ସିଡନୀ ଟେଷ୍ଟ୍ : ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୯୮/୨, ବିଜୟ ପାଇଁ ଦରକାର ୩୦୯ ରନ୍

Published By : Prameya-News7 Bureau | January 10, 2021 IST

ସିଡନୀ, ୧୦।୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସ ଖେଳ ଜାରି ରହିଛି । ଆଜି ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ତେବେ ଖେଳ ଶେଷ ହେବା ସୁଦ୍ଧା ଭାରତୀୟ ଟିମ୍‌ ୨ ଓ୍ୱିକେଟ୍‌ ହରାଇ ୯୮ରନ୍‌ କରିବାରେ ସକ୍ଷମ ହୋଇଛି । ଏବେବି ଭାରତୀୟ ଟିମ୍‌ ବିଜୟ ପାଇଁ ୩୦୯ରନ୍‌ର ଆବଶ୍ୟକ ରହିଛି ।

କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି । କଙ୍ଗାରୁ ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଥିଲା । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ ରହିଥିଲା । ଅଷ୍ଟ୍ରେଲିଆର ଏହି ବିଶାଳ ସ୍କୋରକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍‌ନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା । ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବା ସକ୍ଷମ ହୋଇପାରିନଥିଲେ । ରୋହିତ ଶର୍ମା ୫୨ ରନ୍‌ ଓ ଶୁଭମନ ଗିଲ୍‌ ୩୧ରନ୍‌ କରି ପାଭିଲିମୟ ଫେରିଯାଇଛନ୍ତି । ଏବେ କ୍ରିଜ୍‌ରେ ପୂଜାରା ୯ ଓ ରାହାଣେ ୪ରନ୍‌ କରି ଅପରାଜିତ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ  ହେଜେଲହୁଡ଼ ଓ କମିନ୍‌ସ ଗୋଟିଏ-ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି ।

ଏହାପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୪୪ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯାହାକି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୯୪ରନ୍‌ ପଛରେ ରହିଥିଲା । ଅଷ୍ଟ୍ରେଲିଆ ୨ୟ ଇନିଂସରେ ୩୧୨ରନ୍‌ କରି ପାଳି ଘୋଷଣା କରିଥିଲା ।ତେବେ ଏହି ଟେଷ୍ଟ ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ମୋଟ ୪୦୭ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ ।

wp:embed {"url":"http://www.prameyanews7.com/india-australia-sidny-test/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/india-australia-sidny-test/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.