Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ସିଡନୀ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ୧୬୬/୨

7/01/2021 at 1:29 PM

ସିଡନୀ,୦୭/୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ କଙ୍ଗାରୁ ପ୍ରଥମ ଦିନରେ ଓ୍ୱିଲ୍ ପୁକୋଭସ୍କି ଓ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଓ୍ୱିକେଟ୍ ହରାଇଛି ।

ଗୁରୁବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ସିରିଜର ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଛି। ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ତେବେ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଓ୍ୱିଲ୍ ପୁକୋଭସ୍କି ଓ ଡେଭିଡ୍ ଓ୍ୱାର୍ଣ୍ଣର। କିନ୍ତୁ କଙ୍ଗାର ଟିମ୍ କୁ ପ୍ରାରମ୍ଭିକ ଝଟକା ଦେଉଛନ୍ତି ଟିମ୍ ଇଣ୍ଡିଆ ବୋଲର । ଅଷ୍ଟ୍ରେଲିଆ ଓପନର ଡେଭିଡ଼ ଓ୍ୱାର୍ଣ୍ଣରଙ୍କୁ ଆଉଟ କରିଥିଲେ ଭାରତୀୟ ବୋଲର ମହମ୍ମଦ ସିରାଜ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ୬ରନ୍‌ରେ ଗୋଟିଏ ଓ୍ୱିକେଟ୍‌ ହରାଇବାକୁ ପଡିଥିଲା । ଡେଭିଡ଼ ଓ୍ୱାର୍ଣ୍ଣର ୫ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରି ଆଉଟ୍ ହୋଇଥିଲେ । ଓ୍ୱିଲଙ୍କ ଓ୍ୱିକେଟ୍ ନେଇଥିଲେ ପଦାର୍ପଣ କରିଥିବା ନବଦୀପ ସୈନୀ ।

ତେବେ କ୍ରିଜରେ କଙ୍ଗାରୁ ଟିମ୍ ପକ୍ଷରୁ ବ୍ୟାଟିଂ କରୁଛନ୍ତି ମାମୁଲ ଲାବୁସେନ୍ ଓ ଷ୍ଟିଭ୍ ସ୍ମିଥ । ଲାବୁସେନ୍ ୬୭ ଓ ସ୍ମିଥ୍ ୩୧ ରନ୍ କରି କ୍ରିଜରେ ଅଛନ୍ତି । ଭାରତ ପକ୍ଷରୁ ମଦମ୍ମଦ ସିରାଜ ଓ ନବଦୀପ ସୈନୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

   Related Posts