏଲଏସ ମେଥଡରେ ୪ରନରେ ହାରିଲା ଭାରତ

Published By : Prameya-News7 Bureau | November 21, 2018 IST

ବ୍ରିସବନ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୪ ରନରେ ଭାରତ ହାରିଛି | ଡି/ଏଲଏସ ମେଥାଡରେ ଅଷ୍ଟ୍ରେଲିଆ ବିଜୟୀ ହଇଛି | ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭ ଓଭରରେ ୧୭୩ ରନ କରିଥିଲା | ତେବେ ଭାରତ ୧୭ ଓଭରରେ ୭ ଉଇକେଟ ହରାଇ ୧୬୯ ରନ କରିଥିଲା | ମ୍ୟାଚରେ ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୬ ରନ କରିଥିଲେ | ଦୀନେଶ କାର୍ତିକ-୩୦, ଋଷଭ ପଂଥ-୨୦, କେ.ଏଲ.ରାହୁଲ-୧୩, ବିରାଟ କୋହଲି-୪, ପାଣ୍ଡ୍ୟା-୨, ଭୁବନେଶ୍ୱର କୁମାର-୧ ଏବଂ କେ.ଯାଦବ ୪ ରନ କରିଥିଲେ | ଅଷ୍ଟ୍ରେଲିଆ ପକ୍ଷରୁ ଜି.ମେକ୍ସବେଳ-୪୬ ରନ କରିଥିବାବେଳେ ସି.ଲୀନ-୩୭, ଏ.ଫିଂଚ-୨୭, ଏମ.ଷ୍ଟନିଷ, ଡି.ସର୍ଟ-୭, ବି.ମ୍ୟାକ ଦରମଟ-୨ ରନ କରିଥିଲେ | ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରୁ ଏମ.ଷ୍ଟନିଷ ଏବଂ ଏ. ଜମପାଙ୍କୁ ୨ଟି ଲେଖାଏଁ ଉଇକେଟ ମିଳିଥିବାବେଳେ ଯେ.ବେହେର୍ନ୍ଦ୍ୱରଫା, ବି.ଷ୍ଟାଂଲେକ, ଏ.ଟାଇଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା | ସେହିଭଳି ଭାରତୀୟ ବୋଲରଙ୍କ ମଧ୍ୟରୁ କୁଲଦୀପ ଯାଦବଙ୍କୁ ଦୁଇଟି ଉଇକେଟ ମିଳିଥିବାବେଳେ ଖଲିଲ ଅହମଦ, ଯଶପ୍ରୀତ ବୁମରାହଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା | ଭୁବନେଶ୍ୱର କୁମାର ଏବଂ ପାଣ୍ଡ୍ୟାଙ୍କୁ କୌଣସି ଉଇକେଟ ମିଳିନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.